ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି।

ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ସମୀର। ସେ କହିଛନ୍ତି, ଆପଣଙ୍କ ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ବୀକାର କରିପାରୁ ନାହାନ୍ତ। ଭାଜପାର ଲୋକକଲ୍ୟାଣରେ ଇର୍ଷାନ୍ବିତ ହୋଇ ପ୍ରସନ୍ନ ଏପରି ମନ୍ତବ୍ୟ ଦେଉଥିବା ସମୀର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ନିଜ କଥା ନା ପାର୍ଟିର। ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି କି ବୋଲି ସମୀର ପ୍ରସନ୍ନଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଏବେ ବି ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ରହିଥିବା ଦିବାଲୋକରେ ସ୍ପଷ୍ଟ ଜଣାପଡୁଛି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଥିଲେ ବିଧାୟକ ପ୍ରସନ୍ନ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ନାଁ ନ ନେଇ ପ୍ରସନ୍ନ ତେର୍ଚ୍ଛାବାଣ ମାରିଥିଲେ। ସେ କହିଥିଲେ, ଏଠି ଚାରିଟା ସରକାର, ରାଜ୍ୟ କେମିତି ଚାଲିବ? ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ ଚାରିଜଣଙ୍କୁ ପଚାରୁଛନ୍ତି। ସେ ଆହୁରି କହିଥିଲେ, ଆମର ଗୋଟିଏ ସରକାର, ନବୀନ ପଟ୍ଟନାୟକ ଯାହା କହିଲେ ଆମେ ମାନିଲୁ। ୪ଟା କଥାରେ ସରକାର କିପରି ଚାଲିବ। ଗୋଟିଏ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣଙ୍କୁ ପଚାରିବାକୁ ପଡୁଛି। ମାସ ମାସ ଫାଇଲ ପଡ଼ିରହୁଛି। ତେବେ ସରକାର ପରିବର୍ତ୍ତନ ଗଣତନ୍ତ୍ରର ନିୟମ। ସିଏ ଅଧିକ ଭୋଟ୍‌ ପାଇଲେ ସରକାର ଗଢ଼ିଲେ, ଆମେ କମ୍‌ ଭୋଟ ପାଇଲୁ ବିରୋଧୀ ଦଳ ହେଲୁ। ଶୁଣିକି ଆଶ୍ଚର୍ଯ୍ୟ ହେବେ, ଶାସନ ହାତରୁ ପଳାଇଲା ହେଲେ ବି ଆମେ ଅଧିକ ଭୋଟ ପାଇଛୁ। ଇଲେକ୍ସନ କମିଶନର ଯେଉଁ ତାଲିକା ପ୍ରକାଶ କରିଛନ୍ତି, ସେଥିରେ ବିଜେଡି ଅଧିକ ଭୋଟ ପାଇଥିବା ଜଣାପଡ଼ିଛି। ତେବେ ଆପଣ ଭାବୁଥିବେ ଅଧିକ ଭୋଟ୍‌ ପାଇ ଆମେ କିପରି ସରକାର ଗଠନ କରିପାରିଲୁ ନାହିଁ। ତେବେ ବହୁତ ଜାଗାରେ ତ୍ରୁଟି ହୋଇଛି, ଯଦି ଗୋଟିଏ ଜାଗାରେ ୨୫ ହଜାର ଭୋଟରେ ଜିତିଛୁ, ପୁଣି କେଉଁ ଜାଗାରେ ୫ଟା ଭୋଟରେ ହାରିଛୁ। ଏ ନେଇ ଆମ ସିଟ୍‌ କମିଲା, ଆମେ ବିରୋଧୀ ଦଳରେ ରହିଲୁ। ତେବେ ଦୁଃଖ ଲାଗୁଛି, ଯେଉଁ ଆଶା ଦେଇ ଭାଜପା ନିର୍ବାଚନ ଜିତିଲା ସୁଭଦ୍ରା କହି ଠକିଦେଲା। ୫୦ ହଜାର କହି ୫ ବର୍ଷରେ ଦେବ କହିଲା। ବିଜୁଳି ବିଲ୍‌ ୩୦୦ ୟୁନିଟ ଛାଡ଼ କହି ସୋଲାର ଲାଇଟ୍‌ ଲଗେଇବ। ଯାହାର ଚାଳଛପର ଘର, ସେ ବି ସୋଲାର ଲଗେଇବ। ଯିଏ ସୁଭଦ୍ରା ମା’କୁ ଠକିଲେ, ସେ ଜଗନ୍ନାଥଙ୍କୁ ମଧ୍ୟ ଠକିଦେବେ।

ପ୍ରସନ୍ନଙ୍କ ଏହି କଥା ପରେ ସମୀର ତାଙ୍କୁ କାଉଣ୍ଟର କରି ଉପରୋକ୍ତ କଥା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?