ହଲ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ରାଧେ’

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ରାଧେ’ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ। ସଲମାନ ଖାନ ନିଜେ ଏହା ନିଶ୍ଚିତ କରିଛନ୍ତି। ସଲମାନ ଖାନ କହିଛନ୍ତି ଯେ, ତାଙ୍କ ଫିଲ୍ମ ଇଦ୍‌ରେ ସିନେମା ହଲରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁ ଅନେକ ବଡ ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମ ଆଡକୁ ମୁହାଁଇଛି। ଏଭଳି ପରିସ୍ଥିତିରେ ସିନେମା ଘର ମାଲିକ କହିଛନ୍ତି ଯେ ଅନ୍ତତଃପକ୍ଷେ ସଲମାନଙ୍କ ଫିଲ୍ମ ହଲ୍‌ରେ ରିଲିଜ ହେବା ଉଚିତ୍‌। ଏହି ଅନୁରୋଧକୁ ଧ୍ୟାନରେ ରଖି ସଲମାନ ଖାନ ରାଧେକୁ ହଲ୍‌ରେ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ତାଙ୍କ ଟୁଇଟରରେ ଲେଖିଛନ୍ତି, ‘ଦୁଃଖିତ, ସମସ୍ତ ଥିଏଟର ମାଲିକଙ୍କୁ ଉତ୍ତର ଦେବାକୁ ମୋତେ ବହୁତ ସମୟ ଲାଗିଛି। ଏହି ସମୟ ମଧ୍ୟରେ ଏହା ଏକ ବଡ ନିଷ୍ପତ୍ତି । ଥିଏଟର ମାଲିକ/ କର୍ମଚାରୀମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ମୁଁ ‘ରାଧେ’କୁ ପ୍ରେକ୍ଷାଳୟରେ ରିଲିଜ୍‌ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚାହେଁ। ଏହାର ପ୍ରତିବଦଳରେ, ମୁଁ ଆଶା କରିବି ଯେ ସେ ‘ରାଧେ’ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଥିଏଟରରେ ଯତ୍ନବାନ ହେବେ ବୋଲି ସଲମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ବୁଲେଟ ଧରି କାନପୁର ରାସ୍ତାରେ ବୁଲୁବୁଲୁ କଟିଗଲା ଚାଲାଣ

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ତାଲିକାରେ ରହିଛି ବରୁଣ ଧୱନଙ୍କ ନାମ । ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଛନ୍ତି ।...

ଦିବ୍ୟା-ବରୁଣଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବରୁଣଙ୍କ ବାପା

ଅଭିନେତ୍ରୀ ତଥା ବିଗ୍‌ବସ ବିଜେତା ଦିବ୍ୟା ଅଗ୍ରୱାଲ ଓ ବରୁଣ ସୁଦ୍‌ଙ୍କର ବ୍ରେକଅପ ହୋଇଛି । ଦୁହେଁ ଦୀର୍ଘ ୪ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ...

ଭଲ କଳାକାରଙ୍କ ପାଇଁ ଯଥେଷ୍ଟ ସୁଯୋଗ ଅଛି

ମୁମ୍ବାଇ: ଭଲ କଳାକାରଙ୍କ ପାଇଁ ସିନେମାରେ ଯଥେଷ୍ଟ ସୁଯୋଗ ଅଛି ବୋଲି ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ପ୍ରକାଶ କରିଛନ୍ତି। ଉକ୍ତ ଅଭିନେତ୍ରୀ ୨୦୦୮ରେ ପ୍ରଥମ...

କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍‌, ଜାଣନ୍ତୁ…

ବମ୍ବେ: ଷ୍ଟାରକିଡ୍‌ ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା...

ଦ୍ୱିତୀୟ ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏହି ଅଭିନେତା, ସ୍ତ୍ରୀ କହିଥିଲେ…

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ସୈଫ୍‌ ଏବଂ କରିନା...

ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି..

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ...

ମ୍ୟୁଜିକ ଭିଡିଓ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ ଧନୁଷ

ଅଭିନେତା ଧନୁଷ-ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଏବେ ପରସ୍ପରଠାରୁ ଅଲଗା...

Advertisement
Archives

Model This Week