ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ କାହା ଉପରେ ରାଗି ଯାଆନ୍ତି ତେବେ କଥା ସରିଲା। କାରଣ ସେ ଯେତେ ପ୍ରତିଷ୍ଠିତ ହୋଇଥାଆନ୍ତୁ ନା କାହିଁକି ତାଙ୍କ କ୍ୟାରିୟର ବରବାଦ କରିଦିଅନ୍ତି ସଲମାନ। ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ସଲମାନଙ୍କ ପାଇଁ ଆଜି ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ହେଲେ ଅନେକ ଏପରି ମଧ୍ୟ ଅଛନ୍ତି ଯେଉଁମାନଙ୍କ କ୍ୟାରିୟରକୁ ବରବାଦ କରିବା ପଛରେ ଭାଇଜାନଙ୍କ ହାତ ଥିବା କୁହାଯାଏ। ଯେମିତିକି:-

-ସୁଶାନ୍ତ ସିଂହ ରାଜପୁତ: ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ଦୁନିଆରେ ନାହାନ୍ତି। ହେଲେ କୁହାଯାଏ ସେ ସୁଶାନ୍ତ ଯେତେବେଳେ ଫିଲ୍ମରେ ଆକ୍ଟିଭ ଥିଲେ, କ୍ୟାରିୟରର ଶିଖର ଛୁଇଁବା ବେଳେ ସଲମାନଙ୍କ ସହ ତାଙ୍କର କିଛି ମତାନ୍ତର ହୋଇଥିଲା। ସଲମାନ ତାଙ୍କୁ ନିଜ ପ୍ରଯୋଜନା ସଂସ୍ଥାରୁ ବ୍ୟାନ୍‌ କରିଦେଇଥିଲେ। ଏହାପରେ ସଲମାନଙ୍କ ଉପରେ ଫେଭରିଜିମ୍‌ର ଅଭିଯୋଗ ଲାଗିଥିଲା।

-ଐଶ୍ୱର୍ଯ୍ୟା ରାୟ: ସଲମାନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ କଥା କିଏ ବା ନଜାଣେ। ହେଲେ ବ୍ୟବହାରକୁ ନେଇ ଐଶ୍ୱର୍ଯ୍ୟା ଅଭିନେତାଙ୍କଠାରୁ ଦୂରେଇ ଯାଇଥିଲେ। ଏପରିକି ତାଙ୍କ ଫୋନ୍‌ ଉଠାଉ ନ ଥିଲେ। ସଲମାନ କିନ୍ତୁ ଏତେ ପାଗଳ ଥିଲେ ଯେ ସେ ନିଜକୁ କ୍ଷତି ପହଞ୍ଚାଇଥିଲେ। ଏକଦା ‘ଚଲ୍‌ତେ ଚଲ୍‌ତେ’ ଲାଗି ଐଶ୍‌ ଶୁଟିଂ କରୁଥିବା ବେଳେ ସେଠାରେ ସଲମାନ ପହଞ୍ଚି ନିଜକୁ ମାରିବାକୁ ଲାଗିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରୁ ବାହାର କରିି ରାଣୀ ମୁଖାର୍ଜୀଙ୍କୁ କାଷ୍ଟ କରିଥିଲେ। ଏପରି ଭାବେ ଅନେକ ଫିଲ୍ମ ଐଶ୍‌ଙ୍କ ହାତରୁ ଚାଲିଯାଇଥିଲା। ବଲିଉଡ୍‌ର ନିର୍ଦ୍ଦେଶକମାନେ ତାଙ୍କ ସହ କାମ କରିବାକୁ ଅରାଜି ହୋଇଥିଲେ। ଏମିତି ଭାବେ ସେ ନିଜ ପ୍ରେମିକାଙ୍କ କ୍ୟାରିୟରକୁ ଖରାପ କରିଦେଇଥିଲେ।

ବିବେକ ଓବରୟ: ସର୍ବପ୍ରଥମେ ସଲମାନଙ୍କ ଦାଦାଗିରିକୁ ନେଇ ସ୍ବର ଉଠାଇଥିଲେ ବିବେକ। ସଲମାନଙ୍କ ସହ ଐଶ୍‌ଙ୍କ ବ୍ରେକ୍‌ଅପ୍‌ ହେବା ପରେ ବିବେକଙ୍କ ସହ ତାଙ୍କ ନାଁ ଯୋଡାଯାଇଥିଲା। ହେଲେ ସଲମାନ ତାକୁ ପସନ୍ଦ କରୁ ନ ଥିଲେ। ଏମିତିରେ ଏକ ରାତିରେ ସଲମାନ ନିଶାରେ ବିବେକଙ୍କୁ ଲଗାତାର ୪୨ ଥର ଫୋନ କରି ତାଙ୍କୁ ଗାଳି ମଧ୍ୟ କରିଥିଲେ। ଏମିତିରେ ବିବେକ ହୋଟେଲ ରୁମ୍‌କୁ ଖବରଦାତାମାନଙ୍କୁ ଡାକି ସଲମାନ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଥିଲେ। ଘଟଣାକୁ ନେଇ ବହୁତ ରାଗି ଯାଇଥିଲେ ସଲମାନ। ପରେ ସେ ବିବେକଙ୍କ କ୍ୟାରିୟର ବରବାଦ କରିଦେଇଥିଲେ। ଯେତେ କ୍ଷମା ମାଗିଲେ ବି ସଲମାନ ଶୁଣି ନ ଥିଲେ।

-ଅରିଜିତ ସିଂହ: ଜଣାଶୁଣା ଗାୟକ ଅରିଜିତ ମଧ୍ୟ ସଲମାନଙ୍କ ରାଗ ଦେଖିଛନ୍ତି। ୨୦୧୪ରେ ଏକ ପୁରସ୍କାର ବିତରଣ ସମାରୋହରେ ସଲମାନ ଅରିଜିତଙ୍କୁ ଷ୍ଟେଜ୍‌ ଉପରକୁ ଡାକିଥିଲେ। ସେ ପହଞ୍ଚି କହିଥିଲେ ଯେ‘ ଆପଣମାନେ ଶୁଆଇ ଦେଇଥିଲେ। ସଲମାନ ପ୍ରତିକ୍ରିୟାରେ ତାଙ୍କର ଏକ ଗୀତ ଗାଇ କହିଥିଲେ ଯେ, ଏମିତି ଗୀତ ବାଜିଲେ ନୀଦ ତ ଆସିବ ନା। ବାସ ଏଇ କଥାକୁ ମନରେ ରଖିଥିଲେ ସଲମାନ। ‘ପ୍ରେମ ରତନ ଧନ ପାୟୋ’ରେ ଅରିଜିତଙ୍କ ସବୁ ଗୀତକୁ କାଟି ଦିଆଯାଇଥିଲା। ଅରିଜିତ ସଲମାନଙ୍କୁ କ୍ଷମା ମାଗିଥିଲେ ହେଁ ସେ ଶୁଣି ନ ଥିଲେ।

-ସୋନୁ ନିଗମ: ଏକଦା ସୋନୁ ନିଗମ ଏକ ଭିଡିଓ ବାର୍ତ୍ତାରେ କାହା ନାଁ ନ ନେଇ ସଲମାନଙ୍କୁ କଟାକ୍ଷ କରିଥିଲେ। ସେ ଦାଦାଗିରି ଦେଖିଛନ୍ତି ଏବଂ ନୂଆ ଗାୟକମାନେ ମଧ୍ୟ ସେସବୁକୁ ସହୁଛନ୍ତି। ଏହାର ଉଦାହରଣସ୍ବରୂପ ସେ ଅରିଜିତଙ୍କ ନାଁ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri