୩୩ ବର୍ଷ ହେବ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି ସଲମାନ୍‌: ମୋଟ ସମ୍ପତ୍ତି ଜାଣିଲେ…

ବଲିଉଡର ଦବଙ୍ଗ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୩ ବର୍ଷ ପୂରଣ କରିଛନ୍ତି। ଫିଲ୍ମ ‘ମେନେ ପ୍ୟାର କିୟା’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଭାଇଜାନ ନାମରେ ପ୍ରଶଂସକଙ୍କ ମଧ୍ୟରେ ପ୍ରସିଦ୍ଧ ସଲମାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅନ୍ୟତମ। ସଲମାନ ୩୦୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି।
ସଲମାନ ତାଙ୍କ ପରିବାର ସହିତ ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ସମୁଦ୍ର ନିକଟରେ ଥିବା ଏହି ତିନି ମହଲା ଆପାର୍ଟମେଣ୍ଟର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଗାଲାକ୍ସି ଆପାର୍ଟମେଣ୍ଟ ସଲମାନ ଖାନଙ୍କ ଏକମାତ୍ର ଘର ନୁହେଁ। ସେ ମହାରାଷ୍ଟ୍ରର ପାନଭେଲରେ ୧୫୦ ଏକରରୁ ଅଧିକ ବିସ୍ତାରିତ ଏକ ଫାର୍ମ ହାଉସର ମାଲିକ ଅଟନ୍ତି। ଏହାର ମୂଲ୍ୟ ପାଖାପାଖି ୮୦ କୋଟି ଟଙ୍କା। ଏହି ଫାର୍ମ ହାଉସରେ ସମସ୍ତ ସୁବିଧା ଉପଲବ୍ଧ ଅଛି ଯେପରିକି ଜିମ, ସୁଇମିଂ ପୁଲ, ବଗିଚା ଅଛି। କେବଳ ଏତିକି ନୁହେଁ, ଦୁବାଇର ବୁର୍ଜ ଖଲିଫା ନିକଟରେ ମଧ୍ୟ ସଲମାନଙ୍କ ଏକ ଫ୍ଲାଟ୍‌ ଅଛି। ଏହାଛଡା ଦିଲ୍ଲୀ, ନୋଏଡା ଏବଂ ଚଣ୍ଡିଗଡ଼ ଭଳି ସ୍ଥାନରେ ସଲମାନଙ୍କର ମଧ୍ୟ ଅନେକ ଜମି ରହିଛି।
ସଲମାନଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ଫିଲ୍ମ। ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୬୦ କୋଟି ଟଙ୍କା ନିଅନ୍ତି। ଫିଲ୍ମ ବ୍ୟତୀତ ସଲମାନ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋଶନ, ନିବେଶ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଭଲ ରୋଜଗାର କରନ୍ତି। ସଲମାନଙ୍କର ନିଜର ବ୍ରାଣ୍ଡ ଅଛି। ସେ ଅନ୍ୟାନ୍ୟ ବ୍ରାଣ୍ଡର ଆମ୍ବାସାଡର ମଧ୍ୟ ଅଛନ୍ତି। ଏଥିପାଇଁ ସେ ୮-୧୦ କୋଟିରୁ ଅଧିକ ଚାର୍ଜ କରନ୍ତି।
ସଲମାନ ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି। ତାଙ୍କର ଅନେକ ଦାମୀ କାର୍‌ ଅଛି। ସଲମାନଙ୍କ ପାଖରେ ଅଡି, ବେଣ୍ଟଲି, ରୋଲ୍ସ ରୟାଲ ଏବଂ ମର୍ସିଡିଜ ଭଳି ଅନେକ ଦାମୀ କାର ଅଛି।
ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ ଏବଂ ‘କଭି ଇଦ କଭି ଦିୱାଲୀ’ ଖୁବ୍‌ଶୀଘ୍ର ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା ବରୁଣ ଧଓ୍ବନ। ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା...

ପିଲାଦିନେ ଘର ଛାଡି ପଳାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ତା’ପରେ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହର ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ...

କରୀନାଙ୍କ ମନ ଦୁଃଖ

କରୀନା କପୁର ଏବେ ମନ ଦୁଃଖ କରିଛନ୍ତି। କେତେ ଆଶା କରିଥିଲେ, ଯାହା ହେଲେ ବି ସଲମାନ ତାଙ୍କୁ କାଷ୍ଟିଂରେ ରଖିବେ। ହେଲେ ତାଙ୍କର ସବୁ...

ପୁଣି ଚର୍ଚ୍ଚାରେ ମଲାଇକାଙ୍କ ଲଭ ଷ୍ଟୋରୀ

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣିଥରେ...

ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ...

ପୁଟିନଙ୍କ ସବୁଠାରୁ ବଡ ସମାଲୋଚକଙ୍କ ଉପରେ ନିର୍ମିତ ଫିଲ୍ମକୁ ଓସ୍କାର…

ମସ୍କୋ,୧୩।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ...

ଡ୍ରେସିଂ ସେନ୍ସକୁ ନେଇ ପୁଣି ଟ୍ରୋଲ ହେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ତାଙ୍କ କୌଣସି ନା କୌଣସି କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ଅତରଙ୍ଗୀ ଷ୍ଟାଇଲକୁ ଦେଖାଇବା ପାଇଁ...

ଫଟୋଗ୍ରାଫର୍‌ଙ୍କ ଉପରେ ରାଗିଲେ ଐଶ୍ଚର୍ଯ୍ୟାଙ୍କ ଝିଅ: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଏବେ ବହୁତ ଛୋଟ କିନ୍ତୁ ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। ଆରାଧ୍ୟା...

Advertisement
Archives

Model This Week