Posted inଖେଳ

ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା: ୨ ଘଣ୍ଟାରେ ବଦଳି ଗଲା ସବୁ ଖେଳ

ନୂଆଦିଲ୍ଲୀ,୨୭।୧୧: ଆଇପିଏଲସ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନଶନ ତାଲିକା ପ୍ରକାଶ କରିଛନ୍ତି। ଏହି ସଂପର୍କରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପୂର୍ବତନ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ରବିବାର ଖେଳାଳି ରିଲିଜ ଓ ରିଟେନଶନର ଶେଷ ଦିବସ ଥିଲା। ତଦନୁସାରେ ଗୁଜରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କୁ ଅଧିନାୟକଭାବେ ଅପରିବର୍ତ୍ତିତ ରଖିଥିଲା। ମାତ୍ର ୨ ଘଣ୍ଟାର ନାଟକୀୟ ଘଟଣା କ୍ରମରେ ଗୁଜରାଟ ଓ ମୁମ୍ବାଇ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଆର୍ଥିକ କାରବାର ପରେ ହାର୍ଦ୍ଦିକ ମୁମ୍ବାଇକୁ ଫେରିବା ସମ୍ଭବ ହୋଇ ପାରିଛି। ତେବେ କାଗଜପତ୍ର କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଆଇପିଏଲ୍‌ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁଷ୍ଠାନିକ ଭାବେ ଅନୁମତି ଦେବା ବାକି ରହିଥିବା ଜଣାଯାଇଛି। ”ଅପରାହ୍ନ ୫ଟା ପରେ ହାର୍ଦ୍ଦିକଙ୍କୁ ନେଇ ଆର୍ଥିକ କାରବାର ପ୍ରକ୍ରିୟା ଶେଷ ହୋଇଛି। ତିନି ପକ୍ଷ ମଧ୍ୟରେ ଏହି ଆର୍ଥିକ କାରବାର ହୋଇଛି। ସେ ଏବେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି“ ବୋଲି ବିସିସିଆଇର ଜଣେ ବରିଷ୍ଠ ପଦାଧିକାରୀ ତଥା ଆଇପିଏଲ ଗଭର୍ନିଂ କାଉନ୍ସିଲ ସଦସ୍ୟ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଡିସେମ୍ବର ୧୯ରେ ହେବାକୁଥିବା ଖେଳାଳି ନିଲାମ ପୂର୍ବରୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗଦେଇ ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଡିସେମ୍ବର ୧୨ ପର୍ଯ୍ୟନ୍ତ ଟ୍ରେଡିଂ ଓ୍ବିନ୍‌ଡୋ ଓପନ ଥିବାରୁ ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଦଳକୁ ଫେରିବା ପଥ ପରିଷ୍କାର ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଗତ ଖେଳାଳି ନିଲାମରେ କାମେରନ ଗ୍ରୀନ୍‌ଙ୍କୁ ୧୭.୫ କୋଟି ଟଙ୍କାରେ କିଣିଥିଲା। ହାର୍ଦ୍ଦିକ ୧୫ କୋଟି ଟଙ୍କା ମୂଲ୍ୟରେ ଗୁଜରାଟ ଦଳରେ ରହିଥିଲେ। ଏବେ ହାର୍ଦ୍ଦିକଙ୍କୁ କିଣିବା ପାଇଁ ମୁମ୍ବାଇ ନିକଟରେ ଆବଶ୍ୟକ ଅର୍ଥ ଉପଲବ୍ଧ ନ ଥିଲେ ମଧ୍ୟ ଏପରି ଚୁକ୍ତି କରାଯାଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ହାର୍ଦ୍ଦିକ ୨୦୨୨ରେ ଟାଇଟନ୍ସରେ ଯୋଗଦେଇଥିଲେ ଏବଂ ଦଳକୁ ଟାଇଟଲ ବିଜୟୀ କରିଥିଲେ। ୨୦୨୩ରେ ତାଙ୍କ ନେତୃତ୍ୱରେ ଦଳ ଫାଇନାଲ ଖେଳିଥିଲା, ମାତ୍ର ଚେନ୍ନାଇ ସୁପର କିଙ୍ଗ୍ସଠାରୁ ହାରି ରନରଅପ୍‌ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ସିଜନ ପାଇଁ ରୋହିତ ଶର୍ମାଙ୍କ ନାମ ଅଧିନାୟକଭାବେ ଘୋଷଣା କରିସାରିଛି।
ପାଣ୍ଡ୍ୟା ଏପର୍ଯ୍ୟନ୍ତ ଆଇପିଏଲରେ ୧୨୩ଟି ମ୍ୟାଚ ଖେଳି ୨୩୦୯ ରନ ସ୍କୋର କରିଛନ୍ତି। ସେ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦ୍ଦିକଙ୍କ ସର୍ବଶ୍ରେଷ୍ଠ ଆଇପିଏଲ ସ୍କୋର ହେଉଛି ୯୧ ରନ। ସେ ଅଲରାଉଣ୍ଡର ଭାବେ ୫୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏବେ ଆରସିବିର ମାଲିକ କିଏ ଜାଣନ୍ତି: ବିଜୟ ମାଲ୍ୟା ନା ଆଉ କିଏ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୦୮ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ(ଆରସିବି) ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ହୋଇପାରିଛି। ଆରସିବି ଦଳ...

୨୦ କୋଟି ଅଫର୍‌ ଦେଲେ ବି ଆଇପିଏଲ୍‌ ଖେଳିବେ ନାହିଁ ବାବର, କାରଣ ବି କହିଲେ…

ଇସଲାମାବାଦ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସାରା ବିଶ୍ୱରେ କ୍ରେଜ୍‌ ଅଧିକ ରହିଛି। ଏହା ଏଭଳି ଏକ ଟୁର୍ନାମେଣ୍ଟ ଯେଉଁଠି ରାତାରାତି ଯେକୌଣସି ଖେଳାଳିର ଭାଗ୍ୟ...

ରୋଚକ ହେଉଛି ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌: ଜାଣନ୍ତୁ କେଉଁ ଦଳ ଅଛନ୍ତି ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ର ୫୭ଟି ମ୍ୟାଚ ଖେଳାଯାଇଛି। ହାଇଦ୍ରାବାଦ ଲକ୍ଷ୍ନୌର ପ୍ଲେ ଅଫରେ ପହଞ୍ଚିବାର ଆଶା ଶେଷ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ଲେ...

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍‌ କହିଲେ-କେଉଁ ଟିମ୍‌କୁ ଯିବେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୯।୫: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ୧୨ ମ୍ୟାଚ୍‌ରେ ୪ ବିଜୟ ସହ ଏମ୍‌ଆଇ ୮ ଅଙ୍କ...

ତୁମ ସମୟ ଆସିବାକୁ ଯାଉଛି… ନିଜ ଶିଷ୍ୟଙ୍କ ପ୍ରଶଂସାରେ ଶତମୁଖ ହେଲେ ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ,୯।୫: ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ କେବଳ ୫୮ ବଲ୍‌ରେ ହାସଲ କରିନେଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦର ଓପନିଂ...

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ LSG ମାଲିକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

କୋହଲି ନୁହେଁ, ଏହି ୨ ବ୍ୟାଟ୍‌ସମ୍ୟାନ୍‌ ଅରେଞ୍ଜ୍‌ କ୍ୟାପ୍‌ ଜିତିବାର ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନ୍‌ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି। ଆଗାମୀ ୨ ସପ୍ତାହରୁ କମ ସମୟ ମଧ୍ୟରେ, ଆଇପିଏଲ ୨୦୨୪ର...

ମାତ୍ର ୧୨ ରନ୍‌ରେ ଅଲଆଉଟ୍‌ ହେଲା ଏହି ଟିମ୍‌: ୭ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍‌

ନୂଆଦିଲ୍ଲୀ,୯।୫: ଆଜିକାଲି ଆଇପିଏଲ ୨୦୨୪ରେ ବିଭିନ୍ନ ବଡ଼ ସ୍କୋର କରୁଛନ୍ତି, କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ରେ ଗୋଟିଏ ଦଳ ମାତ୍ର ୧୨ ରନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri