ଚିରନିଦ୍ରାରେ ‘ଶଲାବୁଢ଼ା’ ଫେମ୍‌ ଅଭିନେତା

ଭୁବନେଶ୍ୱର/ସୋନପୁର(ବ୍ୟୁରୋ, ନି.ପ୍ର.)୫।୬: ଲୋକପ୍ରିୟ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ଫେମ୍‌ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ସାନ ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ସେପ୍ଟିମିଆ ରୋଗରେ ସେ ପୀଡ଼ିତ ଥିଲେ। ଜୁନ ୧ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭିମ୍‌ସାର ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବୁର୍ଲାର ମହାନଦୀ ଘାଟରେ ଅଟଳଙ୍କ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ କଳା ଜଗତ ପାଇଁ ଏକ ଯୁଗର ଅବସାନ ଘଟିଛି। ତାଙ୍କ ମୃତ୍ୟୁରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାର ଜଣେ ପରିଚିତ ଚେହେରା ହେଉଛନ୍ତି ଅଟଳ ବିହାରୀ ପଣ୍ଡା। ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା ସହ ସେ ଏକାଧିକ ନାଟକର ରଚନା ବି କରିଥିଲେ। ସେ ଜଣେ ନାଟ୍ୟ ନିର୍ଦ୍ଦେଶକ, ଲେଖକ ଓ କବି। ଦୀର୍ଘ ଦିନର ଅଭିନୟ କ୍ୟାରିୟର୍‌ ପରେ ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ରେ ଅଭିନୟ କରିଥିଲେ। ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏଥିସହ ସେ ‘ଶଲାବୁଢ଼ାର ବଦଲା’ ଓ ‘ଆଦିମ ବିଚାର’ ଫିଲ୍ମରେ ବି ସେ ଅଭିନୟ କରିଥିଲେ। ‘ଶଲାବୁଢ଼ା’ ଫିଲ୍ମରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଅଟଳଙ୍କୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ସେହିପରି ପରିଣତ ବୟସରେ ଅଭିନୟ କରି ଅଟଳ ୨ଥର ରାଜ୍ୟର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ମେ’ ୧୬ରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡାଙ୍କର ପରଲୋକ ଘଟିଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗିପଡ଼ିଥିଲେ, ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri