ଚାଷ ଜମିରେ ମାଡୁଛି ଲୁଣାପାଣି

ରାଜନଗର, ୧୧।୬(ଡି.ଏନ୍‌.ଏ.): ୩ ବର୍ଷ ହେଲା ସ୍ଲୁଇସ୍‌ ନିର୍ମାଣ ସରିଲାଣି। ମାତ୍ର ଆଜିଯାଏ ସ୍ଲୁଇସ୍‌ରେ ଗେଟ ଲାଗିନି। ନଦୀରେ ଜୁଆର ସମୟରେ ଲୁଣାପାଣି ଭେଡା ଭିତରକୁ ପଶି ଚାଷ ଜମିରେ ଲହଡି ଭାଙ୍ଗୁଛି। ସ୍ଲୁଇସ୍‌ରେ ଗେଟ ନ ଥିବାରୁ ଭେଡା ମଧ୍ୟରେ ଜମି ରହୁଥିବା ପାଣି ମଧ୍ୟ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ରାଜନଗର ବ୍ଲକ ଅଧୀନ ୭ଟି ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ବଡ଼ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି। ସ୍ଲୁଇସ୍‌ ନିର୍ମାଣ କରିଥିବା ଡ୍ରେନେଜ ବିଭାଗ ନିକଟରେ ଚାଷୀମାନେ ୩ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ପଦକ୍ଷେପ ନେବା ବଦଳରେ ଚୁପ୍‌ ବସିଛି।
ରାଜନଗର ବ୍ଲକର ଗୁପ୍ତି, କଣ୍ଡିରା, ଭିତରଗଡ ପ୍ରଭୃତି ପଞ୍ଚାୟତ ସମେତ ଚାନ୍ଦିବାଉଁଶମୂଳ, କୁରୁଣ୍ଟି, ଡେରା ପଞ୍ଚାୟତର କେତେକ ଚାଷ ଜମିରୁ ବର୍ଷା ପାଣି ଗୁପ୍ତି-ଚକମନପୁର ରାସ୍ତାରେ ଥିବା ସ୍ଲୁଇସ୍‌ ଦେଇ ନିଷ୍କାସନ ହୋଇଥାଏ। ୨୦୧୮ରେ ଡ୍ରେନେଜ ବିଭାଗ ପକ୍ଷରୁ ଏହି ଡ୍ରେନର ପୁନରୁଦ୍ଧାର କରାଯିବା ସହ ଏଠାରେ ଏକ ସ୍ଲୁଇସ୍‌ ନିର୍ମାଣ କରାଯାଇଛି। ସ୍ଲୁଇସ୍‌ରେ ଗେଟ ଲାଗି ନ ଥିବାରୁ ପାଟଶାଳା ନଦୀର ଲୁଣା ଜୁଆର ପାଣି ଭେଡା ଭିତରକୁ ପଶୁଛି। ୟାସ୍‌ ସମୟରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠି ଏହି ମୁକୁଳା ସ୍ଲୁଇସ୍‌ ଦେଇ ଲୁଣା ଜୁଆର ପାଣି ହଜାର ହଜାର ଏକର ଚାଷ ଜମିରେ ମାଡ଼ିଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଲୁଣା ଜୁଆର ପାଣି ମିଶି ଘର ଭିତରେ ପଶିଥିଲା। ବାତ୍ୟା ପରଠୁ ନଦୀ ଫୁଲି ରହୁଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ଟି ପଞ୍ଚାୟତର ଶତାଧିକ ଚାଷୀ ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି। ଭେଡାରେ ଜମିଥିବା ପାଣି ନିଷ୍କାସନ ସହ ସ୍ଲୁଇସରେ କବାଟ ଲଗାଇବାକୁ ଦାବି କରିଛନ୍ତି। ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲୁଇସ୍‌ରେ କବାଟ ନ ଲଗାଇଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପାରେଶ୍ୱର ଜେନା, ଜଗବନ୍ଧୁ ଦାସ, ସୁରେନ୍ଦ୍ର ଜେନା, ବିଚିତ୍ର କୁମାର ରାଉତ, ପାଣ୍ଡବ ମଳିକ, ଅଭୟ ରାଉତ ପ୍ରମୁଖ ଶତାଧିକ ଚାଷୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri