Posted inଜାତୀୟ

ଗିରଫର ୮ ବର୍ଷ ପରେ ସାଇବାବା ଦୋଷମୁକ୍ତ

ନାଗପୁର/ନୂଆଦିଲ୍ଲୀ,୧୫।୧୦: ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗିରଫ ହେବାର ୮ ବର୍ଷ ପରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ୫୨ ବର୍ଷୀୟ ସାଇବାବାଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଗିରଫ କରିବା ଅବୈଧ। ତେଣୁ ତାଙ୍କୁ ଖଲାସ କରାଯାଉ ବୋଲି ହାଇକୋର୍ଟ ନାଗପୁର କେନ୍ଦ୍ରୀୟ କାରାଗାରକୁ ନିର୍ଦ୍ଦେଶ ଦେଇଛନ୍ତି।
ବିରୋଧରେ ଯୁଦ୍ଧ ସକାଶେ ମାଓବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ସାଇବାବାଙ୍କୁ ୨୦୧୪ ଫେବୃୟାରୀରେ ଗିରଫ କରାଯାଇଥିଲା। ୨୦୧୭ ମାର୍ଚ୍ଚରେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲା କୋର୍ଟ ଏହି ମାମଲାରେ ସାଇବାବା ଓ ଜବାହରଲାଲ ନେହେରୁ ୟୁନିଭର୍ସିଟିର (ଜେଏନ୍‌ୟୁ)ର ଜଣେ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସାଇବାବା ଏହାକୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ରୋହିତ ଦେଓ ଏବଂ ଅନିଲ ପାନ୍‌ସରେଙ୍କ ଖଣ୍ଡପୀଠ ସାଇବାବାଙ୍କ ଅପିଲ ପିଟିଶନର ଶୁଣାଣି କରି ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମହାରାଷ୍ଟ୍ର ସରକାର ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠରେ ତ୍ୱରିତ ଶୁଣାଣି କରାଯାଉ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅନୁରୋଧ କରିଛନ୍ତି। ପୋଲିସଜନିକ ପାରାଲେସିସ୍‌ଗ୍ରସ୍ତ ସାଇବାବା ହ୍ବିଲଚେୟାର ଉପରେ ନିର୍ଭରଶୀଳ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଆଗରେ ଗୁଳିକରି ହତ୍ୟା

ଲକ୍ଷ୍ନୌ/ବାଲିଆ, ୧୭ା୧୦: ଉତ୍ତରପ୍ରଦେଶର ବଲିଆ ଅନ୍ତର୍ଗତ ଦୁର୍ଜନପୁର ଗ୍ରାମରେ ରାଶନ ଦୋକାନ ବଣ୍ଟନ ଲାଗି ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଗୁରୁବାର ଗୁଳିମାଡ଼ କରି...

୨୭ରେ ନାମାଙ୍କନପତ୍ର ଦାଖଲ କରିବେ ଯଶବନ୍ତ

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଜୁନ ୨୭ରେ ନାମାଙ୍କନପତ୍ର ଦାଖଲ କରିବେ। ଯଶବନ୍ତ ଦୁଇ ଦିନିଆ ବିହାର ଏବଂ ଝାଡଖଣ୍ଡ ଗସ୍ତ...

ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି

ଅଗରତାଲା,୯।୩: ତ୍ରିପୁରାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାମ୍ନାକୁ ଆସିଛି। ଶାହା ଅଗରତାଲାରେ ଅବସ୍ଥିତ ଗେଷ୍ଟ ହାଉସ ଛାଡିବା ସମୟରେ ତାଙ୍କ...

କେଜରିଓ୍ବାଲଙ୍କୁ ପ୍ରଶଂସା: କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା-ଅଜୟ ମାକନ ମୁହାଁମୁହିଁ

ନୂଆଦିଲ୍ଲୀ, ୧୭।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସର ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା କେଜରିଓ୍ବାଲଙ୍କ...

କଥା ରଖିଲା କଂଗ୍ରେସ, ହିମାଚଳ ପ୍ରଦେଶର ପ୍ରଥମ କ୍ୟାବିନେଟ ବୈଠକରେ ଲାଗୁ ହେଲା ପୁରୁଣା ପେନସନ ଯୋଜନା

ଶିମଲା,୧୩ ।୧: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଓଲଡ ପେନସନ ସ୍କିମ ଲାଗୁ କରିଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟର ପ୍ରଥମ ବୈଠକରେ...

ଦିନକରେ ୯୦୯ ପଜିଟିଭ

ନୂଆଦିଲ୍ଲୀ,୧୩।୪: ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ଭୂତାଣୁ ମହାମାରୀର ରୂପ ନେଇ ଭାରତକୁ ଗ୍ରାସ କରିବାରେ ଲାଗିଛି। ରବିବାର ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ସିଜେଆଇ, ୩ ବରିଷ୍ଠତମ ବିଚାରପତିଙ୍କୁ ପିଆଇଏଲ୍‌ ଦାୟିତ୍ୱ : ନୂଆ ରୋଷ୍ଟର୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ସୁପ୍ରିମକୋର୍ଟ ଏକ ନୂଆ ରୋଷ୍ଟର୍‌ ଜାରି କରିଛନ୍ତି। ଏଣିକି ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ଗୁଡ଼ିକର ଶୁଣାଣି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ସହ ଅନ୍ୟ...

ଭାରତୀୟ ସେନାର ଆକ୍ରମଣରେ ୫ ପାକିସ୍ତାନ ସେନା ନିହତ: ବିଚଳିତ ହୋଇପଡିଲା ପାକିସ୍ତାନ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ରବିବାର ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା...

Advertisement
Archives

Model This Week