Posted inଜାତୀୟ

ସମ୍ପତ୍ତି ଟାଇଟଲ ହସ୍ତାନ୍ତରରେ ସେଲ୍‌ ଏଗ୍ରିମେଣ୍ଟ ଅବା ପାଓ୍ବାର ଅଫ ଆଟର୍ନି ନୁହେଁ ପ୍ରର୍ଯ୍ୟାପ୍ତ, ମିଳିବନି ମାଲିକାନା ଅଧିକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୭।୧୧ : ସମ୍ପତ୍ତି ଟାଇଟଲ ହସ୍ତାନ୍ତର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ସମ୍ପତ୍ତିର ଟାଇଟଲ ସ୍ଥାନାନ୍ତର କରିବା ପାଇଁ ଏକ ପଞ୍ଜୀକୃତ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। କୋର୍ଟଙ୍କ ଅନୁଯାୟୀ, କେବଳ ସେଲ୍‌ ଏଗ୍ରିମେଣ୍ଟ ଅବା ପାଓ୍ବାର ଅଫ ଆଟର୍ନିକୁ ଟାଇଟଲ ସ୍ଥାନାନ୍ତର ପାଇଁ ଯଥେଷ୍ଟ ବିବେଚନା କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ରେଜିଷ୍ଟ୍ରେଶନ ଆକ୍ଟ ୧୯୦୮ ଅନୁଯାୟୀ, ଦଲିଲଗୁଡ଼ିକ ପଞ୍ଜୀକୃତ ହେଲେ ହିଁ ଜଣେ ସମ୍ପତ୍ତିର ମାଲିକ ହୋଇପାରିବେ।

ଯେଉଁ ମାମଲାରେ କୋର୍ଟ ଏହାର ରାୟ ଦେଇଛନ୍ତି, ଆବେଦନକାରୀ କହିଥିଲେ ସେ ସମ୍ପତ୍ତିର ମାଲିକ ଅଟନ୍ତି ଏବଂ ସମ୍ପତ୍ତି ତାଙ୍କୁ ତାଙ୍କ ଭାଇଙ୍କ ଦ୍ୱାରା ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି ଏହି ସମ୍ପତ୍ତି ଭାଇଙ୍କର ଏବଂ ସମ୍ପତ୍ତି ମଧ୍ୟ ତାଙ୍କର ଦଖଲ ରହିଛି। ପ୍ରତିପକ୍ଷ ଏହି ସମ୍ପତ୍ତି ଦାବି କରି ଏହାର ସପକ୍ଷରେ ସେଲ୍‌ ଏଗ୍ରିମେଣ୍ଟ ଏବଂ ପାଓ୍ବାର ଅଫ ଆଟର୍ନି ସହିତ ଆଫିଡେଭିଟ ରହିଥିବା କହିଥିଲେ।

ପ୍ରତିପକ୍ଷର ଜବାବରେ ଆବେଦନକାରୀ କହିଥିଲେ ଯେଉଁ ଆଧାରରେ ଅଭିଯୁକ୍ତ ଦାବି କରିଛନ୍ତି ତାହା ବୈଧ ନୁହେଁ। ପଞ୍ଜୀକୃତ ଦଲିଲ ବିନା ଅସ୍ଥାବର ସମ୍ପତ୍ତିର ମାଲିକାନା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ଏହା ସହ ସହମତ ହୋଇ କହିଛନ୍ତି ପଞ୍ଜୀକୃତ ଦଲିଲ ବିନା ଅସ୍ଥାବର ସମ୍ପତ୍ତିର ମାଲିକାନା ସ୍ଥାନାନ୍ତର ହୋଇପାରିବ ନାହିଁ, ତେଣୁ ପ୍ରତିପକ୍ଷଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। କୋର୍ଟ ମଧ୍ୟ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ପାୱାର୍‌ ଅଫ ଆଟର୍ନି ହେଉଛି ଏକ ଆଇନଗତ ପ୍ରାଧିକରଣ ଯାହା ସମ୍ପତ୍ତିର ମାଲିକ ଦ୍ୱାରା ଅନ୍ୟ ଜଣକୁ ଦିଆଯାଏ । ପାୱାର୍‌ ଅଫ ଆଟର୍ନି ପାଇବା ଦ୍ୱାରା, ସେହି ବ୍ୟକ୍ତି ସେହି ସମ୍ପତ୍ତି କ୍ରୟ କିମ୍ବା ବିକ୍ରୟ ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ। କିନ୍ତୁ ଏହା ସମ୍ପତ୍ତିର ମାଲିକାନାର ପ୍ରଦାନ କରି ନ ଥାଏ। ସେଲ୍‌ ଏଗ୍ରିମେଣ୍ଟ ହେଉଛି ଏକ ଡକ୍ୟୁମେଣ୍ଟ ଯେଉଁଥିରେ ସମ୍ପତ୍ତି ସହିତ ଜଡିତ ସମସ୍ତ ବିବରଣୀ କ୍ରେତା ଏବଂ ବିକ୍ରେତା ମଧ୍ୟରେ ସ୍ଥିର ହୋଇଥାଏ। ଏଥିରେ ସମ୍ପତ୍ତିର ମୂଲ୍ୟ ଏବଂ ପୂର୍ଣ୍ଣ ଦେୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରେକର୍ଡ କରାଯାଇଥାଏ। ମାତ୍ର ଏହା ମାଲିକାନା ପ୍ରଦାନ କରି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?