Posted inଖେଳ

ସଚିନଙ୍କ ଶତକର ସମକକ୍ଷ ହେଲେ ବିରାଟ

କୋଲକାତା, ୬।୧୧ (ପି.ଟି.): ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚରେ ନିଜର ୩୫ତମ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଶତକ ଭେଟି ଦେଇଛନ୍ତି ଟିମ୍‌ ଇଣ୍ଡିଆର ସବୁଠାରୁ ଲୋକପ୍ରିୟ ବ୍ୟାଟର ବିରାଟ କୋହଲି। ବ୍ୟାଟିଂ ପାଇଁ କଷ୍ଟସାଧ୍ୟ ହେଉଥିବା ଇଡେନ ପିଚ୍‌ରେ ସେ ୧୨୧ ବଲ୍‌ରୁ ୧୦୧ ରନରେ ଅପରାଜିତ ରହି ଭାରତର ସ୍କୋରକୁ ୩୨୬ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଭରା ଷ୍ଟାଡିୟମରେ କୋଳାହଳ ପରିବେଶରେ ଚାପଗ୍ରସ୍ତ ନ ହୋଇ କୋହଲି ହାସଲ କରିଛନ୍ତି କ୍ୟାରିୟରର ୪୯ତମ ଦିନିକିଆ ଶତକ। ଏଥିସହ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ୪୯ତମ ଓଭରରେ ବୋଲିଂ କରିଥିବା କାଗିଶୋ ରାବାଡ଼ାଙ୍କ ତୃତୀୟ ବଲ୍‌ରେ ସିଙ୍ଗଲ ନେଇ ମ୍ୟାଜିକ ତିନିଅଙ୍କ ସ୍ପର୍ଶ କରିଥିଲେ ବିରାଟ। ତାଙ୍କର ଏହି ସଫଳତାରେ ସମ୍ପୂର୍ଣ୍ଣ ଷ୍ଟାଡିୟମ କୋଳାହଳରେ ପ୍ରକମ୍ପିତ ହୋଇ ଉଠିଥିଲା। କୋହଲି ଏହା ପୂର୍ବରୁ ୨ଟି ମ୍ୟାଚରେ ଶତକର ଦ୍ୱାରରେ ପହଞ୍ଚତ୍ ଥିଲେ ହେଁ ଅଳ୍ପକେ ମିସ୍‌ କରି ଯାଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୯୫, ଶ୍ରୀଲଙ୍କା ବିପକ୍ଷରେ ୮୮ ରନ କରି ଆଉଟ ହୋଇଥିଲେ। ତେଣୁ କୋଲକାତା ମ୍ୟାଚ ପୂର୍ବରୁ ତାଙ୍କଠାରୁ ପ୍ରଶଂସକମାନେ ଶତକ ଆଶା କରିଥିଲେ। ନିରାଶ କରି ନ ଥିଲେ କୋହଲି। କ୍ୟାରିୟରର ୨୭୭ତମ ଇନିଂସରେ ସେ ହାସଲ କରିଥିଲେ ୪୯ତମ ଶତକ। ସଚିନ ତେନ୍ଦୁଲକର ୪୫୨ ଇନିଂସରେ ଏହି ସଫଳତା ପାଇଥିଲେ।

ମ୍ୟାଚ୍‌ ମଝିରେ ନାଚିଲେ କୋହଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ନିଜ କ୍ୟାରିୟରର ୪୯ ତମ ଶତକ ହାସଲ କରିଥିବା ବେଳେ ଫିଲ୍ଡିଂ ସମୟରେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପ୍ରଥମେ ଶତକ ହାସଲ କରି ଦେଶବାସୀଙ୍କୁ ଜନ୍ମଦିନର ଉପହାର ଦେଇଥିବା ବେଳେ ଫିଲ୍ଡିଂ କରୁଥିବା ବେଳେ ନାଚିବା ସହିତ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ୍‌ର ୧୯ତମ ଓଭରରେ ଜାଡେଜା ବୋଲିଂ କରୁଥିବା ବେଳେ କୋହଲି ‘ମାଇଁ ନେମ୍‌ ଇଜ୍‌ ଲଖନ୍‌’ ଗୀତର ସିଗ୍ନେଚର ଷ୍ଟେପ୍‌ କରିଥିଲେ। ଏହାର ଦୁଇ ଓଭର ପରେ ମଧ୍ୟ କୋହଲି ଆଉ ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା। ସେହିପରି କେଶବ ମହାରାଜ ଆଉଟ ହେବା ପୂର୍ବରୁ ଦର୍ଶକଙ୍କୁ ଜୋରରେ ତାଳି ମାରିବା ପାଇଁ କୋହଲି ଇସାରା ମଧ୍ୟ କରିଥିଲେ।

ସ୍କୋର ବୋର୍ଡ

ଭାରତ ଇନିଂସ
ରୋହିତ ଶର୍ମା-କ-ବଭୁମା-ବୋ-ରାବାଡା-୪୦
ଶୁବମନ ଗିଲ୍‌-ବୋ-ମହାରାଜ-୨୩
ବିରାଟ କୋହଲି-ନଟଆଉଟ-୧୦୧
ଶ୍ରେୟଶ ଆୟର-କ-ମାରକ୍ରମ-ବୋ-ଏନଗିଡି-୭୭
ରାହୁଲ-କ- ଭାନଡର ଡୁସେନ-ବୋଜାନସେନ୍‌-୮
ସୂର୍ଯ୍ୟକୁମାର ଯାଦବ-କ-ଡି’କକ୍‌-ବୋ-ଶାମି-୨୨
ରବିନ୍ଦ୍ର ଜାଡେଜା-ନଟ ଆଉଟ-୨୯
ଅତିରିକ୍ତ: ୨୬
ମୋଟ (୫୦ ଓଭର/୫ଉଇକେଟ) ୩୨୬।
ଉଇକେଟ ପତନ: ୧/୬୨, ୨/୯୩, ୩/୨୨୭, ୪/୨୪୯, ୫/୨୮୫।
ବୋଲିଂ (ଦକ୍ଷିଣ ଆଫ୍ରିକା)
ଲୁନ୍‌ଗି ଏନ୍‌ଗିଡି ୮.୨-୦-୬୩-୧
ମାର୍କୋ ଜାନସେନ ୯.୪-୦-୯୪-୧
କାଗିସୋ ରାବାଡା ୧୦-୧-୪୮-୧
କେଶବ ମହାରାଜ ୧୦-୦-୩୦-୧
ଟାବ୍ରେଜ ଶାମ୍‌ସି ୧୦-୦-୭୨-୧
ଏଡେନ ମାରକ୍ରମ ୨-୦-୧୭-୦।
ଦକ୍ଷିଣ ଆଫ୍ରିକା ଇନିଂସ
କ୍ୱିଣ୍ଟନ ଡି’କକ୍‌-ବୋ-ସିରାଜ-୫
ଟେମ୍ବା ବଭୁମା-ବୋ-ରବୀନ୍ଦ୍ର ଜାଡେଜା-୧୧
ରସି ଭାନ୍‌ଡର ଡୁସେନ-ଏଲବିଡଲ୍ୟୁ-ଶାମି-୧୩
ଏଡେନ ମାରକ୍ରମ-କ-ରାହୁଲ-ବୋ-ଶାମି-୯
ହେନରିଚ୍‌ କ୍ଲାସେନ-ଏଲବିଡବ୍ଲ୍ୟୁ-ଜାଡେଜା-୧
ଡେଭିଡ ମିଲର-ବୋ-ଜାଡେଜା-୧୧
ମାର୍କୋ ଜାନସେନ-କ-ଜାଡେଜା-ବୋ-କୁଲଦୀପ-୧୪
କେଶବ ମହାରାଜ-ବୋ-ଜାଡେଜା-୭
କାଗିସୋ ରାବାଡା-କ- ଆଣ୍ଡ ବୋ-ଜାଡେଜା-୬
ଲୁନ୍‌ଗି ଏନ୍‌ଗିଡି-ବୋ-କୁଲଦୀପ-୦
ଟାବ୍ରେଜ ଶାମ୍‌ସି- ନଟଆଉଟ-୪
ଅତିରିକ୍ତ:୨
ମୋଟ: ( ୨୭.୧ ଓଭର/ଅଲଆଉଟ)-୮୩।
ଉଇକେଟ ପତନ: ୧/୬, ୨/୨୨, ୩/୩୫, ୪/୪୦, ୫/୪୦, ୬/୫୯, ୭/୬୭, ୮/୭୯, ୯/୭୯, ୧୦/୮୩।
ବୋଲିଂ (ଭାରତ)
ଯଶପ୍ରୀତ ବୁମ୍‌ରା ୫-୦-୧୪-୦
ମହମ୍ମଦ ସିରାଜ ୪-୧-୧୧-୧
ରବୀନ୍ଦ୍ର ଜାଡେଜା ୯-୧-୩୩-୫
ମହମ୍ମଦ ଶାମି ୪-୦-୧୮-୨
କୁଲଦୀପ ଯାଦବ ୫.୧-୧-୭-୨।

ଜନ୍ମଦିନରେ ଶତକ (ଦିନିକିଆ କ୍ରିକେଟ)

କାମ୍ବଲି: ୧୦୦* ବନାମ ଇଂଲଣ୍ଡ, ଜୟପୁର, ୧୯୯୩ (୨୧ତମ ଜନ୍ମଦିନ)
ତେନ୍ଦୁଲକର: ୧୩୪ ବନାମ ଅଷ୍ଟ୍ରେଲିଆ, ଶାରଜା, ୧୯୯୮ (୨୫)
ଜୟସୁରିୟା: ୧୩୦ ବନାମ ଭାରତ, କରାଚୀ, ୨୦୦୮ (୩୯)
ଟେଲର: ୧୩୧* ବନାମ ପାକିସ୍ତାନ, ପାଲିକେଲେ, ୨୦୧୧ (୨୭)
ଲଥାମ: ୧୪୦* ବନାମ ନେଦରଲାଣ୍ଡ୍ସ, ହାମିଲଟନ, ୨୦୨୨ (୩୦)
ମାର୍ଶ: ୧୨୧ ବନାମ ପାକିସ୍ତାନ, ବେଙ୍ଗାଲୁରୁ, ୨୦୨୩ (୩୨)
କୋହଲି: ୧୦୧* ବନାମ ଦକ୍ଷିଣ ଆଫ୍ରିକା, କୋଲକାତା, ୨୦୨୩ (୩୫)
(ଟେଲର, ମାର୍ଶ ଓ କୋହଲି ବିଶ୍ୱକପରେ
ଶତକ ହାସଲ କରିଛନ୍ତି)

ଦିନିକିଆରେ ସର୍ବାଧିକ ଶତକ
୪୯: ବିରାଟ କୋହଲି (୨୭୭ ଇନିଂସ)
୪୯: ସଚିନ ତେନ୍ଦୁଲକର (୪୫୨ ଇନିଂସ)
୩୧: ରୋହିତ ଶର୍ମା (୨୫୧ ଇନିଂସ)
୩୦: ରିକି ପଣ୍ଟିଂ (୩୬୫ ଇନିଂସ)
୨୮: ସନଥ ଜୟସୁରିୟା (୪୩୩ ଇନିଂସ)
ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି
(ଶେଷ ୧୫ ଇନିଂସ)
ରନ: ୧୦୯୧, ଆଭରେଜ: ୧୦୯.୧୦, ଷ୍ଟ୍ରାଇକ ହାର: ୮୯.୮୬, ଶତକ: ୫, ଅର୍ଦ୍ଧଶତକ: ୫।
ରବିବାର ବିରାଟ କୋହଲିଙ୍କ ୧୦୧*
ବନାମ ପେସ୍‌: ୫୭ ବଲ୍‌ରୁ ୬୦ ରନ (୯ ଚୌକା, ଷ୍ଟ୍ରାଇକ ହାର-୧୦୫.୨୬)
ବନାମ ସ୍ପିନ୍‌: ୬୪ ବଲ୍‌ରୁ ୪୧ ରନ (୧ ଚୌକା, ଷ୍ଟ୍ରାଇକ ହାର-୬୪.୦୬)


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri