ବର୍ଷାରେ ସମ୍ବଲପୁରର ରାସ୍ତା, ତଳି ଅଞ୍ଚଳ ଜଳମଗ୍ନ

ସମ୍ବଲପୁର, ୨୬ା୬ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲାକୁ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଭାବେ ସୂଚିତ କରାଯାଇଛି। ରବିବାର ଓ ସୋମବାର ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ସଚେତନ କରାଯାଇଛି। ୨୫ ତାରିଖ ସକାଳ ସାଢେ ୮ଟାରୁ ୨୬ ତାରିଖ ସକାଳ ସାଢେ ୮ ମଧ୍ୟରେ ପଶ୍ଚିମ ଓଡିଶାର ସମ୍ବଲପୁର ସମେତ ବରଗଡ, ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ ଜିଲା ୭ ରୁ ୨୦ ସେମି ବର୍ଷା ହେବ ବୋଲି ସୂଚନା ଦିଆଯାଇଥିଲା। ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରୁ ସମ୍ବଲପୁର ଜିଲାରେ ଲଗାଣ ବର୍ଷା ହେଉଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପୂର୍ବରୁ ଥରକୁ ଥର ପ୍ରସ୍ତୁତି ବୈଠକ ହୋଇଥିଲା। ହେଲେ ପ୍ରଥମ ମୌସୁମୀ ବର୍ଷାରେ ସହର ତଳିଅଞ୍ଚଳ ଜଳ ମଗ୍ନ ହୋଇଥିବାବେଳେ ଡ୍ରେନଗୁଡିକ ସଫେଇ ନ ହେବାରୁ ଘରକୁ ପାଣି ପଶି ଯାଇଛି। ଦୁଇଦିନ ବର୍ଷାରେ ସମ୍ବଲପୁରବାସୀଙ୍କ ହାଲ ବେହାଲ ହୋଇଯାଇଛି। ପ୍ରଶାସନର ଅବହେଳା ଓ ପୂର୍ବ ପ୍ରସ୍ତୁତି ନ ହେବାରୁ ଏଭଳି ହୋଇଥିବା ନେଇ ଅଭିଯୋଗ ହେଉଛି। ମହାନଗର ନିଗମ ପ୍ରାୟ ଅଞ୍ଚଳରେ ଡ୍ରେନ ସଫେଇ ନ ହେବାରୁ ଜାମ ହୋଇ ରହିଛି। ବର୍ଷାଜଳ ନିଷ୍କାସନ ନ ହୋଇପାରି କୃତିମ ବନ୍ୟା ସୃଷ୍ଟି ହୋଇଥିଲା। ଏପରିକି ଜାତୀୟ ରାଜପଥଗୁଡିକରେ ମଧ୍ୟ ପାଣି ପ୍ରବାହିତ ହେଉଥିଲା। ଟାଙ୍ଗରପାଲି, ଚାରଭାଟି, ମୋଦିପଡା ଦେଉଲବନ୍ଧ ଫାଟକ ସମେତ ବିଭିନ୍ନ ତଳି ଅଞ୍ଚଳ ଓ ରାସ୍ତା ଗୁଡିକରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଠିକ ଭାବରେ ହୋଇ ନ ପାରିବାରୁ ଲୋକଙ୍କ ଘର ଓ ଦୋକାନରେ ବର୍ଷା ଜଳ ପ୍ରବେଶ କରିଛି ବୋଲି ଅଭିଯୋଗ ହୋଇଛି। ଜାତୀୟ ରାଜପଥରେ ୫୩ ସାର୍ଭିସ ରୋଡର ପାଞ୍ଚଗୋଛିଆ ଠାରେ ୪ ଫୁଟର ବର୍ଷା ପାଣି ଜମି ରହିଛି। ମାନେଶ୍ୱର ଛକରେ ମଧ୍ୟ ଜାତୀୟ ରାଜପଥ ୫୫ ନିର୍ମାଣ ସଂସ୍ଥା ଡ୍ରେନ କାମ ଅଧାରେ ପକାଇ ଦେଇଥିବାରୁ ରବିବାର ରାତି ଓ ସକାଳେ କଟିଆପଡାକୁ ପାଣି ପଶି ଯାଇଥିଲା। ଘର ଭିତରେ ପାଣି ଥିବା ନେଇ ଲୋକମାନେ ଅସନ୍ତେଷ ବ୍ୟକ୍ତ କରି ଅଭିଯୋଗ କରିଥିଲେ। ଘରୁ ବାହାରି ପଡିଥିଲେ। ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଠିକା ସଂସ୍ଥା କର୍ମଚାରୀମାନେ ପହଞ୍ଚିଥିଲେ। ପରେ ଜେସିବରେ ମାଟି ଖୋଳି ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯିବା ପରେ ପାଣି ଘରକୁ ପଶିବା ବନ୍ଦ ହୋଇଥିଲା। ହେଲେ ଏହି ଅସ୍ଥାୟୀ ଡ୍ରେନର ମଧ୍ୟ ସ୍ଥାୟୀତ୍ୱ ନାହିଁ। ପୁଣି ସମସ୍ୟା ହେବ ବୋଲି ପଡାବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri