ସୀମାରାଣୀ-ଅଞ୍ଜଳି ମୁହାଁମୁହିଁ

ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗ୍ରହଣ ଆସନ୍ତା ୩ ତାରିଖରେ ହେବ। ଏଥିପୂର୍ବରୁ ଶନିବାର ଅପରାହ୍ନ ୫ଟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପଟେ ଶେଷ ମୁହୂର୍ତ୍ତରେ ପ୍ରଚାର ମଇଦାନରେ ବିଧାୟିକା ସୀମାରାଣୀ ନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତ୍ରୀ ଅଞ୍ଜଳି ବେହେରା ମୁହଁାମୁହିଁ ହୋଇଥିଲେ, ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅପରାହ୍ନରେ ଏନ୍‌ଏସିର ୯ନଂ. ଓ୍ବାର୍ଡ ଅଧୀନ ରୁପାଲି ଗ୍ରାମରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡି ବିଧାୟିକା ସୀମାରାଣୀ ନାୟକ ଦଳୀୟ କର୍ମୀଙ୍କ ସହ ରୁପାଲି ଗ୍ରାମକୁ ପ୍ରଚାର କରିବାକୁ ଯାଉଥିବାବେଳେ ଭାଜପା ନେତ୍ରୀ ଅଞ୍ଜଳି ବେହେରା ସମର୍ଥକଙ୍କୁ ନେଇ ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପୋଲିସ, ତହସିଲଦାର ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଅପରାହ୍ନ ୫ଟା ଯାଏ ସ୍ଥିତି ନିୟନ୍ତ୍ରଣ ହୋଇ ନ ଥିଲା। ଇତିମଧ୍ୟରେ ନିର୍ବାଚନ ପ୍ରଚାର ସମୟ ଶେଷ ହୋଇଯାଇଥିବାରୁ ଉଭୟ ଦଳର ନେତୃବୃନ୍ଦ ଏବଂ କର୍ମୀ ନିଜ ନିଜ ବାଟରେ ଫେରିଯାଇଥିଲେ।
ଘଟଣା ସମ୍ପର୍କରେ ଅଞ୍ଜଳି କୁହନ୍ତି, ନିର୍ବାଚନ ସମୟରେ ଏଭଳି ଛୋଟ ବଡ଼ ଘଟଣା ହୁଏ। ବିଧାୟିକା ତାଙ୍କ ଗ୍ରାମକୁ ଆସି ପ୍ରଚାର କରିବା କଥା କି ବୋଲି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ଏ ନେଇ ବିଧାୟିକା ସୀମାରାଣୀ କୁହନ୍ତି, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଏବଂ କର୍ମୀମାନେ ପ୍ରଚାରରେ ଯାଇଥିବାବେଳେ ସେମାନଙ୍କୁ ଭାଜପା ନେତୃବୃନ୍ଦ ଅଟକାଇଥିଲେ। ଏହାପରେ ଆମେ ଯାଇ ପହଞ୍ଚତ୍ଥିଲୁ। ନିଜେ ଅଞ୍ଜଳି ମହିଳାଙ୍କୁ ନେଇ ରାସ୍ତାରେ ବସିଥିଲେ। ସମ୍ପୃକ୍ତା ମହିଳାମାନେ ଆମେ କିଛି କାମ କରିନାହୁଁ ବୋଲି ଅଭିଯୋଗ କରିଥିଲେ। ହେଲେ ଅଞ୍ଜଳି ଏବଂ ତାଙ୍କ ବାପା ୩୦ବର୍ଷ ଶାସନରେ ଥିଲେ। ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ। ସେମାନେ କ’ଣ କରିଛନ୍ତି ବୋଲି ପାଲଟା ପ୍ରଶ୍ନ ପଚାରିଥିଲୁ। ବରଂ ବିଜେଡି ସରକାର ସମୟରେ ରାସ୍ତାଘାଟ ସବୁ କରାଯାଇଛି ବୋଲି କହିଥିଲୁ। କଥା କଟାକଟି ମଧ୍ୟରେ ୫ଟା ବାଜିବାରୁ ସମସ୍ତେ ନିଜ ନିଜ ବାଟରେ ଯାଇଥିଲେ। ଦଳୀୟ କର୍ମୀମାନେ ଅନ୍ୟ ରାସ୍ତାରେ ଯାଇ ରୁପାଲି ଗ୍ରାମରେ ପ୍ରଚାର କରିଥିବା ବିଧାୟିକା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri