ବର୍ଷାରେ ସମ୍ବଲପୁରର ରାସ୍ତା, ତଳି ଅଞ୍ଚଳ ଜଳମଗ୍ନ

ସମ୍ବଲପୁର, ୨୬ା୬ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲାକୁ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଭାବେ ସୂଚିତ କରାଯାଇଛି। ରବିବାର ଓ ସୋମବାର ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ସଚେତନ କରାଯାଇଛି। ୨୫ ତାରିଖ ସକାଳ ସାଢେ ୮ଟାରୁ ୨୬ ତାରିଖ ସକାଳ ସାଢେ ୮ ମଧ୍ୟରେ ପଶ୍ଚିମ ଓଡିଶାର ସମ୍ବଲପୁର ସମେତ ବରଗଡ, ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ ଜିଲା ୭ ରୁ ୨୦ ସେମି ବର୍ଷା ହେବ ବୋଲି ସୂଚନା ଦିଆଯାଇଥିଲା। ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରୁ ସମ୍ବଲପୁର ଜିଲାରେ ଲଗାଣ ବର୍ଷା ହେଉଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପୂର୍ବରୁ ଥରକୁ ଥର ପ୍ରସ୍ତୁତି ବୈଠକ ହୋଇଥିଲା। ହେଲେ ପ୍ରଥମ ମୌସୁମୀ ବର୍ଷାରେ ସହର ତଳିଅଞ୍ଚଳ ଜଳ ମଗ୍ନ ହୋଇଥିବାବେଳେ ଡ୍ରେନଗୁଡିକ ସଫେଇ ନ ହେବାରୁ ଘରକୁ ପାଣି ପଶି ଯାଇଛି। ଦୁଇଦିନ ବର୍ଷାରେ ସମ୍ବଲପୁରବାସୀଙ୍କ ହାଲ ବେହାଲ ହୋଇଯାଇଛି। ପ୍ରଶାସନର ଅବହେଳା ଓ ପୂର୍ବ ପ୍ରସ୍ତୁତି ନ ହେବାରୁ ଏଭଳି ହୋଇଥିବା ନେଇ ଅଭିଯୋଗ ହେଉଛି। ମହାନଗର ନିଗମ ପ୍ରାୟ ଅଞ୍ଚଳରେ ଡ୍ରେନ ସଫେଇ ନ ହେବାରୁ ଜାମ ହୋଇ ରହିଛି। ବର୍ଷାଜଳ ନିଷ୍କାସନ ନ ହୋଇପାରି କୃତିମ ବନ୍ୟା ସୃଷ୍ଟି ହୋଇଥିଲା। ଏପରିକି ଜାତୀୟ ରାଜପଥଗୁଡିକରେ ମଧ୍ୟ ପାଣି ପ୍ରବାହିତ ହେଉଥିଲା। ଟାଙ୍ଗରପାଲି, ଚାରଭାଟି, ମୋଦିପଡା ଦେଉଲବନ୍ଧ ଫାଟକ ସମେତ ବିଭିନ୍ନ ତଳି ଅଞ୍ଚଳ ଓ ରାସ୍ତା ଗୁଡିକରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଠିକ ଭାବରେ ହୋଇ ନ ପାରିବାରୁ ଲୋକଙ୍କ ଘର ଓ ଦୋକାନରେ ବର୍ଷା ଜଳ ପ୍ରବେଶ କରିଛି ବୋଲି ଅଭିଯୋଗ ହୋଇଛି। ଜାତୀୟ ରାଜପଥରେ ୫୩ ସାର୍ଭିସ ରୋଡର ପାଞ୍ଚଗୋଛିଆ ଠାରେ ୪ ଫୁଟର ବର୍ଷା ପାଣି ଜମି ରହିଛି। ମାନେଶ୍ୱର ଛକରେ ମଧ୍ୟ ଜାତୀୟ ରାଜପଥ ୫୫ ନିର୍ମାଣ ସଂସ୍ଥା ଡ୍ରେନ କାମ ଅଧାରେ ପକାଇ ଦେଇଥିବାରୁ ରବିବାର ରାତି ଓ ସକାଳେ କଟିଆପଡାକୁ ପାଣି ପଶି ଯାଇଥିଲା। ଘର ଭିତରେ ପାଣି ଥିବା ନେଇ ଲୋକମାନେ ଅସନ୍ତେଷ ବ୍ୟକ୍ତ କରି ଅଭିଯୋଗ କରିଥିଲେ। ଘରୁ ବାହାରି ପଡିଥିଲେ। ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଠିକା ସଂସ୍ଥା କର୍ମଚାରୀମାନେ ପହଞ୍ଚିଥିଲେ। ପରେ ଜେସିବରେ ମାଟି ଖୋଳି ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯିବା ପରେ ପାଣି ଘରକୁ ପଶିବା ବନ୍ଦ ହୋଇଥିଲା। ହେଲେ ଏହି ଅସ୍ଥାୟୀ ଡ୍ରେନର ମଧ୍ୟ ସ୍ଥାୟୀତ୍ୱ ନାହିଁ। ପୁଣି ସମସ୍ୟା ହେବ ବୋଲି ପଡାବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri