ରୋମାନିୟା ନୁହେଁ ମୁମ୍ବାଇରେ ହେବ ‘ସଡ଼କ ୨’ର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ୍‌ ଭଟ୍ଟ ବେଶ୍‌ କିଛି ସମୟ ପରେ ପୁଣି ଥରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଯେଉଁଥିରେ ‘କଳଙ୍କ’ର ଯୋଡି ସିଦ୍ଧାର୍ଥ ରୟ କପୁର ଓ ଆଲିଆ ଭଟ୍ଟ ନଜର ଆସିବେ। ୧୯୯୧ରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଅଭିନୟରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ସଡ଼କ’ର ଏହା ହେଉଛି ସିକ୍ୱିଏଲ। ତେବେ ‘ସଡ଼କ ୨’ରେ ମଧ୍ୟ ସଞ୍ଜୟ ଓ ପୂଜା ନଜର ଆସିବେ। ଏହାର ଶୁଟିଂ ପାଇଁ ନିକଟରେ ପୂଜା ଭଟ୍ଟ ଓ ପିତା ମହେଶ ଭଟ୍ଟ ରୋମାନିୟା ଗସ୍ତ କରିଥିଲେ। ଅନୁମାନ କରାଯାଉଥିଲା କି ‘ସଡ଼କ ୨’ ରୋମାନିୟାରେ ଶୁଟିଂ କରାଯିବ। ହେଲେ ସେମାନେ ସେଠାରୁ ଫେରିବା ପରେ କହିଛନ୍ତି କି ରୋମାନିୟା ନୁହେଁ ବରଂ ମୁମ୍ବାଇରେ ଫିଲ୍ମର ଶୁଟିଂ କରାଯିବ। ଆସନ୍ତା ମେ’ ମଧ୍ୟଭାଗରୁ ଏହାର କାମ ଆରମ୍ଭ ହୋଇଯିବ ବୋଲି ମହେଶ ସୂଚନା ଦେଇଛନ୍ତି। ତେବେ ରୋମାନିୟା ପରିବର୍ତ୍ତେ ମୁମ୍ବଇରେ ଶୁଟିଂ କରିବାର ନିଷ୍ପତ୍ତି ମହେଶ ନିଜେ ନେଇଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri