ଚାର୍ଜ ବଢ଼ାଇଲେ ସାମନ୍ଥା: ୩ ମିନିଟ୍‌ ଗୀତ ପାଇଁ ମାଗିଲେ …

ସାଉଥ ସୁନ୍ଦରୀ ସମାନ୍ଥା ରୁଥ ପ୍ରଭୁ ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ଚର୍ଚ୍ଚାରେ ରହିଛନ୍ତି। ଏହା ଭିତରେ ସେ ନିଜକୁ ବଦଳେଇ ମଧ୍ୟ ଦେଇଛନ୍ତି। କେବେ ବି ଆଇଟମ ଗୀତ କରି ନ ଥିବା ସାମନ୍ଥା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ରେ ଏଭଳି କରିଛନ୍ତି। ଏ ନେଇ ସେ ଚାର୍ଜ ବଢ଼ାଇ ଦେଇଛନ୍ତି। ମାତ୍ର ୩ ମିନିଟ ପାଇଁ ସେ ମୋଟା ଅଙ୍କର ଟଙ୍କା ମାଗିଛନ୍ତି । ସେ ୫ କୋଟି ଟଙ୍କା ଚାର୍ଜ କରିଥିବା ଖବର ଏବେ ସାମ୍ନାକୁ ଆସିଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଏବେବି ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି। ଏହି ଫିଲ୍ମରେ ଥିବା ଅଭିନେତ୍ରୀ ସାମନ୍ଥାଙ୍କ ଆଇଟମ ଗୀତ ଚର୍ଚ୍ଚାରେ ରହିଛି। ଦର୍ଶକଙ୍କୁ ଏହି ଗୀତ ବେଶ ପସନ୍ଦ ଆସୁଛି। ଏହି ଗୀତରେ ସାମନ୍ଥା ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି। ଏହା ତାଙ୍କର ପ୍ରଥମ ଆଇଟମ ଗୀତ।
ରିପୋର୍ଟ ଅନୁସାରେ, ଏହି ଗୀତ ପାଇଁ ସାମନ୍ଥା ମୋଟା ଅଙ୍କର ଟଙ୍କା ଚାର୍ଜ କରିଥିଲେ। କେବଳ ୩ ମିନିଟ୍‌ର ଗୀତ ପାଇଁ ସେ ୫ କୋଟି ଟଙ୍କା ନେଇଛନ୍ତି । ଏହି ଗୀତ ପାଇଁ ପ୍ରଥମେ ସାମନ୍ଥା ରାଜି ନ ଥିଲେ, କାରଣ ଏହା ଏକ ଆଇଟମ ଗୀତ ଥିଲା। ପୂର୍ବରୁ କେବେ ଆଇଟମ ଗୀତରେ ନାଚି ନଥିବା ସାମନ୍ଥାଙ୍କୁ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ବୁଝାଇଥିଲେ। ଏପରେ ଏହି ଗୀତରେ ଅଭିନୟ କରିବା ସେ ପାଇଁ ରାଜି ହୋଇଥିଲେ । ଆଉ ଏହି ଗୀତରେ ଡ୍ୟାନ୍ସ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ଡିସେମ୍ବର ୧୭ରେ ଫିଲ୍ମ ‘ପୁଷ୍ପା’ ରିଲିଜ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ଟଙ୍କାର ଆୟ କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri