Posted inଖେଳ

ତୃତୀୟ ରାଉଣ୍ଡରେ ରିବାକିନା, ସ୍ବିଟେକ୍‌

ପ୍ୟାରିସ୍‌, ୨ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ଦ୍ୱିତୀୟ ରାଉଣ୍ଡରେ ସିଡେଡ୍‌ ଖେଳାଳିଙ୍କ ସହଜ ବିଜୟ। ମହିଳା ସିଙ୍ଗଲ୍ସ ବର୍ଗରେ ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍‌, ଏଲିନା ରିବାକିନା, ଏକାଟେରିନା ଆଲେକଜାଣ୍ଡ୍ରୋଭା ବିଜୟ ହାସଲ କରିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ କାସ୍ପର ରୁଡ୍‌, ବୋର୍ନା କୋରିକ୍‌, ୟୋଶିହିତୋ ନିଶିଓକା ଏବଂ ଗ୍ରିଗୋରୀ ଦିମିତ୍ରୋଭଙ୍କ ପରି ଖେଳାଳି ବିଜୟ ହାସଲ କରିଛନ୍ତି।
ମହିଳା ବର୍ଗରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଇଗା ସ୍ବିଟେକ୍‌ ୬-୪ ଓ ୬-୦ରେ ଆମେରିକାର କ୍ଲେୟାର ଲିଉଙ୍କୁ ପରାସ୍ତ କରିଛନ୍ତି। ଫିଲିପ୍‌ ଚାଟ୍ରିୟରରେ ଖେଳା ଯାଇଥିବା ମ୍ୟାଚରେ ସ୍ବିଟେକ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଏଲିନା ରିବାକିନା ମଧ୍ୟ ସହଜ ବିଜୟ ହାସଲ କରିଛନ୍ତି। ଚେକ୍‌ ରିପବ୍ଲିକ୍‌ର ଲିଣ୍ଡା ନୋସକୋଭାଙ୍କୁ ୬-୩, ୬-୩ ସେଟରେ ସେ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚରେ ବିଶ୍ୱ ମାନ୍ୟତାର ୨୩ ନମ୍ବର ଖେଳାଳି ଏକାଟେରିନା ଆଲେକଜାଣ୍ଡ୍ରୋଭା ୬-୨ ଓ ୬-୦ ସେଟରେ ଆନ୍ନା ଲିନା ଫ୍ରିଏଦସାନଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୨୨ ନମ୍ବର ଖେଳାଳି ଡୋନ୍ନା ଭେକିକ୍‌ଙ୍କୁ ୩-୬, ୬-୪ ଓ ୬-୩ ସେଟରେ ପରାସ୍ତ କରିଛନ୍ତି ଆମେରିକାର ବର୍ନାର୍ଡା ପେରା। ୧୪ ନମ୍ବର ସିଡ୍‌ ବ୍ରାଜିଲର ବିଟ୍ରିଜ୍‌ ହଦ୍ଦାଦ ମାଇଆ ୨-୬, ୭-୫ ଓ ୪-୬ ସେଟରେ ଡାଏନା ସ୍ନାଇଡରଙ୍କୁ ପରାସ୍ତ କରିଛନ୍ତି। ଆମେରିକାର ଅଣସିଡେଡ୍‌ ଖେଳାଳି କାଏଲା ଡେ ୨୦ ନମ୍ବର ସ୍ଥାନରେ ଥିବା ମାଡିସନ୍‌ କିସ୍‌ଙ୍କୁ ୬-୨, ୪-୬ ଓ ୬-୪ ସେଟରେ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ବର୍ଗରେ ୪ ନମ୍ବର ସିଡ୍‌ କାସ୍ପର ରୁଡ୍‌ ୩-୬, ୨-୬, ୬-୪ ଓ ୫-୭ରେ ଇଟାଲୀର ଗୁଇଲୋ ଜେପ୍ପିଏରିଙ୍କୁ ପରାସ୍ତ କରିଥିଲେ। ୨୭ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ୟୋଶିହିତୋ ନିଶିଓକା ୪-୬, ୬-୨, ୭-୫ ଓ ୬-୪ ସେଟ୍‌ରେ ମ୍ୟାକ୍ସ ପର୍ସେଲ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗେଲ୍‌ ମନଫିଲ୍ସ ଆହତ ହୋଇ ଓହରି ଯିବା କାରଣରୁ ଷଷ୍ଠ ସିଡ୍‌ ହୋଲଗର ରୁନଙ୍କୁ ଓ୍ବାକଓଭର ମିଳିଥିଲା। ୨୮ ନମ୍ବର ସିଡ୍‌ ଗ୍ରିଗୋରୀ ଦିମିତ୍ରୋଭ୍‌ ୭-୬(୭-୪), ୬-୩ ଓ ୬-୪ ର ସିଧାସଳଖ ସେଟ୍‌ରେ ଗ୍ରୀସର ଏମିଲି ରୁସୁଭୁଓରିଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୧୫ ନମ୍ବର ସ୍ଥାନରେ ଥିବା ବୋର୍ନା କୋରିକ୍‌ ୬-୩, ୪-୬, ୪-୬, ୬-୩ ଓ ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ପେଡ୍ରୋ କାଚିନ୍‌ଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ଏକ ବଡ ବିପର୍ଯ୍ୟୟ ସହିତ ପରାସ୍ତ ହୋଇଛନ୍ତି ଇଟାଲୀର ଜାନିକ୍‌ ସିନ୍ନର। ଜର୍ମାନୀର ଡାନିଏଲ ଅଲ୍ଟମାୟେରଙ୍କ ନିକଟରୁ ସେ ୭-୬(୭-୦),୬-୭(୭-୯), ୬-୧, ୬-୭(୪-୭) ଓ ୫-୭ ସେଟରେ ପରାସ୍ତ ହୋଇଥିଲେ। ୫ ସେଟ୍‌ ବିଶିଷ୍ଟ ମ୍ୟାଚ୍‌ର ୪ଟି ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ପରେ କାହିଁକି ଦେଶକୁ ସମ୍ବୋଧିତ କରିବେ ମୋଦି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୮।୪: ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ତୀବ୍ର ରାଜନୈତିକ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତି ୮ଟା ୩୦ରେ ଦେଶକୁ ସମ୍ବୋଧିତ କରିବାକୁ…

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri