‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ ସାଇ କ୍ରୀଡ଼ା ଛାତ୍ରାବାସ

ଢେଙ୍କାନାଳ ଅଫିସ, ୧୦।୧୦

ଢେଙ୍କାନାଳରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସ ‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗୁରୁବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଏକ ପ୍ରତିନିଧି ମଣ୍ଡଳୀ ପରଖିଛନ୍ତି। ସେମାନେ ଭାରତ ସରକାରଙ୍କ ‘ଖେଲୋ ଇଣ୍ଡିଆ’ ବିଭାଗକୁ ରିପୋର୍ଟ ଦେବା ପରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ପଦକ୍ଷେପ ଆରମ୍ଭ ହେବ। ସେହିପରି ଛାତ୍ରାବାସରେ କେବଳ ରେସ୍‌ଲିଂ ପ୍ରଶିକ୍ଷଣ ଦିଆଯିବା ଲାଗି ‘ଖେଲୋ ଇଣ୍ଡିଆ’ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଏଥିରେ କବାଡ଼ି ଏବଂ ଭାରୋତ୍ତୋଳନକୁ ଯୋଡ଼ିବାକୁ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।
୧୯୯୧ରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ସାଇ କ୍ରୀଡ଼ା ଛାତ୍ରାବାସ। ସେତେବେଳେ ଏହାର ନିଜସ୍ବ ହଷ୍ଟେଲ ଏବଂ କାର୍ଯ୍ୟାଳୟ ନ ଥିଲା। ୧୯୯୮ ଅକ୍ଟୋବର ୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଛାତ୍ରାବାସର ନିଜସ୍ବ ଗୃହ ଏବଂ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିଲା। ପ୍ରାରମ୍ଭରେ କ୍ରୀଡ଼ା ଛାତ୍ରାବାସ ଅଧୀନରେ ଅନ୍ତେବାସୀଙ୍କୁ କେବଳ ଫୁଟବଲ ପ୍ରଶିକ୍ଷଣ ଦିଆଯାଉଥିଲା। ଏଠାରୁ ତାଲିମପ୍ରାପ୍ତ କ୍ରୀଡ଼ାବିତ୍‌ମାନେ ଜାତୀୟସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ଆସୁଥିଲେ। ଏହାସତ୍ତ୍ୱେ ପରିଚାଳନାଗତ ତ୍ରୁଟି ଯୋଗୁ ପରବର୍ତ୍ତୀ ସମୟରେ ଏଠାରୁ ଫୁଟବଲକୁ ଉଠାଇ ନିଆଗଲା। ସେହିପରି ରବି କୁମାରଙ୍କ ଭଳି ଜାତୀୟସ୍ତରର ଖେଳାଳି ଛାତ୍ରାବାସରୁ ଭାରୋତ୍ତୋଳନ ତାଲିମ ନେଉଥିଲେ। ତେବେ ଚଳିତବର୍ଷ କେବଳ ରେସଲିଂ ପାଇଁ ଖେଳାଳି ଚୟନ କରାଯାଇଛି। କବାଡ଼ି ଏବଂ ଭାରୋତ୍ତୋଳନ ପାଇଁ ଖେଳାଳି ଚୟନ ହୋଇ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏବେ କ୍ରୀଡ଼ା ଛାତ୍ରାବାସରେ ୫୦ଜଣ ଅନ୍ତେବାସୀ ରହିବା ଭଳି ବ୍ୟବସ୍ଥା ଅଛି। ସେହିପରି କବାଡ଼ି, ଭାରୋତ୍ତୋଳନ ଏବଂ ରେସଲିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ତେଣୁ ପ୍ରତି ବିଭାଗରୁ ୧୫ ଜଣ ଲେଖାଏ ଚୟନ କରି ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କ୍ରୀଡ଼ା ଛାତ୍ରାବାସରେ ସ୍ଥାୟୀ ଇନ୍‌ଚାର୍ଜ ନ ଥିବାରୁ ସମସ୍ୟା ଉପୁଜୁଛି। ଏହାର ସମାଧାନ କରିବାକୁ କ୍ରୀଡ଼ାପ୍ରେମୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି, ଭାରତ ସରକାରଙ୍କ ଦ୍ୱାରା ‘ଖେଲୋ ଇଣ୍ଡିଆ’ ମାଧ୍ୟମରେ ବିଭିନ୍ନ ଖେଳକୁ ପ୍ରୋତ୍ସାହିତ କରାଯାଉଛି। ରେସ୍‌ଲିଂ ପାଇଁ ଢେଙ୍କାନାଳ ସାଇ କ୍ରୀଡ଼ା ଛାତ୍ରାବାସକୁ ଖେଲୋ ଇଣ୍ଡିଆ ଅଧୀନରେ ଏକ ଜୋନ୍‌ କରିବାକୁ ପ୍ରସ୍ତାବ ରହିଛି। ସେଥିପାଇଁ ରାଜ୍ୟ କ୍ରୀଡା ବିଭାଗ ଅଧିକାରୀମାନେ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଆବଶ୍ୟକ ସୁବିଧା ଥିବାରୁ ରେସ୍‌ଲିଂ, କବାଡ଼ି ଏବଂ ଭାରୋତ୍ତୋଳନରେ ୧୫ ଜଣ ଲେଖାଏ ଖେଳାଳିଙ୍କୁ ପ୍ରଶିକ୍ଷଣରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri