ଡିନର୍‌ କରିବାକୁ ଆସି ଦୁଇ ଦିନ ଯାଏ ଅଭିନେତ୍ରୀ ଅମୃତାଙ୍କ ଘରେ ରହିଥିଲେ ସୈଫ; ସୁଯୋଗର ହାତ ଛଡ଼ା ନ କରି…

ବମ୍ବେ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଆସିଛି। ବିଶେଷକରି ସେ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ବିବାହ ପୂର୍ବରୁ ସେ ଅଭିନେତ୍ରୀ ଅମୃତା ସିଂହଙ୍କୁ ଡେଟ୍‌ କରିଥିଲେ। ହେଲେ ସୈଫଙ୍କ ପରିବାରଲୋକେ ଏହି ବିବାହକୁ ବିରୋଧ କରୁଥିଲେ। କାରଣ ସେତେବେଳେ ଯୁବକ ଥିଲେ ସୈଫ। ଅଭିନୟରେ ତାଙ୍କ କ୍ୟାରିୟର ଆରମ୍ଭ ମଧ୍ୟ ହୋଇ ନ ଥିଲା। ମାତ୍ର ଲୁଚିଛପି ଉଭୟ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ୨୦୦୪ରେ ଅମୃତାଙ୍କୁ ସେ ଛାଡ଼ପତ୍ର ଦେଇଥିଲେ। ସେତେବେଳକୁ ଅମୃତା ଦୁଇ ସନ୍ତାନର ଜନନୀ ଥିଲେ।

ସୈଫ-ଅମୃତାଙ୍କ ଲଭ୍‌ଷ୍ଟୋରୀ କିଛି ଏଭଳି ଥିଲା। ଉଭୟ ପରସ୍ପରକୁ ଏକ ଫଟୋଶୁଟ ସମୟରେ ଭେଟିଥିଲେ। ସୈଫ ବଲିଉଡ୍‌କୁ ଆସି ନ ଥିଲେ। ନିଜର ଡେବ୍ୟୁ ଫିଲ୍ମ ‘ପରସ୍ପରା’ର ଶୁଟିଂରେ ସେ ବ୍ୟସ୍ତ ଥିଲେ। ଫଟୋଶୁଟ୍‌ ପରଠାରୁ ଅମୃତାଙ୍କୁ ଚାରିଆଡେ ଖୋଜୁଥିଲେ ସୈଫ। ଏକଦା ସେ ଅମୃତାଙ୍କୁ ଫୋନ କରି ଡିନ୍‌ରରେ ଯିବାକୁ କହିଥିଲେ। ଅଭିନେତ୍ରୀ ମାନି ନ ଥିଲେ। ଏହା ବଦଳରେ ସୈଫଙ୍କୁ ତାଙ୍କ ଘରକୁ ସେ ଡାକିଥିଲେ। ଏହାପରେ ନିର୍ଧାରିତ ସମୟରେ ସୈଫ ପହଞ୍ଚିଯାଇଥିଲେ। ସାଙ୍ଗହୋଇ ସେମାନେ ଡିନର୍‌ କରିବା ପରେ କଥା ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଚୁମ୍ବନ ଦେଇଥିଲେ। ସୈଫ ସୁଯୋଗକୁ ହାତ ଛଡ଼ା ନ କରି ଅମୃତାଙ୍କୁ ପ୍ରେମ ନିବେଦନ କରିଥିଲେ। ଅମୃତା ହଁ ଭରିଥିଲେ। ଏହାପରେ ଦୁଇ ଦିନ ଯାଏ ଅମୃତାଙ୍କ ଘରେ ରହିଥିଲେ ସୈଫ।

ଦୁଇ ଦିନ ପରେ ଶୁଟିଂସେଟ୍‌କୁ ଯିବାକୁ ବାହାରିଥିଲେ ସୈଫ। ତାଙ୍କ ପାଇଁ କାର ଆସିଥିଲା। ହେଲେ ସେ ନିଜର ଓ୍ବାଲେଟ୍‌ ଭୁଲି ଯାଇଥିଲେ। ଅମୃତାଙ୍କଠାରୁ ତାଙ୍କୁ ଶହେ ଟଙ୍କା ଉଧାର ନେବାକୁ ପଡ଼ିଥିଲା ବୋଲି ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ଖୁଲାସା କରିଥିଲେ ସୈଫ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri