ଆହତ ହେଲେ ସାମନ୍ଥା-ବିଜୟ

ଚେନ୍ନାଇ: ସାଉଥ ସପୁରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ କଶ୍ମୀରରେ ତାଙ୍କର ଅପକମିଂ ଫିଲ୍ମ ‘କୁଶି’ର ଶୁଟିଂ ଶେଷ କରିଛନ୍ତି । ଏବେ ନିକଟରେ ଉଭୟଙ୍କ ଫିଲ୍ମ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି ଯାହା ଏମାନଙ୍କ ଫ୍ୟାନମାନଙ୍କୁ ସାମାନ୍ୟ ଟେନଶନ ଦେଇପାରେ ।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟଣ୍ଟ କରିବା ସମୟରେ ସାମନ୍ଥା ଓ ବିଜୟ ଆହତ ହୋଇଛନ୍ତି । ତୁରନ୍ତ ଏମାନଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ତେବେ କଶ୍ମୀରରେ ‘କୁଶି’ର ସିଡ୍ୟୁଲ ସରିଯାଇଥିବା ଫିଲ୍ମ ନିର୍ଦ୍ଦେଶକ ଶିବ ନିର୍ବାଣ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।
ସୂଚନା ମୁତାବିକ, ବିଜୟ ଦେବରକୋଣ୍ଡାଙ୍କ ଟିମର ଜଣେ ସଦସ୍ୟ କହିଛନ୍ତି, ସାମନ୍ଥା ଓ ବିଜୟ କଶ୍ମୀରର ପହଲଗାମ ଅଞ୍ଚଳରେ ଷ୍ଟଣ୍ଟ ସିକ୍ୱୁ୍ୟଏନ୍ସ କରୁଥିଲେ । ଏହି ସମୟରେ ଉଭୟ ଆହତ ହୋଇଛନ୍ତି । ଏହି ସିନ୍ ବହୁତ କଷ୍ଟକର ଥିଲା । ୨ ଜଣ ଯାକ ଷ୍ଟାର ଲିଡର ନଦୀର ଉଭୟ ପାଶ୍ୱର୍ରେ ବନ୍ଧା ହୋଇଥିବା ରଶି ଉପରେ ଏକ ଗାଡି ଚଲାଇବାର ଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଗାଡିଟି ପାଣି ଭିତରକୁ ଖସି ପଡିବାରୁ କଳାକାର ଦୁଇଜଣ ପାଣିରେ ପଡିଯିବା ଫଳରେ ସେମାନଙ୍କ ପିଠିରେ ଖୁବ ଜୋର ଆଘାତ ଲାଗିଛି ।
ତୁରନ୍ତ ସେମାନଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବିଜୟ ରବିବାର ପୁଣିଥରେ ଶୁଟିଂ ସେଟକୁ ଫେରିଥିଲେ । ଏଥର ସେ ଶ୍ରୀନଗରର ଡାଲ ଲେକରେ ଶୁଟିଂ କରୁଥିବା ସମୟରେ ପିଠିରେ ଯନ୍ତ୍ରଣା ହେବାରୁ ଶୁଟିଂ ରବ୍ଦ କରାଯାଇ ଏବେ ସେ ଫିଜିଓଥେରାପି ଚିକିତ୍ସା କରୁଥିବା ଜଣାପଡିଛି । ଫିଲ୍ମଟି ଡିସେମ୍ବର ୨୩ରେ ରିଲିଜ୍ ହେବାକୁ ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ...

ସାଙ୍ଗରେ ଦୀପାବଳି ପାଲିଲେ ହ୍ରିତିକ୍‌-ସବା

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ...

ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏମିତି ନିବେଦନ କଲେ ଅଙ୍କିତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଛି, କିନ୍ତୁ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି। ସୁଶାନ୍ତଙ୍କ ରହସ୍ୟ ଜନକ...

ଚର୍ଚ୍ଚାରେ ହିନାଙ୍କ ବ୍ରେକ୍‌ଅପ୍‌ ପୋଷ୍ଟ, ଦ୍ୱନ୍ଦ୍ୱରେ ପ୍ରଶଂସକ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି। ହିନା ନିଜର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ...

୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ

ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍‌ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି...

କେରଳର ୧୦୨ ପରଦାରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୨ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ...

ଜନଙ୍କ ପରଫେକ୍ଟ ଫିଗରକୁ ଅଭିଷେକ, ଟାଇଗରଙ୍କ ପ୍ରଶଂସା

ମୁମ୍ବାଇ,୬।୧୨: ବଲିଉଡ୍‌ରେ ହ୍ୟାଣ୍ଡସମ ହଙ୍କ ଭାବେ ପରିଚିତ ଜନ ଆବ୍ରାହାମ ଏବେ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଇନ୍‌ଷ୍ଟାଗ୍ରାମରେ...

ଭୁବନେଶ୍ୱରରେ ଫିଲ୍ମ ଶୁଟିଂ କରୁଛନ୍ତି କପିଲ ଶର୍ମା

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ବଲିଉଡ୍‌ର କମେଡି କିଙ୍ଗ୍‌ କପିଲ ଶର୍ମା ଫିଲ୍ମ ଶୁଟିଂ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସଙ୍କ ସହ...

Advertisement
Archives

Model This Week