Odisha Elections 2024
Posted inଜାତୀୟ

ସମ୍ପତ୍ତି ଟାଇଟଲ ହସ୍ତାନ୍ତରରେ ସେଲ୍‌ ଏଗ୍ରିମେଣ୍ଟ ଅବା ପାଓ୍ବାର ଅଫ ଆଟର୍ନି ନୁହେଁ ପ୍ରର୍ଯ୍ୟାପ୍ତ, ମିଳିବନି ମାଲିକାନା ଅଧିକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୭।୧୧ : ସମ୍ପତ୍ତି ଟାଇଟଲ ହସ୍ତାନ୍ତର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ସମ୍ପତ୍ତିର ଟାଇଟଲ ସ୍ଥାନାନ୍ତର କରିବା ପାଇଁ ଏକ ପଞ୍ଜୀକୃତ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। କୋର୍ଟଙ୍କ ଅନୁଯାୟୀ, କେବଳ ସେଲ୍‌ ଏଗ୍ରିମେଣ୍ଟ ଅବା ପାଓ୍ବାର ଅଫ ଆଟର୍ନିକୁ ଟାଇଟଲ ସ୍ଥାନାନ୍ତର ପାଇଁ ଯଥେଷ୍ଟ ବିବେଚନା କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ରେଜିଷ୍ଟ୍ରେଶନ ଆକ୍ଟ ୧୯୦୮ ଅନୁଯାୟୀ, ଦଲିଲଗୁଡ଼ିକ ପଞ୍ଜୀକୃତ ହେଲେ ହିଁ ଜଣେ ସମ୍ପତ୍ତିର ମାଲିକ ହୋଇପାରିବେ।

ଯେଉଁ ମାମଲାରେ କୋର୍ଟ ଏହାର ରାୟ ଦେଇଛନ୍ତି, ଆବେଦନକାରୀ କହିଥିଲେ ସେ ସମ୍ପତ୍ତିର ମାଲିକ ଅଟନ୍ତି ଏବଂ ସମ୍ପତ୍ତି ତାଙ୍କୁ ତାଙ୍କ ଭାଇଙ୍କ ଦ୍ୱାରା ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି ଏହି ସମ୍ପତ୍ତି ଭାଇଙ୍କର ଏବଂ ସମ୍ପତ୍ତି ମଧ୍ୟ ତାଙ୍କର ଦଖଲ ରହିଛି। ପ୍ରତିପକ୍ଷ ଏହି ସମ୍ପତ୍ତି ଦାବି କରି ଏହାର ସପକ୍ଷରେ ସେଲ୍‌ ଏଗ୍ରିମେଣ୍ଟ ଏବଂ ପାଓ୍ବାର ଅଫ ଆଟର୍ନି ସହିତ ଆଫିଡେଭିଟ ରହିଥିବା କହିଥିଲେ।

ପ୍ରତିପକ୍ଷର ଜବାବରେ ଆବେଦନକାରୀ କହିଥିଲେ ଯେଉଁ ଆଧାରରେ ଅଭିଯୁକ୍ତ ଦାବି କରିଛନ୍ତି ତାହା ବୈଧ ନୁହେଁ। ପଞ୍ଜୀକୃତ ଦଲିଲ ବିନା ଅସ୍ଥାବର ସମ୍ପତ୍ତିର ମାଲିକାନା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ଏହା ସହ ସହମତ ହୋଇ କହିଛନ୍ତି ପଞ୍ଜୀକୃତ ଦଲିଲ ବିନା ଅସ୍ଥାବର ସମ୍ପତ୍ତିର ମାଲିକାନା ସ୍ଥାନାନ୍ତର ହୋଇପାରିବ ନାହିଁ, ତେଣୁ ପ୍ରତିପକ୍ଷଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। କୋର୍ଟ ମଧ୍ୟ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ପାୱାର୍‌ ଅଫ ଆଟର୍ନି ହେଉଛି ଏକ ଆଇନଗତ ପ୍ରାଧିକରଣ ଯାହା ସମ୍ପତ୍ତିର ମାଲିକ ଦ୍ୱାରା ଅନ୍ୟ ଜଣକୁ ଦିଆଯାଏ । ପାୱାର୍‌ ଅଫ ଆଟର୍ନି ପାଇବା ଦ୍ୱାରା, ସେହି ବ୍ୟକ୍ତି ସେହି ସମ୍ପତ୍ତି କ୍ରୟ କିମ୍ବା ବିକ୍ରୟ ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ। କିନ୍ତୁ ଏହା ସମ୍ପତ୍ତିର ମାଲିକାନାର ପ୍ରଦାନ କରି ନ ଥାଏ। ସେଲ୍‌ ଏଗ୍ରିମେଣ୍ଟ ହେଉଛି ଏକ ଡକ୍ୟୁମେଣ୍ଟ ଯେଉଁଥିରେ ସମ୍ପତ୍ତି ସହିତ ଜଡିତ ସମସ୍ତ ବିବରଣୀ କ୍ରେତା ଏବଂ ବିକ୍ରେତା ମଧ୍ୟରେ ସ୍ଥିର ହୋଇଥାଏ। ଏଥିରେ ସମ୍ପତ୍ତିର ମୂଲ୍ୟ ଏବଂ ପୂର୍ଣ୍ଣ ଦେୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରେକର୍ଡ କରାଯାଇଥାଏ। ମାତ୍ର ଏହା ମାଲିକାନା ପ୍ରଦାନ କରି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri