ସାଗରଙ୍କ ଲେଖନୀ ଦେଉଛି ବୃକ୍ଷକୁ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୩ା୩: ବହି ଛପା ହେବା ପାଇଁ କାଗଜ ଆବଶ୍ୟକ। କାଗଜ ପାଇଁ ଗଛ ବଳି ପଡୁଛି। ଗଛ ନଷ୍ଟ ଅର୍ଥ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ। ପ୍ରାକୃତିକ ବିପର୍ଯ୍ୟୟର ନିୟନ୍ତ୍ରଣ ପାଇଁ ଗଛ ଲଗାଇବା ଜରୁରୀ। ପୁସ୍ତକ ବିକ୍ରିଲବ୍ଧ ରୟାଲିଟିକୁ ଜାତିସଂଘକୁ ଦାନ କରୁଛନ୍ତି ବୋଲି କେନ୍ଦ୍ରାପଡ଼ା ମାଟିର ପୁଅ ସାଗର ପ୍ରଧାନ(୩୦) କହିଛନ୍ତି। ଏଥିପାଇଁ ୨୦୨୦ ବିଶ୍ୱ ପରିବେଶ ଦିବସରେ ଜାତିସଂଘ ପକ୍ଷରୁ ତାଙ୍କୁ ହିରୋ ସମ୍ମାନ ମିଳିଛି। ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗବେଷଣା ଓ ପରିବେଶ ସୁରକ୍ଷା ସହ ପୁସ୍ତକ ରଚନା ପାଇଁ ସାଗରଙ୍କୁ ରାଜଭବନରେ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଆ ଭାଷାରେ ଚନ୍ଦ୍ରାୟନ ସମ୍ପର୍କରେ ଗବେଷଣାତ୍ମକ ପୁସ୍ତକ ରଚନା ଚାଲିଥିବା ବେଳେ ସ୍ପେସ ଏକ୍ସପ୍ଲୋରେଶନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନାମକ ଦୁଇ ପୁସ୍ତକ ପ୍ରକାଶ ଅପେକ୍ଷାରେ ଅଛି। ଏହା ପୂର୍ବରୁ ସାଗରଙ୍କ ଲିଖିତ ଇ’ କମର୍ସ ଆଣ୍ଡ୍‌ ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ, ଇଣ୍ଟରନେଟ ଅଫ ଥିଙ୍ଗସ-କି ଆପ୍ଲିକେଶନ ଆଣ୍ଡ୍‌ ପ୍ରୋଟୋକଲ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ (ଭଲ୍ୟୁମ ୧ ଓ ୨), ବେସିକ ଜାଭା ପ୍ରୋଗ୍ରାମିଂ ଓ ଏସ୍‌.ଆଇ.ପି. ଜାଭା ପୁସ୍ତକ ଦେଶ ଓ ବିଦେଶରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକରେ ସ୍ଥାନିତ ହୋଇଛି। ୬ ବର୍ଷ ହେଲା ପୁସ୍ତକ ବିକ୍ରି ଲବ୍ଧ ରୟାଲିଟିକୁ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚ ପାଇଁ ଜାତିସଂଘକୁ ସେ ଦେଇ ଆସୁଛନ୍ତି।
କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଅଢ଼ଙ୍ଗା ଗଁାର ବିଦ୍ୟୁଲତା ପ୍ରଧାନ ଓ ତପନଙ୍କ ପୁଅ ସାଗର। ଗଁା ସ୍କୁଲ ପରେ ସାଲେପୁର କଲେଜରେ ପାଠ ପଢ଼ିଥିଲେ। ଏହାପରେ ଭୁବନେଶ୍ୱରସ୍ଥ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଏକାଡେମୀରୁ ସେ ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଆଇଟି)ରେ ଡିଗ୍ରୀ କରିଛନ୍ତି। ୨୦୧୩ରେ ଇନ୍‌ଫୋସିସ, ୨୦୧୮ରେ ଆମେରିକୀୟ କମ୍ପାନୀ କଗ୍ନିଜାଣ୍ଟ ଓ ୨୦୨୦ରେ କୋଲ୍ଟ ସଂସ୍ଥାରେ କର୍ମନିଯୁକ୍ତି ପାଇ ଏବେ ବେଙ୍ଗାଲୁରୁରେ ଅଛନ୍ତି। ତାଙ୍କ ସମ୍ପର୍କରେ ପୂର୍ବତନ ସରପଞ୍ଚ ଅକ୍ଷୟ ସାହୁ, ସରପଞ୍ଚ ସୁଶ୍ରୀ ସାହୁ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ କୁହନ୍ତି, ସାଗରଙ୍କ ପୁସ୍ତକ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଲାଭ କରିଛି। ପିଲା ଦିନରୁ ମେଧାବୀ ଛାତ୍ର ଭାବେ ପରିବେଶ ସୁରକ୍ଷାକୁ ସର୍ବଦା ସେ ଗୁରୁତ୍ୱ ଦେଉଥିଲେ। ପୋଖରୀରୁ ଦଳ କାଢ଼ିବା, ଗଛ ଲଗାଇବା ତତ୍କାଳୀନ ସମୟରେ ତାଙ୍କର କାମ ଥିଲା। ଏବେ ହଂକଂର ଆସୋସିଏଶନ ଅଫ୍‌ କମ୍ପ୍ୟୁଟର ସାଇଣ୍ଟିଷ୍ଟ, ୟୁକେର ଆଇଓଟି ପରିଷଦ, ୟୁଏସ୍‌ର ଓଆରସିଆଇଡି ଆଦିର ସାଗର ସମ୍ମାନିତ ସଦସ୍ୟ ଅଛନ୍ତି। ଯୁବବର୍ଗଙ୍କ ପାଇଁ ସାଗର ଏବେ ପ୍ରେରଣା ବୋଲି ସେମାନେ ମତ ଦେଇଛନ୍ତି। ସାଗର କୁହନ୍ତି, ପିଲାଦିନ ବହୁତ କଷ୍ଟରେ ଚଳିଛି। ବହି କିଣିବାକୁ ଟ୍ୟୁଶନର ସାହାରା ନେଇଛି। ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକର ଦାମ୍‌ ବହୁତ। ପାଞ୍ଚ ଶହରୁ ହଜାରେ ଟଙ୍କାର ପୁସ୍ତକ ମାତ୍ର ୫୦ରୁ ୧୦୦ ଟଙ୍କା ମଧ୍ୟରେ ଯୋଗାଇବା ଏବେ ଲକ୍ଷ୍ୟ ଅଛି। ‘ଏ କପ୍‌ ଅଫ୍‌ ଟି ଇନ୍‌ ଲାଇଫ୍‌’ ପୁସ୍ତକ ରଚନା ମୋତେ କିଛିମାତ୍ରାରେ ଆତ୍ମସନ୍ତୋଷ ଦେଇଛି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଅଧିକ ଗବେଷଣା ଏବଂ ଆଗାମୀ ପିଢ଼ିର ଛାତ୍ରୀଛାତ୍ରଙ୍କୁ ମହାକାଶ ଗବେଷଣା ଲାଗି ଉତ୍ସାହିତ କରିବା ଦିଗରେ କାମ କରିବାକୁ ଇଚ୍ଛା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri