Posted inଖେଳ

ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ

ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ ଜନ୍ମଦିନ ପାଳନ କରିଛନ୍ତି। ମାମାଙ୍କ ଜନ୍ମଦିନରେ ଖୁବ୍‌ ମସ୍ତି କରିଥିଲେ ଜିଭା। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଳ ହୋଇଛି। ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଉଭୟ ମାହି ଏବଂ ଜିଭା ପରସ୍ପରର ଅତି ନିକଟତର। ସାକ୍ଷୀ ଧୋନୀ ନିଜେ ମଧ୍ୟ ଏହି ସତ୍ୟକୁ ଗ୍ରହଣ କରିଛନ୍ତି। ମୁଁ ୧୦ ଥର କହିବା ପରେ ମଧ୍ୟ ଜିଭା ମୋ କଥା ଶୁଣନ୍ତି ନାହିଁ, କିନ୍ତୁ ମାହି ଥରେ କହିଲେ ସେ ସବୁ କାମ କରନ୍ତି । ଜିଭା ଫେବୃଆରୀ ୬, ୨୦୧୫ରେ ଜନ୍ମ ହୋଇଥିଲେ ଏବଂ ଧୋନୀ ସେହି ସମୟରେ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ। ଏପରି ପରିସ୍ଥିତିରେ ଧୋନୀଙ୍କ ଉପରେ ଅନେକ ଦାୟିତ୍ୱ ଥିଲା। ସେ ନିଜ ଡ୍ୟୁଟିରେ ଥିବାରୁ ତାଙ୍କ ଝିଅ ଜନ୍ମ ପରେ ଭାରତକୁ ଫେରି ନ ଥିଲେ। ଖୁବ କମ ଲୋକ ଜାଣିଥିବେ ଯେ ସାକ୍ଷୀ ପ୍ରଥମେ ଜିଭା ଜନ୍ମ ଖବର ଧୋନୀଙ୍କୁ ନ ଦେଇ ସାଥୀ ଖେଳାଳି ସୁରେଶ ରାଇନାଙ୍କୁ ଦେଇଥିଲେ। ବିଶ୍ୱକପକୁ ଧ୍ୟାନରେ ରଖି ଧୋନୀ ଅଭ୍ୟାସ ସମୟରେ ତାଙ୍କ ସହିତ ଫୋନ ରଖି ନ ଥିଲେ। ଏହି କାରଣରୁ, ସାକ୍ଷୀ ପ୍ରଥମେ ସୁରେଶ ରାଇନାଙ୍କୁ ଏହି ଖବର ଦେଇଥିଲେ ଏବଂ ପରେ ରାଇନା ଏହି ଖୁସି ଖବର ଧୋନୀଙ୍କୁ ଜଣାଇଲେ । ଲକଡାଉନ ସମୟରେ ଇନଷ୍ଟାଗ୍ରାମ ଲାଇଭରେ ଇନଷ୍ଟାଗ୍ରାମ ସୁପର କିଙ୍ଗ୍ସ ସହିତ ଏକ ବାର୍ତ୍ତାଳାପରେ ସାକ୍ଷୀ ଏହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌

ଢାକା, ୧୬।୯: ବାଂଲାଦେଶ କ୍ରିକେଟ୍‌ ଦଳର ଯୁବ ବ୍ୟାଟ୍ସମ୍ୟାନ ସୈଫ୍‌ ହାସନ ଦ୍ୱିତୀୟଥର ଲାଗି କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ହାସନ କରୋନା ପଜିଟିଭ ଚିହ୍ନଟ...

ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୦।୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗ ସଚିବ ବିଶାଲ ଦେବ ୪ର୍ଥ ବିଜୁ ପଟ୍ଟନାୟକ ହିମାଳୟାନ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୯: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଏହି ଟିମ ଜର୍ସି ନୀଳ...

କୋଭିଡ-୧୯: ୧୦ ହଜାର ଲୋକଙ୍କୁ ଖୁଆଇଲେ ଗାଙ୍ଗୁଲି

କୋଲକାତା,୪/୪: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୈାରଭ ଗାଙ୍ଗୁଲି କୋଭିଡ-୧୯ ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଖୁଆଇବା ର ବ୍ୟବସ୍ଥା କରିଛନ୍ତି। ଇସ୍କନ...

ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟରେ ରଶ୍ମିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୬।୪(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଗତ ୩ ଓ ୪ ତାରିଖ ଦୁଇଦିନଧରି ଅନୁଷ୍ଠିତ ଜାତୀୟ ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟ...

ଭୁଲ୍‌ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଟଜେଙ୍କ କୋଭିଡ୍‌ ରିପୋର୍ଟ

ମୁମ୍ବାଇ, ୧୬ା୪- ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅନରିଚ ନର୍ଟଜେ ଶୁକ୍ରବାର କଠିନ କ୍ୱାରେଣ୍ଟିନ ଶେଷ କରିଛନ୍ତି। ଭୁଲ କୋଭିଡ୍‌-୧୯ ରିପୋର୍ଟ ଯୋଗୁ ତାଙ୍କୁ ଅଧିକ କିଛି...

କୋଭିଡ୍‌ ମୁକ୍ତ ହେଲେ ଶାମି

ନୂଆଦିଲ୍ଳୀ,୨୮ା୯: ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ୍‌ ବୋଲର ମହମ୍ମଦ ଶାମି କୋଭିଡ୍‌ ମୁକ୍ତ ହୋଇଛନ୍ତି। ୧୦ ଦିନ ଧରି କରୋନାରେ ଆକ୍ରାନ୍ତ ରହିବା ପରେ...

ଦ୍ୱିତୀୟ ଟେଷ୍ଟ: ବିଜୟ ଦ୍ୱାରରେ ପାକିସ୍ତାନ

କରାଚୀ, ୨୨।୧୨-ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ବିଜୟର ଦ୍ୱାର ଦେଶରେ ପହଞ୍ଚିଛି। ପ୍ରଥମ ଇନିଂସରେ ୮୦...

Advertisement
Archives

Model This Week