ସାକ୍ଷୀଗୋପାଳ ମନ୍ଦିର ଝୁଲଣ କୁଞ୍ଜରେ ଜୋତାପିନ୍ଧା ମୂର୍ତ୍ତି

ସାକ୍ଷୀଗୋପାଳ,୨୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ରବିବାର ପରମ୍ପରା କ୍ରମେ ଗହ୍ମାପୂର୍ଣ୍ଣିମା ପର୍ବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବର୍ଜ୍ୟବସ୍ତୁ ଫାଇବରରେ ନିର୍ମିତ ଜୋତା ପିନ୍ଧିଥିବା ଭୀମ ଓ ଦୁଃଶାସନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାବ୍ୟତୀତ ୨୦ଟି ସଖୀ, ରୋହିଣୀ, ଯଶୋଦା, କୃଷ୍ଣ ଓ ବଳରାମଙ୍କ ମୂର୍ତ୍ତି ଝୁଲଣ କୁଞ୍ଜରେ ମନ୍ଦିର ପ୍ରଶାସନ ଖଞ୍ଜିଥିବା ଦେଖାଯାଇଛି। ପୂର୍ବରୁ ଶୋଲ, ନଡ଼ା, କପଡ଼ା, କାଗଜ ଅଠା ଓ ଚିକ୍‌ମିକ୍‌ ଜରି ଜମୁରାରେ ଝୁଲଣ କୁଞ୍ଜ ସଜାଯାଉଥିବା ବେଳେ ଚଳିତବର୍ଷ ମନ୍ଦିର ପରମ୍ପରାକୁ ଏଡ଼ାଇଯାଇ ଅନାବଶ୍ୟକ ଭାବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଫାଇବର ମୂର୍ତ୍ତି ସ୍ଥାପନକୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ଏମ୍‌ପି ସମ୍ବିତ ପାତ୍ର ଏବଂ ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ମନ୍ଦିର ପ୍ରଶାସନ ଦୋଷ ଲୁଚାଇବାକୁ ଯାଇ ଜୋତାପିନ୍ଧା ମୂର୍ତ୍ତିଙ୍କ ପାଦକୁ ଠାକୁରଙ୍କ ପାଟବସ୍ତ୍ରରେ ଢାଙ୍କିଦେବା ଘଟଣା ଭକ୍ତମାନଙ୍କୁ ଚକିତ କରିଛି। ସେବାୟତ ସଂଘ ତଥା ମନ୍ଦିର ପରିଚାଳନା ପରିଷଦ ସଭ୍ୟ ପ୍ରତାପ ମହାପାତ୍ର ଜୋତାପିନ୍ଧା ମୂର୍ତ୍ତି ରଖାଯାଇଥିବା ବିଷୟରେ ଜାଣି ନ ଥିଲେ ଏବଂ ଏହାକୁ ଅପସାରଣ କରାଯିବ ବୋଲି କହିଛନ୍ତି। ଏହି ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟୀ କରି ସେବାୟତ ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, ପୂର୍ବରୁ ମନ୍ଦିର ପାରମ୍ପରିକ ପର୍ବପର୍ବାଣିରେ କେଉଁଠି ଫାଇବର ବ୍ୟବହାର କରାଯାଇନାହିଁ। କାହା ନିର୍ଦ୍ଦେଶରେ ଏହା କରାଯାଇଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ସେହିପରି ପରମ୍ପରାରେ ଆଞ୍ଚ ଆସିବା ଭଳି କୌଣସି କାର୍ଯ୍ୟ ମନ୍ଦିରରେ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଦାୟୀ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇବାକୁ ଜୟପୁର ପଞ୍ଚାୟତ ସମିତିର ସଭ୍ୟ ଦୀପକ ଶତପଥୀ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ କହିଛନ୍ତି, ପୁରୁଣା ମୂର୍ତ୍ତିଗୁଡ଼ିକ ଭାଙ୍ଗିଯାଇଥିବାରୁ ନୂଆ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ମୂର୍ତ୍ତିଗୁଡ଼ିକ ଆଣି ଝୁଲଣ କୁଞ୍ଜରେ ଖଞ୍ଜାଯିବା ସମୟରେ କୌଣସି ଅଭିଯୋଗ ଆସି ନ ଥିଲା। ଝୁଲଣ ଶେଷ ପର୍ଯ୍ୟାୟରେ ଏଭଳି ଅଭିଯୋଗ ଆସିଛି। ତୁରନ୍ତ ଏହାକୁ କାଢ଼ି ଦିଆଯିବ ଏବଂ ଆସନ୍ତା ବର୍ଷ ଏହା ଲଗାଯିବ ନାହିଁ ବୋଲି ତ୍ରିପାଠୀ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri