Posted inଖେଳ

ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ତଙ୍କ ନାଁରେ ଠକେଇ ଅଭିଯୋଗ, ଲାଗିଲା ଧାରା ୪୨୦

ନୂଆଦିଲ୍ଲୀ,୨୩।୧୧: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ନାଁରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। କ୍ରୀଡ଼ା ଏକାଡେମୀ ନିର୍ମାଣ କରିବା ପ୍ରତିଶୃତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସମୟରେ ୧୮.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଉତ୍ତର କେରଳାର ଏକ ଜିଲାରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ ରାଜୀବ କୁମାର ଏବଂ ଭେଙ୍କଟେଶ କିନି ନାମକ ବ୍ୟକ୍ତି ଏପ୍ରିଲ ୨୦୧୯ ଠାରୁ ବିଭିନ୍ନ ତାରିଖରେ ୧୮.୭୦ ଲକ୍ଷ ଟଙ୍କା ନେଇ କର୍ଣ୍ଣାଟକର କୋଲୁରରେ ଏକ କ୍ରୀଡ଼ା ଏକାଡେମୀ ନିର୍ମାଣ କରିବେ ବୋଲି ଜଣେ ବ୍ୟକ୍ତିଙ୍କୁ ପ୍ରତିଶୃତି ଦେଇଥିଲେ, ଯେଉଁମାନଙ୍କ ସହିତ ଶ୍ରୀସାନ୍ତ ମଧ୍ୟ ସହଯୋଗୀ ବ୍ୟବସାୟୀ ରହିଛନ୍ତି।

ତାଙ୍କ ଅଭିଯୋଗରେ ସରେଶ ଗୋପାଳ କହିଛନ୍ତି ଯେ ଏକାଡେମୀରେ ଅଂଶୀଦାର ହେବାର ସୁଯୋଗ ଆଶାରେ ସେ ଏହି ଟଙ୍କା ବିନିଯୋଗ କରିଛନ୍ତି। ଶ୍ରୀସାନ୍ତ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଆଇପିସି ୪୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri