Posted inଜାତୀୟ

ନାଁ ନ ନେଇ ଖୋଲା ଅଫର ଦେଲେ ଅଖିଳେଶ: କହିଲେ ‘୧୦୦ ଆଣ, ସରକାର ଗଢ଼’

ଲକ୍ଷ୍ନୌ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରେ ଉତ୍ତରପ୍ରଦେଶ ଭାଜପାରେ ହଲଚଲ ଦେଖିବାକୁ ମିଳୁଛି। ଦଳ ପକ୍ଷରୁ ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। କିଛି ନେତା ଅସନ୍ତୋଷ ବ୍ୟକ୍ତ କରି ଖୋଲାଖୋଲି ବୟାନ ଦେଉଛନ୍ତି। ଏସବୁ ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି ‘ମୌସୁମୀ ଅଫର୍‌, ଶହେ ଆଣ, ସରକାର ଗଢ଼। ’ ଏହି ପୋଷ୍ଟରେ ସେ କାହାର ନାଁ ନେଇ ନ ଥିଲେ ହେଁ ଏହା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ଉଦ୍ଦେଶ୍ୟରେ ବୋଲି କୁହାଯାଉଛି।

ୟୁପି ଭାଜପାରେ ଚାଲିଥିବା କନ୍ଦଳକୁ ନେଇ ଅଖିଳେଶ ପୂର୍ବରୁ ବୟାନ ଦେଇଛନ୍ତି। ବୁଧବାର ସେ କହିଥିଲେ ଯେ ସରକାର ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି। ଲକ୍ଷ୍ନୌ ସରକାର ଦୁର୍ବଳ ହୋଇଛନ୍ତି। ଭାଜପାରେ ଚାଲିଥିବା ପଦକୁ ନେଇ ଲଢ଼େଇରେ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି। ଏହାର ଜବାବ ଦେଇ କେଶବ ପ୍ରସାଦ କହିଥିଲେ ଯେ ଅଖିଳେଶ ଜାଣିବା କଥା ଭାଜପା ଦେଶରେ ଏବଂ ରାଜ୍ୟରେ ମଜଭୂତ ସରକାର ଗଢ଼ିଛି। ସମାଜବାଦୀର ପିଡିଏ ଏକ ଧୋକା। ପୁଣିଥରେ ରାଜ୍ୟରେ ସମାଜବାଦୀ ସମୟର ଗୁଣ୍ଡାରାଜ୍‌ ଫେରିବା ଅସମ୍ଭବ। ଭାଜପା ୨୦୨୭ରେ ୨୦୧୭ର ପରିଣାମ ଦୋହରାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri