ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ସଲମାନ, ଅକ୍ଷୟ କୁମାର

ମୁମ୍ବାଇ,୩ା୬: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌(୧୨୮୪୧) ଓ ବେଙ୍ଗାଲୁରୁ-ହାଓ୍ବଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ (୧୨୮୬୪) ଦୁର୍ଘଟଣାଗ୍ରସ୍ତ ହେବାରୁ ଶନିବାର ଅପରାହ୍ନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୬୮ରେ ପହଞ୍ଚିଲାଣି। ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି। ସୁପରଷ୍ଟାର ସଲମାନ ଖାନ୍‌ ଟୁଇଟ୍‌ କରି କହିଛନ୍ତି, ଦୁର୍ଘଟଣା ବିଷୟରେ ଶୁଣି ପ୍ରକୃତରେ ଦୁଃଖିତ। ଭଗବାନ ମୃତକଙ୍କ ଆତ୍ମାକୁ ଶାନ୍ତିରେ ବିଶ୍ରାମ ଦିଅନ୍ତୁ। ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରୁ ଆହତ ପରିବାରକୁ ସୁରକ୍ଷା ଦିଅନ୍ତୁ। ରକ୍ଷା କରନ୍ତୁ।

ସେହିପରି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ମଧ୍ୟ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଓଡ଼ିଶାରେ ଘଟିଥିବା ଦୁଃଖଦ ଟ୍ରେନ୍‌ ଦୁର୍ଘଟଣାର ଭିଜୁଆଲ ଦେଖିବା ହୃଦୟ ବିଦାରକ। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଏହି କଷ୍ଟ ସମୟରେ ପୀଡ଼ିତ ପରିବାର ପ୍ରତି ମୋର ଭାବନା ଏବଂ ସମବେଦନା ଜଣାଉଛି। ଓମ୍‌ ଶାନ୍ତି ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ ସିନେମା ଅଭିନେତ୍ରୀ ସ୍ମୃତି ହାସନ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ବିଷୟରେ ଏକ ଖବର...

ଏକଦା ଟଙ୍କା ପାଇଁ ଟ୍ରେନ୍‌ରେ ଗାଉଥିଲେ ଗୀତ; ଏବେ କୋଟିରେ ନିଅନ୍ତି ପାଉଣା

ବମ୍ବେ: କଥାରେ ଅଛି ସଫଳତା ପାଇବାର ଗୋଟିଏ ମନ୍ତ୍ର ହେଉଛି କଠିନ ପରିଶ୍ରମ। ଲକ୍ଷ୍ୟ ହାସଲ କରିବାର ନିଷ୍ଠା ମନରେ ଥିଲେ ଜୀବନରେ ସବୁକିଛି ପାଇହେବ।...

ଚର୍ଚ୍ଚାରେ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା...

ସୁଶାନ୍ତଙ୍କ ଭିଡିଓ ପୋଷ୍ଟ କରିଥିବା ଫଟୋଗ୍ରାଫରଙ୍କୁ ତାଗିଦ୍‌ କରି ଏପରି କିଛି କହିଥିଲେ ଦୀପିକା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସୁଶାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାରକୁ ନିଆଯିବାର...

ଭୁଲ ସ୍ବୀକାର କଲେ ଉର୍ଫି

ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍‌ ଫାଇଟ୍‌ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ...

ଏକାଠି ନଜରଆସିବେ ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ଭେଟରାନ ଅଭିନେତା ଅଟନ୍ତି। ବଲିଉଡ ହେଉ ଅବା ସାଉଥ୍‌ ଫିଲ୍ମରେ ତାଙ୍କର ଦବ୍‌ଦବା ଆଜି ଯାଏଁ ରହି...

କାଟ୍ରିନାଙ୍କ ବିବାହରେ ଯୋଗଦେବେ ନାହିଁ ସଲମାନ

ଆଜିକାଲି ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଆସନ୍ତା ୭ରୁ ୯ ଡିସେମ୍ବର ମଧ୍ୟରେ ଉଭୟ ବିବାହ ବନ୍ଧନରେ...

ଚର୍ଚ୍ଚାରେ କୁନି ଗଙ୍ଗୁବାଇଙ୍କ ଭିଡିଓ, ଯିଏ ଦେଖୁଛି…

ବମ୍ବେ: ରିଲିଜ ପୂର୍ବରୁ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ସେଥିରେ ଡାଏଲଗ...

Advertisement
Archives

Model This Week