ଏହି ଦିନ ପରଦାକୁ ଆସିବ ସାମନ୍ଥାଙ୍କ ଫିଲ୍ମ ‘ଶକୁନ୍ତଳମ୍‌’

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁ୍‌ଥ୍‌ ପ୍ରଭୁ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଶକୁନ୍ତଳମ୍‌’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଗୁନାସେଖରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ନଭେମ୍ବର ୪ରେ ବଡ ପରଦାରେ ରିଲିଜ୍‌ ହେବ। ଯାହାକୁ ନେଇ ନିର୍ମାତା ଅଫିସିଆଲ ପୋଷ୍ଟର ରିଲିଜ୍‌ ସହ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ସାମନ୍ଥା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟର ଶେୟାର କରି ଲେଖିଛନ୍ତି, ଫିଲ୍ମଟି ନଭେମ୍ବର ୪ରେ ବିଶ୍ୱବ୍ୟାପୀ ରିଲିଜ୍‌ ହୋକୁ ଯାଉଛି ‘ଶକୁନ୍ତଳମ୍‌’। ଯାହା ଏକ ଲଭ ଷ୍ଟୋରୀ ଉପରେ ଆଧାରିତ। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସାମନ୍ଥା ଏବଂ ଦେବ ମୋହନଙ୍କ ବ୍ୟତୀତ ଏହି ଫିଲ୍ମରେ ଆଚିନ ଖେଡେକର କବୀର ବେଦୀ, ଡକ୍ଟର ମୋହନ ବାବୁ ପ୍ରକାଶ ରାଜ, ମଧୁବାଲା, ଗୌତମ, ଆଦିତ୍ୟ ବାଲାନ, ଅନନ୍ୟା ନାଗାଲା ଏବଂ ଜିଶୁ ସେନଗୁପ୍ତ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ଫିଲ୍ମର କାହାଣୀ ମହାଭାରତର ରାଜା ଦୁଶ୍ୟନ୍ତ ଏବଂ ଶକୁନ୍ତଳାଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିିତ। ସାମନ୍ଥା ଶକୁନ୍ତଳାଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଦେବ ମୋହନ ରାଜା ଦୁଶ୍ୟନ୍ତଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି।...

ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ ପରେ ଭାଙ୍ଗିଯାଇଥିଲା ଏହି ଅଭିନେତ୍ରୀଙ୍କ ବିବାହ

୧୯୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ରବୀନା ଟଣ୍ଡନ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଟୋବର ୨୬, ୧୯୭୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ...

କାନ୍ଦି କାନ୍ଦି ମହେଶ ଭଟ୍ଟଙ୍କୁ ଅଭିଶାପ ଦେଇ ଠକ କହିଥିଲେ ଏହି ଅଭିନେତା: କାରଣ ଜାଣିଲେ…

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ। ସେ ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ସାରାଂଶ’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତାଙ୍କୁ ସେତେବେଳେ ୨୪...

ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା

ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରକାଶ କରିଛନ୍ତି। ରିିଲିଜ...

ସଲମାନ୍‌ଙ୍କୁ ସପୋର୍ଟକରି ଟ୍ରୋଲ୍‌ ହେଲେ ସୁନୀଲ ଗ୍ରୋଭର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ସଲମାନ୍‌ ଖାନ୍‌ଙ୍କୁ ଟାର୍ଗେଟ କରାଯାଇଛି। ସଲମାନ୍‌ଙ୍କୁ ଲଗାତାର ଭାବେ ଟ୍ରୋଲ୍‌ କରାଯାଉଥିଲା। ଏହା ପରେ ସଲମାନ୍‌...

ଜଲିଉଡ୍‌ର ସିଙ୍ଗର ଏବେ ଟ୍ୟାକ୍ସି ଚାଳକ

ଛତ୍ରପୁର,୨୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଆଉ କେତେକଙ୍କ ବୃତ୍ତି ମଧ୍ୟ ବଦଳିଯାଇଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ...

କରୋନା ଭାଇରସ୍‌ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି।...

ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର

ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା...

Advertisement
Archives

Model This Week