ଆସନ୍ନ ପ୍ରସବାଙ୍କୁ ମିଳିଲା ସାହାରା

ବାରିପଦା ଅଫିସ,୨୬ ।୨ ନିରାପଦ ପ୍ରସବ ନିମନ୍ତେ ଅର୍ଥ ସଞ୍ଚୟ ପାଇଁ ଟ୍ରଲି ଟାଣୁଥିବା ଆସନ୍ନ ପ୍ରସବା ଲକ୍ଷ୍ମୀପ୍ରିୟା ଦାସଙ୍କୁ ମିଳିଛି ସାହାରା। ଏ ନେଇ ଧରିତ୍ରୀରେ ‘ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା’ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଶୁକ୍ରବାର ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନର ସହଯୋଗରେ ଲକ୍ଷ୍ମୀଙ୍କୁ ବାରିପଦା ସ୍ଥିତ ୱାନ୍‌ ଷ୍ଟପ୍‌ ସେଣ୍ଟରରେ ରଖାଯାଇଛି। ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସୂଚନା ମିଳିଛି। ଲକ୍ଷ୍ମୀଙ୍କ ଆଧାର କାର୍ଡ କରାଯାଇ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲା ଆଇନସେବା ପ୍ରାଧିକରଣର ସଚ୍ଚିବ ସୌମ୍ୟରୂପ ସାହୁ କହିଛନ୍ତି।
ଅନୁଯାୟୀ, ଦୁଇ ଓଳି ଖାଇବା ପାଇଁ ବାରିପଦା ସହରର ଗଳିକନ୍ଦିରେ ଘୁରୁ ବୁଲୁଥିଲେ ଲକ୍ଷ୍ମୀ ା ପେଟରେ ବଢୁଥିବା ଭ୍ରୂଣ ଓ ଏକ ବର୍ଷକର ପୁତ୍ର ସନ୍ତାନ ପାଇଁ ଅଳିଆଗଦାରୁ ଜରି, କାଚବୋତଲ ଓ ପ୍ଲାଷ୍ଟିକ ଗୋଟାଇ ସେ ଅର୍ଥ ରୋଜଗାର କରୁଥିଲେ। ନିରାପଦ ପ୍ରସବ ନିମନ୍ତେ ପେଟକୁ କାଟି ଅର୍ଥ ସଞ୍ଚୟ କରୁଥିଲେ। ଆଧାରକାର୍ଡ ନ ଥିବାରୁ ମମତା ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରରୁ କୌଣସି ସହାୟତା ପାଇପାରୁ ନ ଥିଲେ। ଏଭଳି ଦୟନୀୟ ସ୍ଥିତିରେ ସ୍ବାମୀ ବିକାଶ ତାଙ୍କଠାରୁ ଦୂରେଇ ଯିବାରୁ ଭୋକ ଉପାସରେ ଲକ୍ଷ୍ମୀ ଡହଳ ବିକଳ ହେଉଥିଲେ। ଜୀବନ ସଂଗ୍ରାମରେ ସନ୍ତାନର ଭବିଷ୍ୟତ ପାଇଁ ଟ୍ରଲି ଟାଣି ରୋଜଗାର କରୁଥିଲେ। ତାଙ୍କ ଦୟନୀୟ ସ୍ଥିତି ପ୍ରଶାସନର ଦୃଷ୍ଟି ଗୋଚର ହେବା ପରେ ସ୍ବେଚ୍ଛାସେବୀ ରବୀନ୍ଦ୍ର କୁମାର ମହାନ୍ତି ଓ ମହିଳା କର୍ମଚାରୀମାନେ ପହଞ୍ଚି ଲକ୍ଷ୍ମୀଙ୍କ ପ୍ରତି ସହାୟତାର ହାତ ବଢ଼ଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri