Posted inଖେଳ

ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା-ଲୌରା

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର କିଛି ଫଟୋକୁ କିମିନ୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଉତ୍ସବକୁ ତାଙ୍କ ଜୀବନର ସର୍ବୋତ୍ତମ ଦିନ ବୋଲି କିମିନ୍ସ ଏହି ଅବସରରେ କହିଛନ୍ତି।
ମଧ୍ୟମ ଗତିର ବୋଲର ଭାବେ ୩୧ ବର୍ଷୀୟା କିମିନ୍ସ ଅଷ୍ଟ୍ରେଲିଆ ପକ୍ଷରୁ ୧୬ ଦିନିକିଆ ଓ ୪୧ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୧୪ ଓ ୩୯ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଅପରପକ୍ଷରେ ୨୯ ବର୍ଷୀୟା ବ୍ୟାଟ୍ସଓମ୍ୟାନ ଲୌରା ଅଷ୍ଟ୍ରେଲିଆ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ନ ଥିଲେ ମଧ୍ୟ ଘରୋଇ କ୍ରିକେଟ୍‌ରେ ବେଶ୍‌ ସକ୍ରିୟ ରହିଛନ୍ତି। ବ୍ରିସବେନ ହିଟ୍‌ ପକ୍ଷରୁ ୨୦୧୮/୧୯ ସିଜନରେ ମହିଳା ବିଗ୍‌ ବାସ୍‌ ଲିଗ୍‌ ଟାଇଟଲ୍‌ ଜିତିବା ପରେ ଲୌରା କିମିନ୍ସଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ବ୍ରିସବେନର ଏହି ୨ ଖେଳାଳି ଏଥିପୂର୍ବରୁ ଉଭୟ ୪ ବର୍ଷ ଧରି ପରସ୍ପର ଡେଟିଂରେ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୩ୟ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଯୋଡ଼ି ଭାବେ ଲୌରା ଓ କିମିନ୍ସ ସମଲିଙ୍ଗୀ ବିବାହ କରିଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମେଗନ୍ନା ସ୍କଟ୍‌ ଓ ଜେସ୍‌ ହୋଲିଓକେ ଏବଂ ଜେସ୍‌ ଜନସେନ ଓ ସାରା ଓ୍ବେର୍ନ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେହିଭଳି ନ୍ୟୁଜିଲାଣ୍ଡର ଦୁଇ ମହିଳା କ୍ରିକେଟର୍‌ ଲିଆ ତାହୁହୁ ଓ ଏମି ସାଥର୍ଥଓ୍ବେଟ୍‌ ଏବଂ ଦକ୍ଷିଣ ଆଫ୍ରିକାର ଦଳର ଡେନ୍‌ ଭାନ୍‌ ନିକର୍କ ଓ ମାରିଜନେ କାପ୍ପ ମଧ୍ୟ ସମଲିଙ୍ଗୀ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଶୁଟିଂ: ଶ୍ରୀୟଙ୍କାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୧୧(କ୍ରୀଡ଼ା ପ୍ରତିନିଧି)- ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟି(ଏଆଇୟୁ) ଆନୁକୂଲ୍ୟରେ ହରିୟାଣାର ଫରିଦାବାଦରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଶୁଟିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ବର୍ଣ୍ଣ...

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି...

ବକ୍ସିଂ ଡେ’ ଟେଷ୍ଟ: ବିହାରୀଙ୍କ ସ୍ଥାନରେ ଖେଳିପାରନ୍ତି ଜାଡେଜା

ଆଡିଲେଡ୍‌, ୨୨ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ପାଇଁ ରବୀନ୍ଦ୍ର ଜାଡେଜାଙ୍କ ଅଗ୍ରଗତି ଉପରେ ନଜର ରଖିଛି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ। ମ୍ୟାଚ ପୂର୍ବରୁ...

ବାୟୋ ବବଲ୍‌ ଚ୍ୟାଲେଞ୍ଜ: ବିଦେଶୀଙ୍କ ତୁଳନାରେ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା,୭।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଜୈବ ସୁରକ୍ଷିତ ପରିବେଶ)କୁ ନେଇ ଏକ...

ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ,୩୦।୬: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ବିଶାଳ ୩୩୮ରନ୍‌ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଓପନର କେ.ଏଲ ରାହୁଲ...

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...

ନିରାଶ କଲେ ଦୂତି

ଟୋକିଓ,୩୦।୭:ଟୋକିଓ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ଓଡ଼ିଶାର ସ୍ପ୍ରିଣ୍ଟ ଦୂତି ଚାନ୍ଦ ନିରାଶ କରିଛନ୍ତି। ୧୦୦ ମିଟର ହିଟ୍‌ରେ ୧୧.୫୪ ସେକେଣ୍ଟରେ ସମାପ୍ତ କରି ସପ୍ତମ ସ୍ଥାନରେ...

ଆଗୁଆ ସିରିଜ କବ୍‌ଜା କଲା ପାକିସ୍ତାନ

ଲାହୋର, ୨୬।୧ (ଏଏଫ୍‌ପି)- ଅଧିନାୟକ ବାବର ଆଜାମ ଓ ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ...

Advertisement


Archives

Model This Week