Posted inଜାତୀୟ

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା ପାଇଁ ସାମାଜିକ କର୍ମୀ ସାକେତ ଗୋଖଲେଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ ତାଙ୍କ ଆୟ ବାହାରେ ବେଆଇନ ଭାବେ ସୁଇଜରଲାଣ୍ଡରେ ଘର କିଣିଥିବା ନେଇ ସାକେତ ଗତ ମାସରେ ଏକ ଟୁଇଟ କରିଥିଲେ। ଉକ୍ତ ଟୁଇଟ୍‌ ମିଥ୍ୟା ତଥ୍ୟ ଉପରେ ଆଧାରିତ ଏବଂ ଏହା ତାଙ୍କ ମାନହାନି କରୁଥିବା ଅଭିଯୋଗ ଆଣି ଲକ୍ଷ୍ମୀ ପୁରୀ ଲ’ ଫାର୍ମ କରଞ୍ଜାଓ୍ବାଲା ଆଣ୍ଡ୍‌ କୋ ଜରିଆରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ସାକେତ ତୁରନ୍ତ ଉକ୍ତ ଟୁଇଟ ହଟାଇବା ସହ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଦିଅନ୍ତୁ ବୋଲି ଲକ୍ଷ୍ମୀ ଦାବି କରିଥିଲେ। ସାକେତ ୨୪ ଘଣ୍ଟା ମଧ୍ୟରେ ଟୁଇଟ ନ ହଟାଇଲେ ଟୁଇଟର ତାହାକୁ ନିଜ ଆଡ଼ୁ ଡିଲିଟ କରିବାକୁ ଜଷ୍ଟିସ୍‌ ସି. ହରି ଶଙ୍କର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅନ୍ୟ କୌଣସି ପ୍ଲାଟଫର୍ମରେ ମଧ୍ୟ ମାନହାନି ହେଉଥିବା ଭଳି ପୋଷ୍ଟ କରିବାକୁ କୋର୍ଟ ସାକେତଙ୍କୁ ବାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀକ୍ଷା ନେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲିଙ୍ଗାୟତ ସମ୍ପ୍ରଦାୟର ଦୀକ୍ଷା ଗ୍ରହଣ କରିଛନ୍ତି। କର୍ନାଟକର ଚିତ୍ରଦୁର୍ଗାଠାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ମଠର ମୁଖ୍ୟ ଡାକ୍ତର...

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ...

ଦେଶର ହିତ ପାଇଁ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ...

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନ ଥିବା ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୧ ।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ କିଛି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ...

ବାଜପେୟୀଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ମହାନ ରାଜନେତା ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଶୁକ୍ରବାର ଜନ୍ମବାର୍ଷିକୀ ପାଳନ କରାଯାଉଛି। ୩ ଥର ଦେଶର ପ୍ରଧାନମନ୍ତ୍ରୀ...

ତୃତୀୟ ଲହର ଯୋଗୁ ରାଜଧାନୀରେ ଆତଙ୍କ ସୃଷ୍ଟି ହେବା ଆଶଙ୍କା: ଅକ୍ସିଜେନ୍‌ ଷ୍ଟକ୍‌ ଲାଗି ପରାମର୍ଶ …

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଅକ୍ସିଜେନ୍‌ ଅଭାବ...

ସବାରି ପୂର୍ବରୁ ଉଠିଲା କୋକେଇ

ରାଞ୍ଚି,୧୬।୭: ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଜୁଲାଇ ୧୬...

Advertisement
Archives

Model This Week