ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା, ଜିଲାପାଳଙ୍କୁ…

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଦିଗପହଣ୍ଡି ବ୍ଲକ୍‌ରେ ୧୪ ହଜାର ୫୭୫ ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଇଥିଲା। ସମୁଦାୟ ୨୩ ଟି ପ୍ରାଥମିକ ସେବାସମବାୟ ସମିତିରେ ୯୬୮୭ ଚାଷୀ ମଣ୍ଡିକୁ ଧାନ ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। କେବଳ ଝୋଟ ଅଖାରେ ମଣ୍ଡିକୁ ଧାନ ଆଣିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି। ଗତବର୍ଷ ଭଳି ଚଳିତବର୍ଷ ଚାଷୀ ପ୍ରାୟ ୧ ମାସ ପୂର୍ବରୁ ଧାନ ଅମଳ କରି ମଣ୍ଡିକୁ ନେବା ପାଇଁ ପ୍ଲାଷ୍ଟିକ ଅଖାରେ ଧାନ ଭର୍ତ୍ତି କରି ଖଳାରେ ରଖିଛି। ଝୋଟ ଅଖା ସମ୍ପର୍କରେ ଚାଷୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନାହିଁ। ଏନେଇ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ହସ୍ତକ୍ଷେପ କରିବାକୁ ଚାଷୀ ରବୀନ୍ଦ୍ର ପ୍ରଧାନ, ଚନ୍ଦ୍ରଶେଖର ରଣା, ସୁରେନ୍ଦ୍ର ରଣା, ଶଙ୍କର ପଟ୍ଟନାୟକ, ବିଶ୍ୱନାଥ ଡାକୁଆ, ତାରିଣୀ ଡାକୁଆ, ଋତୁପର୍ଣ୍ଣା ପ୍ରଧାନ, ବିପ୍ଳବ ମିଶ୍ର, ଅମୂଲ୍ୟ ରଣା, ଏମ.ବାଇନାଥ, ଗୌରଚନ୍ଦ୍ର ବିଷୋୟୀ ପ୍ରମୁଖ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଇଛନ୍ତି। ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଗତ ୧୬ ତାରିଖରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଝୋଟ ଅଖାରେ ଚାଷୀଙ୍କୁ ଧାନ ଦେବାକୁ କୁହାଯାଇନଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେବା ସମବାୟ ସମିତି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଚଳିତବର୍ଷ ୨ ଲକ୍ଷ ୪୬ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରାଯିବାକୁ ଥିବାବେଳେ ରେଜିଷ୍ଟ୍ରିଭୁକ୍ତ ସମୁଦାୟ ମିଲର ୨ ଲକ୍ଷ ୫୯ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଆସିଥିବା ନେଇ ବ୍ଲକ୍‌ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ ସୂଚନା ଦେଇଛନ୍ତି। ଅନ୍ୟପଟେ ମଣ୍ଡି ପରିଚାଳନା ଓ ବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ ହୋଇଥିଲେ ମଧ୍ୟ ସୀମାନ୍ତ ଆନ୍ଧ୍ରପ୍ରଦେଶର ଧାନ ବ୍ୟବସାୟୀ ମାନେ ଦିଗପହଣ୍ଡି, ଚିକିଟ, ପାତ୍ରପୁର, ଆସିକା, ସାନଖେମୁଣ୍ଡି, ଶେରଗଡ଼ ବ୍ଲକ ଅଧିନ ବିଭିନ୍ନ ଗାଁ କୁ ଆସି ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି। ଧାନ ଦଲାଲ ମାନେ କ୍ୱିଣ୍ଟାଲ ପ୍ରତି ୧୫ ଶହ ରୁ ଆରମ୍ଭକରି ସ୍ଥଳ ବିଶେଷରେ ୧୬ ଶହ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି। ଧାନ ଚାଲାଣକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ସିସିି କ୍ୟାମେରା ଲଗାଯାଇଥିଲେ ମଧ୍ୟ କିଛି ଗଳାବାଟ ଦେଇ ଆନ୍ଧ୍ର ରୁ ଟ୍ରକ୍‌ ଓଡ଼ିଶା ମଧ୍ୟକୁ ଆସି ଅନାୟାସରେ ଧାନ ବୋହି ନେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri