Posted inଖେଳ

ଦୀପ୍ତିଙ୍କ ସ୍ବପ୍ନ ପୂରଣ କରିବେ ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜଣେ ଯୁବତୀଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି। ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ରତ୍ନାଗିରିର ୧୯ ବର୍ଷ ବୟସ୍କା ଦୀପ୍ତି ବିଶ୍ୱସ୍ବରାୟଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସଚିନ ସାହାଯ୍ୟର ହାତ ବଢାଇଛନ୍ତି। ଯଦି ଦୀପ୍ତିଙ୍କ ସ୍ବପ୍ନ ସାକାର ହୁଏ ତେବେ ସେ ରତ୍ନାଗିରିର ଝରେ ଗାଁର ପ୍ରଥମ ଡାକ୍ତର ହେବେ। ଏଥିପାଇଁ ସେ ଦିନରାତି କାମ କରୁଥିଲେ। କିନ୍ତୁ ଦୀପ୍ତି ତାଙ୍କ ସ୍ବପ୍ନକୁ ସାକାର କରିବାରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀପ୍ତିଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତେନ୍ଦୁଲକର ଏବଂ ତାଙ୍କ ସଂଗଠନ ‘ସେବା ସହଯୋଗ ଫାଉଣ୍ଡେସନ’ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ଦୀପ୍ତିଙ୍କୁ ଲକ୍‌ଡାଉନ ସମୟରେ ନେଟୱାର୍କ ଖୋଜିବା ପାଇଁ ଅନେକ କିଲୋମିଟର ଚାଲିବାକୁ ପଡୁଥିଲା। ନେଟୱାର୍କ ସମସ୍ୟା ଯୋଗୁ ତାଙ୍କୁ ପାଇଁ ଅନଲାଇନ କ୍ଲାସରେ ଯୋଗଦେବା କଷ୍ଟକର ହୋଇପଡିଥିଲା। ତେଣୁ ସେ ଏପରି ଏକ ସ୍ଥାନକୁ ଯିବାକୁ ସ୍ଥିର କଲେ ଯେଉଁଠାରେ ମୋବାଇଲ ନେଟୱାର୍କ ଉପଲବ୍ଧ ଥିବ। ନ୍ୟାଶନାଲ୍‌ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ରେ ୭୨୦ ମଧ୍ୟରୁ ୫୭୪ମାର୍କ ରଖିଛନ୍ତି ଦୀପ୍ତି। ସେ ଆକୋଲାସ୍ଥିତ ଏକ ସରକାରୀ ମେଡିକାଲ କଲେଜରେ ଆଡମିଶନ ନେଇଥିଲେ, କିନ୍ତୁ ତାଙ୍କ ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମ୍ପର୍କୀୟ ତଥା ପଡ଼ୋଶୀମାନଙ୍କଠାରୁ ରୁଣ ନେଇ ପରିବାର ତାଙ୍କୁ ଆଡମିଶନ ଫି ପ୍ରଦାନ କରିଥିଲେ, କିନ୍ତୁ ଦୀପ୍ତି ହଷ୍ଟେଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଦେଇପାରି ନ ଥିଲେ। ଏହା ଜାଣିବା ପରେ ତେନ୍ଦୁଲକର ଏହି ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।
ଦୀପ୍ତି କହିଛନ୍ତି, ମୋତେ ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଁ ସଚିନ ତେନ୍ଦୁଲକର ଫାଉଣ୍ଡେସନ ନିକଟରେ କୃତଜ୍ଞ। ଏହି ଛାତ୍ରବୃତ୍ତି ମୋ ଅଧ୍ୟୟନ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ। ତେଣୁ ଏବେ ମୁଁ କେବଳ ଅଧ୍ୟୟନ ଉପରେ ଧ୍ୟାନ ଦେଇ ପାରିବି। ଭବିଷ୍ୟତରେ ମୁଁ ଅନେକ ସମ୍ମାନଜନକ ଏବଂ ଅଭାବୀ ଛାତ୍ରମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବାକୁ ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ସାହାଯ୍ୟ କରିବି ବୋଲି ମୁଁ ପ୍ରତିଶୃତି ଦେଉଛି ବୋଲି ସେ କହିଛନ୍ତି।
ଗତ ୧୨ ବର୍ଷ ମଧ୍ୟରେ, ତେନ୍ଦୁଲକର ସଂଗଠନ ଚାରିଟି ରାଜ୍ୟର ୨୪ଟି ଜିଲାର ୮୩୩ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି। ତେନ୍ଦୁଲକର ଟୁଇଟ୍‌ କରି କହିଛନ୍ତି, ଦିପ୍ତୀଙ୍କ କାହାଣୀ ଅନେକଙ୍କୁ ସେମାନଙ୍କ ଲକ୍ଷ୍ୟ ଦିଗରେ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ। ଭବିଷ୍ୟତ ପାଇଁ ଦୀପ୍ତିଙ୍କୁ ମୋର ଶୁଭେଚ୍ଛାପ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?