ଜେଲ ଗଲେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନୀହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ ଏକ ମାମଲା (ନଂ.୩୫/୨୨) ରୁଜୁ କରି ନିହାରଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ନୀହାରଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ନିହାରରଞ୍ଜନ ଗିରଫ ହେବା ପରେ ତାଙ୍କର ୩.୯୬ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଯାହାକି ତାଙ୍କ ଆୟଠାରୁ ୨୭୫ ପ୍ରତିଶତ ଅଧିକ। ସବୁଠୁ ମୁଖ୍ୟ କଥା ହେଲା ନିହାରରଞ୍ଜନ ୧.୭୫କୋଟି ଟଙ୍କା କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି। ବ୍ରିଟେନ୍‌ସ୍ଥିତ ୩୮ ଟି ପିଏଲ୍‌ସି ୱାଲେଟରୁ ୧.୭୫ କୋଟି ଟଙ୍କାର କାରବାରର ସନ୍ଧାନ ମିଳିଛି । ନୀହାରରଞ୍ଜନ ତାଙ୍କ ନିଜ ନାମ ଏବଂ ପରିବାର ଲୋକଙ୍କ ନାମରେ ଜାଲ୍‌ କାଗଜାଦି ଦେଇ ଆୟ ବହିର୍ଭୂତ ସମ୍ପତ୍ତି ଉପରୁ ନଜର ହଟାଇବା ପାଇଁ ଏଭଳି କରିଥିବା ଜଣାପଡ଼ିଛି। ଯେତିକି କ୍ରିପ୍ଟୋ କରେନ୍ସି ତଥ୍ୟ ହସ୍ତଗତ ହୋଇଛି ସେଗୁଡ଼ିକୁ ଅଚଳ କରିବା ସହ ଆଉ କେତେ ଟଙ୍କା କାରବାର ହୋଇଛି ସେନେଇ ତଥ୍ୟ ପ୍ରଦାନ କରିବାକୁ ବ୍ରିଟେନ୍‌ସ୍ଥିତ ଓ୍ବାଲେଟ ସେବା ପ୍ରଦାନକାରୀ ପିଏଲ୍‌ସିକୁ ଭିଜିଲାନ୍ସ ପକ୍ଷରୁ ଚିଠି ଲେଖାଯାଇଛି। କେଉଁମାନଙ୍କ ପାଖକୁ କେତେ ଲକ୍ଷ ଟଙ୍କା ପଠାଇଛନ୍ତି, ତାଙ୍କ ଆକାଉଣ୍ଟକୁ କେଉଁମାନେ ଟଙ୍କା ପଠାଇଛନ୍ତି ସବୁ ଦିଗକୁ ନେଇ ତଦନ୍ତ କରିବ ଭିଜିଲାନ୍ସ ଟିମ୍‌। ଅନ୍ୟପଟେ ନିହାର ରଞ୍ଜନଙ୍କୁ ଜେରା କରିବାପରେ ବହୁ ଗୁମର ଖୋଲିବ ବୋଲି ଏସ୍‌ପି ଅନୁପମା ଜେମ୍ସ ଆଶା ରଖିଛନ୍ତି।
ନୀହାରରଞ୍ଜନଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍‌ ଶୁକ୍ରବାର ୩ ଜିଲାର ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଭୁବନେଶ୍ୱର ଖାରବେଳନଗରସ୍ଥିତ ଶ୍ରୀରାମ ମାନ୍‌ଶନ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ରେ ଚଢ଼ାଉ ସମୟରେ ନିହାର କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ୩୮ଟି ଦସ୍ତାବିଜ୍‌ ଓ ମୋବାଇଲକୁ ଝରକା ବାଟେ ଫୋପାଡ଼ି ଦେଇଥିଲେ। ଉକ୍ତ ଦସ୍ତାବିଜ ଅନୁସାରେ ସେ କ୍ରିପ୍ଟୋ କରେନ୍ସିରେ ୧.୭୫ କୋଟି ବିନିଯୋଗ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଶ୍ରୀରାମ୍‌ ମାନ୍‌ଶନ୍‌ ଆପାର୍ଟମେଣ୍ଟରେ ୩୨.୫ ଲକ୍ଷ ଟଙ୍କାର ଗୋଟିଏ ୩ ବିଏଚ୍‌କେ ଫ୍ଲାଟ୍‌ ଓ ସମ୍ବଲପୁର ମୋଦିପଡ଼ାଠାରେ ଥିବା ୩ମହଲା କୋଠା ସହ ସମ୍ବଲପୁର ଜିଲାର ମୁଖ୍ୟ ଅଞ୍ଚଳରେ ୧.୨୭ କୋଟି ଟଙ୍କା ମୂଲ୍ୟର ୮ ପ୍ଲଟ୍‌ ଠାବ ହୋଇଛି। କବଲା ସମୟରେ ଏହାର ପ୍ରକୃତ ମୂଲ୍ୟ ଲୁଚାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ନଗଦ ୧ ଲକ୍ଷ ୭ ହଜାର ୭୮୫ ଟଙ୍କା, ୩୯ ଲକ୍ଷ ଟଙ୍କାର ୨ଟି ଚାରିଚକିଆ ଯାନ, ୩ ଲକ୍ଷ ଟଙ୍କାର ୨ଟି ବାଇକ, ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୧୫.୫୫ ଲକ୍ଷ ଟଙ୍କାର ଘରୋଇ ଉପକରଣ ଓ ୬୨.୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା ରହିଛି। ତେବେ ନିହାରରଞ୍ଜନଙ୍କୁ ପଚରାଉଚରା ସହ ଚଢ଼ାଉ ଓ ଯାଞ୍ଚ ଜାରି ରହିଥିବାରୁ ତାଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୧୧ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri