Posted inଜାତୀୟ

ଭାଜପା ପାଇଁ ବୋଲିଂ କରିବାକୁ ସଚିନଙ୍କ ଅଣ୍ଟା ଭିଡ଼ା

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ପାଇଁ ଏବେ ସଚିନ ପାଇଲଟ କଣ୍ଟା ସାଜିଛନ୍ତି। ମଧ୍ୟପ୍ରଦେଶ ଶୈଳୀରେ ଏଠାରେ ଅପରେଶନ୍‌ ଲୋଟସ୍‌ ଅଭିଯାନ ଭାଜପା ପକ୍ଷରୁ ଯୋଜନାବଦ୍ଧ ଭାବେ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ପାଇଁ ବ୍ୟାଟିଂ କରୁଥିବା ସଚିନ ଏବେ ଭାଜପା ଲାଗି ବୋଲିଂ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ତାଙ୍କ ସହିତ କଂଗ୍ରେସର ୩୦ ବିଧାୟକ ରହିଥିବା ସଚିନ କହିଛନ୍ତି। ସୋମବାର ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସଚିନ ସାମିଲ ହେବେ ନାହିଁ ବୋଲି କୁହାଯାଉଛି। ଇିତମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସଚିନଙ୍କ ସପକ୍ଷରେ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଭାଙ୍ଗିବା ଲାଗି ଭାଜପାକୁ ଦାୟୀ କରିଛନ୍ତି। ତେବେ ଏହାକୁ ଭାଜପା ପକ୍ଷରୁ ଖଣ୍ଡନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ...

ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ

ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ...

ଏସିଆର ସବୁଠୁ ବଡ ବସ୍ତିରେ ଲାଗିଲା କରୋନା ବ୍ରେକ୍‌

ମୁମ୍ବାଇ,୮।୭:ମୁମ୍ବାଇରେ ଅବସ୍ଥିତ ଏସିଆର ସବୁଠୁ ବଡ ବସ୍ତି ଧରାବୀ କରୋନା ସଂକମିତଙ୍କ ସଖ୍ୟା କମିଯାଇଛି। ମଙ୍ଗଳବାର ଏଠାରେ କେବଳ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ୟୁପି ବୋର୍ଡ ପରୀକ୍ଷା ଫଳ ପ୍ରକାଶ: ୨୦ ଟପ୍ପରଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ପକ୍କା ରାସ୍ତା, କହିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ, ୨୭।୬: କରୋନା ମହାମାରୀ ସଂକ୍ରମଣ ସମୟରେ ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ଦିନେଶ...

ଏସବୁ ରୋଗରୁ ବି ଦୂରେଇ ରଖେ ଆମ୍ବ ଟାକୁଆ…

ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ...

ସରକାର ଗଠନ ପାଇଁ ଦିଲ୍ଲୀ ପହଞ୍ଚିଲେ କର୍ନାଟକର ଭାଜପା ନେତା

ନୂଆଦିଲ୍ଲୀ,୨୫।୭: କର୍ନାଟକରେ ମେଣ୍ଟ ସରକାରର ପତନ ପରେ ଏବେ ଭାଜପା ସେଠାରେ ସରକାର ଗଢିବ ବୋଲି ଲାଗିଛି। ହେଲେ ଏଥିରେ କାହାକୁ କେଉଁ ଦାୟିତ୍ୱ ମିଳିବ...

ପୁଲଓ୍ବାମା ଆକ୍ରମଣକୁ ପୂରିଲା ବର୍ଷେ: ଶହୀଦଙ୍କୁ ସିଆରପିଏଫ୍‌ ପକ୍ଷରୁ ସଲାମ

ନୂଆଦିଲ୍ଲୀ,୧୪।୨: ୨୦୧୯ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏହି...

ପୁଞ୍ଛ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ପୁଞ୍ଛ ଜିଲାର ଶାହପୁରରେ ସୋମବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଭାରତୀୟ ସେନା କ୍ୟାମ୍ପ ଉପରକୁ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *