ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ କାହା ଉପରେ ରାଗି ଯାଆନ୍ତି ତେବେ କଥା ସରିଲା। କାରଣ ସେ ଯେତେ ପ୍ରତିଷ୍ଠିତ ହୋଇଥାଆନ୍ତୁ ନା କାହିଁକି ତାଙ୍କ କ୍ୟାରିୟର ବରବାଦ କରିଦିଅନ୍ତି ସଲମାନ। ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ସଲମାନଙ୍କ ପାଇଁ ଆଜି ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ହେଲେ ଅନେକ ଏପରି ମଧ୍ୟ ଅଛନ୍ତି ଯେଉଁମାନଙ୍କ କ୍ୟାରିୟରକୁ ବରବାଦ କରିବା ପଛରେ ଭାଇଜାନଙ୍କ ହାତ ଥିବା କୁହାଯାଏ। ଯେମିତିକି:-

-ସୁଶାନ୍ତ ସିଂହ ରାଜପୁତ: ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ଦୁନିଆରେ ନାହାନ୍ତି। ହେଲେ କୁହାଯାଏ ସେ ସୁଶାନ୍ତ ଯେତେବେଳେ ଫିଲ୍ମରେ ଆକ୍ଟିଭ ଥିଲେ, କ୍ୟାରିୟରର ଶିଖର ଛୁଇଁବା ବେଳେ ସଲମାନଙ୍କ ସହ ତାଙ୍କର କିଛି ମତାନ୍ତର ହୋଇଥିଲା। ସଲମାନ ତାଙ୍କୁ ନିଜ ପ୍ରଯୋଜନା ସଂସ୍ଥାରୁ ବ୍ୟାନ୍‌ କରିଦେଇଥିଲେ। ଏହାପରେ ସଲମାନଙ୍କ ଉପରେ ଫେଭରିଜିମ୍‌ର ଅଭିଯୋଗ ଲାଗିଥିଲା।

-ଐଶ୍ୱର୍ଯ୍ୟା ରାୟ: ସଲମାନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ କଥା କିଏ ବା ନଜାଣେ। ହେଲେ ବ୍ୟବହାରକୁ ନେଇ ଐଶ୍ୱର୍ଯ୍ୟା ଅଭିନେତାଙ୍କଠାରୁ ଦୂରେଇ ଯାଇଥିଲେ। ଏପରିକି ତାଙ୍କ ଫୋନ୍‌ ଉଠାଉ ନ ଥିଲେ। ସଲମାନ କିନ୍ତୁ ଏତେ ପାଗଳ ଥିଲେ ଯେ ସେ ନିଜକୁ କ୍ଷତି ପହଞ୍ଚାଇଥିଲେ। ଏକଦା ‘ଚଲ୍‌ତେ ଚଲ୍‌ତେ’ ଲାଗି ଐଶ୍‌ ଶୁଟିଂ କରୁଥିବା ବେଳେ ସେଠାରେ ସଲମାନ ପହଞ୍ଚି ନିଜକୁ ମାରିବାକୁ ଲାଗିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରୁ ବାହାର କରିି ରାଣୀ ମୁଖାର୍ଜୀଙ୍କୁ କାଷ୍ଟ କରିଥିଲେ। ଏପରି ଭାବେ ଅନେକ ଫିଲ୍ମ ଐଶ୍‌ଙ୍କ ହାତରୁ ଚାଲିଯାଇଥିଲା। ବଲିଉଡ୍‌ର ନିର୍ଦ୍ଦେଶକମାନେ ତାଙ୍କ ସହ କାମ କରିବାକୁ ଅରାଜି ହୋଇଥିଲେ। ଏମିତି ଭାବେ ସେ ନିଜ ପ୍ରେମିକାଙ୍କ କ୍ୟାରିୟରକୁ ଖରାପ କରିଦେଇଥିଲେ।

ବିବେକ ଓବରୟ: ସର୍ବପ୍ରଥମେ ସଲମାନଙ୍କ ଦାଦାଗିରିକୁ ନେଇ ସ୍ବର ଉଠାଇଥିଲେ ବିବେକ। ସଲମାନଙ୍କ ସହ ଐଶ୍‌ଙ୍କ ବ୍ରେକ୍‌ଅପ୍‌ ହେବା ପରେ ବିବେକଙ୍କ ସହ ତାଙ୍କ ନାଁ ଯୋଡାଯାଇଥିଲା। ହେଲେ ସଲମାନ ତାକୁ ପସନ୍ଦ କରୁ ନ ଥିଲେ। ଏମିତିରେ ଏକ ରାତିରେ ସଲମାନ ନିଶାରେ ବିବେକଙ୍କୁ ଲଗାତାର ୪୨ ଥର ଫୋନ କରି ତାଙ୍କୁ ଗାଳି ମଧ୍ୟ କରିଥିଲେ। ଏମିତିରେ ବିବେକ ହୋଟେଲ ରୁମ୍‌କୁ ଖବରଦାତାମାନଙ୍କୁ ଡାକି ସଲମାନ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଥିଲେ। ଘଟଣାକୁ ନେଇ ବହୁତ ରାଗି ଯାଇଥିଲେ ସଲମାନ। ପରେ ସେ ବିବେକଙ୍କ କ୍ୟାରିୟର ବରବାଦ କରିଦେଇଥିଲେ। ଯେତେ କ୍ଷମା ମାଗିଲେ ବି ସଲମାନ ଶୁଣି ନ ଥିଲେ।

-ଅରିଜିତ ସିଂହ: ଜଣାଶୁଣା ଗାୟକ ଅରିଜିତ ମଧ୍ୟ ସଲମାନଙ୍କ ରାଗ ଦେଖିଛନ୍ତି। ୨୦୧୪ରେ ଏକ ପୁରସ୍କାର ବିତରଣ ସମାରୋହରେ ସଲମାନ ଅରିଜିତଙ୍କୁ ଷ୍ଟେଜ୍‌ ଉପରକୁ ଡାକିଥିଲେ। ସେ ପହଞ୍ଚି କହିଥିଲେ ଯେ‘ ଆପଣମାନେ ଶୁଆଇ ଦେଇଥିଲେ। ସଲମାନ ପ୍ରତିକ୍ରିୟାରେ ତାଙ୍କର ଏକ ଗୀତ ଗାଇ କହିଥିଲେ ଯେ, ଏମିତି ଗୀତ ବାଜିଲେ ନୀଦ ତ ଆସିବ ନା। ବାସ ଏଇ କଥାକୁ ମନରେ ରଖିଥିଲେ ସଲମାନ। ‘ପ୍ରେମ ରତନ ଧନ ପାୟୋ’ରେ ଅରିଜିତଙ୍କ ସବୁ ଗୀତକୁ କାଟି ଦିଆଯାଇଥିଲା। ଅରିଜିତ ସଲମାନଙ୍କୁ କ୍ଷମା ମାଗିଥିଲେ ହେଁ ସେ ଶୁଣି ନ ଥିଲେ।

-ସୋନୁ ନିଗମ: ଏକଦା ସୋନୁ ନିଗମ ଏକ ଭିଡିଓ ବାର୍ତ୍ତାରେ କାହା ନାଁ ନ ନେଇ ସଲମାନଙ୍କୁ କଟାକ୍ଷ କରିଥିଲେ। ସେ ଦାଦାଗିରି ଦେଖିଛନ୍ତି ଏବଂ ନୂଆ ଗାୟକମାନେ ମଧ୍ୟ ସେସବୁକୁ ସହୁଛନ୍ତି। ଏହାର ଉଦାହରଣସ୍ବରୂପ ସେ ଅରିଜିତଙ୍କ ନାଁ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?