ଆସନ୍ନ ପ୍ରସବାଙ୍କୁ ମିଳିଲା ସାହାରା

ବାରିପଦା ଅଫିସ,୨୬ ।୨ ନିରାପଦ ପ୍ରସବ ନିମନ୍ତେ ଅର୍ଥ ସଞ୍ଚୟ ପାଇଁ ଟ୍ରଲି ଟାଣୁଥିବା ଆସନ୍ନ ପ୍ରସବା ଲକ୍ଷ୍ମୀପ୍ରିୟା ଦାସଙ୍କୁ ମିଳିଛି ସାହାରା। ଏ ନେଇ ଧରିତ୍ରୀରେ ‘ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା’ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଶୁକ୍ରବାର ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନର ସହଯୋଗରେ ଲକ୍ଷ୍ମୀଙ୍କୁ ବାରିପଦା ସ୍ଥିତ ୱାନ୍‌ ଷ୍ଟପ୍‌ ସେଣ୍ଟରରେ ରଖାଯାଇଛି। ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସୂଚନା ମିଳିଛି। ଲକ୍ଷ୍ମୀଙ୍କ ଆଧାର କାର୍ଡ କରାଯାଇ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲା ଆଇନସେବା ପ୍ରାଧିକରଣର ସଚ୍ଚିବ ସୌମ୍ୟରୂପ ସାହୁ କହିଛନ୍ତି।
ଅନୁଯାୟୀ, ଦୁଇ ଓଳି ଖାଇବା ପାଇଁ ବାରିପଦା ସହରର ଗଳିକନ୍ଦିରେ ଘୁରୁ ବୁଲୁଥିଲେ ଲକ୍ଷ୍ମୀ ା ପେଟରେ ବଢୁଥିବା ଭ୍ରୂଣ ଓ ଏକ ବର୍ଷକର ପୁତ୍ର ସନ୍ତାନ ପାଇଁ ଅଳିଆଗଦାରୁ ଜରି, କାଚବୋତଲ ଓ ପ୍ଲାଷ୍ଟିକ ଗୋଟାଇ ସେ ଅର୍ଥ ରୋଜଗାର କରୁଥିଲେ। ନିରାପଦ ପ୍ରସବ ନିମନ୍ତେ ପେଟକୁ କାଟି ଅର୍ଥ ସଞ୍ଚୟ କରୁଥିଲେ। ଆଧାରକାର୍ଡ ନ ଥିବାରୁ ମମତା ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରରୁ କୌଣସି ସହାୟତା ପାଇପାରୁ ନ ଥିଲେ। ଏଭଳି ଦୟନୀୟ ସ୍ଥିତିରେ ସ୍ବାମୀ ବିକାଶ ତାଙ୍କଠାରୁ ଦୂରେଇ ଯିବାରୁ ଭୋକ ଉପାସରେ ଲକ୍ଷ୍ମୀ ଡହଳ ବିକଳ ହେଉଥିଲେ। ଜୀବନ ସଂଗ୍ରାମରେ ସନ୍ତାନର ଭବିଷ୍ୟତ ପାଇଁ ଟ୍ରଲି ଟାଣି ରୋଜଗାର କରୁଥିଲେ। ତାଙ୍କ ଦୟନୀୟ ସ୍ଥିତି ପ୍ରଶାସନର ଦୃଷ୍ଟି ଗୋଚର ହେବା ପରେ ସ୍ବେଚ୍ଛାସେବୀ ରବୀନ୍ଦ୍ର କୁମାର ମହାନ୍ତି ଓ ମହିଳା କର୍ମଚାରୀମାନେ ପହଞ୍ଚି ଲକ୍ଷ୍ମୀଙ୍କ ପ୍ରତି ସହାୟତାର ହାତ ବଢ଼ଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri