ଚୌଦ୍ୱାରରୁ ଜର୍ମାନୀ ଯିବେ ସାଇମୀନାକ୍ଷୀ

କଟକ ଅଫିସ,୭ା୪: କଟକ ଜିଲା ଚୌଦ୍ୱାରରୁ ଜର୍ମାନୀ ଯିବେ ସାଇମୀନାକ୍ଷୀ। ଜର୍ମାନୀର ଥାଙ୍ଗାଭେଲ ଦମ୍ପତି ଅନାଥ ଶିଶୁକନ୍ୟା ସାଇମୀନାକ୍ଷୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଫଳରେ ସାଇମୀନାକ୍ଷୀଙ୍କ ନୂଆ ଠିକଣା ହୋଇଛି ଜର୍ମାନୀର ଲଣ୍ଡୌଏର ଷ୍ଟ୍ରାବେ-୧୦୦। ଏଥିସହ ସାଇମୀନାକ୍ଷୀ ମାତାପିତା, ପରିବାର, ଆବାସ ପାଇବା ସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପାଇପାରିଛି ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଶିଶୁକନ୍ୟା ହସ୍ତାନ୍ତର କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଜିଲାପାଳ ଉପରୋକ୍ତ କଥା କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜର୍ମାନୀର ଦମ୍ପତି ସର୍ଭାନନ ସର୍ଭାରନ ଥାଙ୍ଗାଭେଲ ଏବଂ ସୁଭାଷିନୀ ମୁନିଆସାମୀ ଯୋଗଦେଇ ସାଇମୀନାକ୍ଷୀଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ଅବସରରେ ଥାଙ୍ଗାଭେଲ ଦମ୍ପତି କହିଥିଲେ, ସାଇମୀନାକ୍ଷୀ ସେମାନଙ୍କୁ ଖୁବ୍‌ ଭଲପାଉଛି। ସେମାନେ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି। ସାଇମୀନାକ୍ଷୀଙ୍କ ନୂତନ ଜୀବନ ଯାତ୍ରାରେ ଜିଲାପାଳ, ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋଗ ଓ ଆଶୀର୍ବାଦ ଏକ ନୂତନ ପ୍ରେରଣା ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ଜୁନ୍‌ ୨୮ରେ ସାଇମୀନାକ୍ଷୀ ଜନ୍ମଗ୍ରହଣ କରିଥିଲେ। ଏହାପରେ ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଚୌଦ୍ୱାରସ୍ଥିତ ସର୍ଭ୍ୟାଣ୍ଟସ ଅଫ୍‌ ଇଣ୍ଡିଆ ସୋସାଇଟିକୁ ଜୁଲାଇ ୧୨ରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଶିଶୁକନ୍ୟାଙ୍କୁ ଅକ୍ଟୋବର ୨୬ରେ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଜିଲା ଶିଶୁ କଲ୍ୟାଣ ସମିତି ଅନୁମତି ଦେଇଥିଲେ। ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂସାଧନ ସଂସ୍ଥା ଚଳିତବର୍ଷ ଜାନୁୟାରୀ ୨ରେ ବିନା ଆପତ୍ତିରେ ଜର୍ମାନୀର ଦମ୍ପତିଙ୍କୁ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ନିମନ୍ତେ ଅନୁମତି ଦେଇଥିଲା। ଇତିମଧ୍ୟରେ ସାଇମୀନାକ୍ଷୀଙ୍କ ପାସ୍‌ପୋର୍ଟ ନିମନ୍ତେ ଭୁବନେଶ୍ୱର ପାସ୍‌ପୋର୍ଟ କାର୍ଯ୍ୟାଳୟକୁ ଆବେଦନ କରାଯାଇଛି। ଏଥିସହ ଭିସା ଉପଲବ୍ଧ କରିବା ପାଇଁ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି ବୋଲି ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri