ସମ୍ବଲପୁର ମଣ୍ଡଳ: ୧୬ ଷ୍ଟେଶନର ହେବ ଆଧୁନିକୀକରଣ

ସମ୍ବଲପୁର,୪ା୨(ବ୍ୟୁରୋ): କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୧୦ ହଜାର କୋଟି ବ୍ୟୟ ବରାଦ ହୋଇଛି। ସମ୍ବଲପୁର ରେଳମଣ୍ଡଳର ଅନେକ ଷ୍ଟେଶନ, ରେଳ ଲାଇନ ତଥା ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ। ଅମୃତ ଷ୍ଟେଶନ ଯୋଜନାରେ ସମ୍ବଲପୁର ମଣ୍ଡଳର ୧୬ ଗୋଟି ଷ୍ଟେଶନକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। ସ୍ଥାନୀୟ କଳା, ସଂସ୍କୃତିକୁ ନେଇ ଷ୍ଟେଶନର ଡିଜାଇନ ତିଆରି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶୁକ୍ରବାର ସମ୍ବଲପୁର ମଣ୍ଡଳ ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଣ୍ଡଳ ପ୍ରବନ୍ଧକ ବିନିତ ସିଂ ସୂଚନା ଦେଇଥିଲେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ ମାଧ୍ୟମରେ ଖବରଦାତା ସମ୍ମିଳନୀରେ ଯୋଗଦେଇ କହିଥିଲେ, କେନ୍ଦ୍ର ସରକାର ରାଜ୍ୟକୁ ୧୦ ହଜାର କୋଟି ଟଙ୍କା ବଜେଟରେ ଅନୁମୋଦନ କରିଛନ୍ତି। ଏଥିରେ ଷ୍ଟେଶନଗୁଡିକ ବିକାଶ କରାଯିବ। ନୂତନ ଲାଇନ ନିର୍ମାଣ ସହ ଯାତ୍ରୀଙ୍କ ସୁବିଧାକୁ ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ରାଜ୍ୟ ସରକାର ୮ହଜାର ୪ ଶହ କୋଟି ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର ଅଧିକ ଟଙ୍କା ଦେଇଛନ୍ତି। ଭିତ୍ତିଭୂମି ବିକାଶ ସାଙ୍ଗକୁ ନୂତନ ରେଳଲାଇନ ବିଛାଇବା କାମ ଚାଲିଛି। ଏକବର୍ଷ ଭିତରେ ୨୮୦କି.ମି. ରେଳ ଲାଇନ ବିଛା ହୋଇଛି। ମଣ୍ଡଳ ପ୍ରବନ୍ଧକ ସିଂ କହିଥିଲେ, ସମ୍ବଲପୁର ମଣ୍ଡଳ ଅଧୀନରେ ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର, କେସିଙ୍ଗା, ବରଗଡ ରୋଡ୍‌, କଣ୍ଟାବାଞ୍ଜି, ସମ୍ବଲପୁର ସିଟି, ଭବାନୀପାଟଣା, ଝାରସୁଗୁଡା ରୋଡ୍‌, ରେଢ଼ାଖୋଲ, ମହାସମୁନ୍ଦ, ମୁନିଗୁଡା, ଖରିଆର ରୋଡ୍‌, ହୀରାକୁଦ, ବରପାଲି, ହରିଶଙ୍କର ରୋଡ୍‌ ଆଦି ଷ୍ଟେଶନ ରହିଛି। ଷ୍ଟେଶନ ନିର୍ମାଣ ପାଇଁ ଏଜେନ୍ସିକୁ ଚୟନ କରାଯାଇଛି। ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତିକୁ ନେଇ ଲୋକଙ୍କ ପରାମର୍ଶ ନିଆଯିବ। ତଦନୁସାରେ ଡିଜାଇନ କରାଯାଇ ବିଭାଗରୁ ଅନୁମୋଦନ କରାଯିବ ଓ କାମ ହେବ। ଏବେ ଏସବୁ କାମ ନେଇ ଚୂଡାନ୍ତ ହୋଇ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ଏଡିଆର୍‌ଏମ୍‌ ଆନନ୍ଦ ସିଂଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?