ସର୍ବସମ୍ମୁଖରେ କଟ୍ରିନାଙ୍କୁ ଲୋକହସା କରାଇଦେଇଥିଲେ ସଲମାନ୍‌: କହିଥିଲେ ‘କଟ୍ରିନା କପୁର, ଷ୍ଟେଜ୍‌କୁ ଆସ’; ପୁରା ଘଟଣା କିଛି…

ବମ୍ବେ: ଏକଦା କଟ୍ରିନା କୈଫ-ସଲମାନ ଖାନଙ୍କୁ ବଲିଉଡର ଲୋକପ୍ରିୟ ଯୋଡ଼ି ମଧ୍ୟରେ ଗଣାଯାଉଥିଲା। ‘ମୈନେ ପ୍ୟାର କ୍ୟୁ କିୟା’ରେ ସଲମାନଙ୍କ ସହ ଅଭିନୟ କରିବା ପରେ ଅଭିନେତ୍ରୀ ବେଶ ନାମ କମାଇଥିଲେ। କଥିତ ଭାବେ ଏହି ସମୟରୁ ହିଁ ଉଭୟ ଡେଟ୍‌ କରିବା ଆରମ୍ଭ କରିଥିବା କୁହାଯାଏ। ସଲମାନ ନିଜ ପ୍ରେମକୁ ଖୁଲମ୍‌ଖୁଲା ପ୍ରକାଶ କରୁଥିଲେ। ସାର୍ବଜନିକ ସ୍ଥାନରେ ମଧ୍ୟ ସେ କଟ୍ରିନାଙ୍କୁ ‘ବେବି’ କହି ଡାକୁଥିଲେ। ହେଲେ ଏ ସମ୍ପର୍କ ବେଶି ଦିନ ଚାଲି ନ ଥିଲା। ଉଭୟ ଭିନ୍ନ ରାସ୍ତା ବାଛିଥିଲେ। ପରସ୍ପରଠାରୁ ଅଲଗା ହୋଇଥିଲେ ହେଁ ଫିଲ୍ମରେ କାମ କରିବା ସହ ବନ୍ଧୁତାର ସମ୍ପର୍କ ଉଭୟଙ୍କ ମଧ୍ୟରେ ରହିଆସିଛି।

୨୦୧୪ରେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ବିବାହ ସମୟରେ ଏକ ଚକିତ କଲା ଭଳି ଘଟଣା ଘଟିଥିଲା। କାରଣ ସଲମାନ ଏହି ସମୟରେ କଟ୍ରିନାଙ୍କୁ ଲୋକହସା କରିଦେଇଥିଲେ। ଲାଜରେ ମୁହଁ ଲୁଚାଇବାକୁ ବାଟ ପାଇ ନ ଥିଲେ ସେ।

କଟ୍ରିନା ସଲମାନଙ୍କଠାରୁ ଅଲଗା ହେବା ପରେ ରଣବୀର କପୁରଙ୍କୁ ହୃଦୟ ଦେଇ ବସିଥିଲେ। ଅର୍ପିତାଙ୍କ ବିବାହ ସେହି ସମୟରେ ହୋଇଥିଲା। ବିବାହ ଷ୍ଟେଜ୍‌ ଉପରେ ସଲମାନ ହୋଷ୍ଟ କରୁଥିବା ବେଳେ ‘ଚିକିନି ଚମେଲି’ ଗୀତ ବାଜିଥିଲା। ଏହାକୁ ନେଇ ଦବଙ୍ଗ ଖାନ ତଳେ ଛିଡ଼ା ହୋଇଥିବା କଟ୍ରିନାଙ୍କୁ ଷ୍ଟେଜ୍‌ ଉପରକୁ ଆସିବାକୁ କହିଥିଲେ। ହେଲେ କଟ୍ରିନା କରନ୍‌ ଜୋହରଙ୍କ ପଛରେ ଲୁଚିଯାଇଥିଲେ। ଏହାପରେ ମାଇକରେ ସମସ୍ତଙ୍କ ସାମ୍ନାରେ ସଲମାନ ‘ହଉ ଠିକ୍‌ ଅଛି। କଟ୍ରିନା କୈଫ ନହେଲା ନାହିଁ। କଟ୍ରିନା କପୁର, ଦୟାକରି ଷ୍ଟେଜ୍‌ ଉପରକୁ ଆସନ୍ତୁ ’ ବୋଲି କହିଥିଲେ। ପରେ କଟ୍ରିନା ଷ୍ଟେଜ୍‌ ଉପରକୁ ଆସିଥିଲେ। ସଲମାନ ତାଙ୍କୁ ସେଠାରେ ଆଉ ଏକ କମେଣ୍ଟ କରିଥିଲେ। ‘ମୁଁ କ’ଣ କରିବି… ମୁଁ ତୁମକୁ କଟ୍ରିନା ଖାନ ହେବାର ସୁଯୋଗ ଦେଲି, ହେଲେ ତୁମେ କଟ୍ରିନା କପୁର ହେବାକୁ ଚାହିଁଲ ବୋଲି ସେ କହିଥିଲେ।

ବର୍ତ୍ତମାନର କାହାଣୀକୁ ଦେଖିଲେ କଟ୍ରିନା ଏବେ ଅଭିନେତା ବିକ୍କି କୌଶଲଙ୍କୁ ଡେଟ୍‌ କରୁଥିବା ବେଳେ ସଲମାନ ଏବେ ବି ସିଙ୍ଗଲ। ସେ ରୋମାନିଆ ଆଙ୍କର ତଥା ଅଭିନେତ୍ରୀ ୟୁଲିୟା ବନ୍ତୁରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ୩୫ ପୂରିଲା: ଏବେ ବି ଆଲିଆ-ଜ୍ୟାକଲିନ୍‌ଙ୍କୁ ପାରି ନାହାଁନ୍ତିି ଭୁଲି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮...

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା!

ମୁମ୍ବାଇ:୩ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୩ ମାସ ବିତି ଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା...

ଗାଁରେ କଳା ଅଛି: ଚିହ୍ନିବା ଦରକାର

ଗୋଟିଏ ପଟେ ରୋଗୀ ସେବା ଅନ୍ୟପଟେ କଳାରେ ରୁଚି। ବ୍ୟସ୍ତତା ଭିତରେ ଅଭିନୟ, ପୁଣି ତା’ସାଙ୍ଗକୁ ବୃକ୍ଷରୋପଣ। ଏମିତି ‘ଏକରେ ଅନେକ’ ପରିଚୟ ନେଇ ଚାଲିଥିବା...

ବଲିଉଡ୍‌ ସେଲିବ୍ରିଟିଙ୍କ ଡାକନାମ ଜାଣିଲେ ହସି ହସି ଗଡିବେ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଥିଲେ। ଅନେକ ସେଲିବ୍ରିଟିଙ୍କ ଡାକ ନାଁ ଜାଣିଲେ ତାଙ୍କ...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ...

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ରେ ଜଣେ ପରେ ଜଣେ ସେଲିବ୍ରିଟି କରୋନାରେ ପୀଡ଼ିତ ହେଉଥିବା ଦେଖାଯାଉଛି । ସୋମବାର ସକାଳେ ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା...

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର...

ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର,...

Advertisement
Archives

Model This Week