କୁକୁଡା-ଛେଳି ବିକ୍ରି ହେବ ବନ୍ଦ !

ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ। କରୋନା ଲଢ଼େଇ ଦୀର୍ଘଦିନ ଧରି ଜାରି ରହିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍‌ ଅଧାନୋମ୍‌ ଘେବ୍ରେସିୟମସ୍‌ ସୂଚନା ଦେଇଛନ୍ତି। ଇତିମଧ୍ୟରେ ପୃଥିବୀରେ ୭୮ କୋଟିରୁ ଅଧିକ ଲୋକଙ୍କୁ କରୋନା ପ୍ରତିଷେଧକ ଟିକାଦାନ କରାଯାଇ ସାରିଛି। ତେବେ ମଧ୍ୟ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଛନ୍ତି। ପୃଥିବୀରୁ କରୋନା ଭୁତାଣୁ ଲୋପ ପାଇବା ପାଇଁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି। କରୋନା ସହ ଲଢ଼େଇରେ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର। ତେବେ ଏହା ଏକମାତ୍ର ଅସ୍ତ୍ର ନୁହେଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ ପରିaମଳ ଏବଂ ସ୍ବଚ୍ଛତା ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ପୃଥିବୀବ୍ୟାପି ସମସ୍ତ ଦେଶ କୁକୁଡା, ଛେଳି ସମେତ ଅନ୍ୟ ଜୀବନ୍ତ ପ୍ରାଣୀଙ୍କ ବିକ୍ରି ଉପରେ କଟକଣା ଲଗାଇବାର ଆବଶ୍ୟକତା ରହିଛି। ଏନେଇ ସେ ପୃଥିବୀର ବିଭିନ୍ନ ଦେଶଙ୍କ ଉଦ୍ଦେଶ୍ୟରେ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା କରୋନା ସଂକ୍ରମଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ...

କରୋନା ବିଜୟୀଙ୍କ ପୁନର୍ବିବାହ

ଭୋପାଳ: ସେମାନେ ବିବାହିତ। ଢେର ଦିନର ଘରସଂସାର କରି ଏବେ ପରିଣତ ବୟସରେ। କିନ୍ତୁ ଏମିତି ଏକ ସମୟରେ ସେମାନେ ପୁଣି ଥରେ ବିବାହ କରିଛନ୍ତି।...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ...

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ଫୁଲ ବର୍ଷା କରିବ ବାୟୁସେନା ବିମାନ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧାଙ୍କ...

ପ୍ରବାସୀ ସାଜିବେ ଭୂତାଣୁ ବାହକ

ଓ୍ବାଶିଂଟନ,୧୩ା୪: ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନେ କରୋନା ଭାଇରସ୍‌ ବାହକ ହୋଇପାରନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ନ ଥିବା ନିଜ...

ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ ୧୦ କୋଟି ଶିଶୁ

ଜେନେଭା, ୨୬।୪: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏଭଳିସ୍ଥିତିରେ ଲୋକମାନେ ସୁସ୍ଥ ଶିଶୁଙ୍କ ସ୍ବାସ୍ଥ୍ୟ...

କଂଗ୍ରେସ ଘୋଷଣା କଲା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ରାଜ୍ୟ ସଭା ନିର୍ବାଚନ ଜୁନ୍‌ ୧୦ରେ ହେବାକୁ ଥିବା ବେଳେ ସୋମବାର କଂଗ୍ରେସ ପକ୍ଷରୁ ୧୦ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପି. ଚିଦାମ୍ବରମ୍‌, ଜୟରାମ...

Advertisement
Archives

Model This Week