Posted inଫୁରସତ

କଳା ସଂସ୍କୃତିରେ ଭରା ବୈଶାଳୀ

ବୈଶାଳୀ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କଳା ଓ ସଂସ୍କୃତିକୁ ଏଠାରେ ବେଶ୍‌ ଗୁରୁତ୍ୱ ଦିଆଯାଇଥାଏ। ସେଥିପାଇଁ ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏଠାରେ ରହିଛି ଅନେକ ଧାର୍ମିକ ପୀଠ, ବୌଦ୍ଧ ସ୍ମାରକ ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ…

ବିହାରର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ବୈଶାଳୀ। ଏଠାରେ କଳା, ସଂସ୍କୃତିର ଅନେକ ସୁନ୍ଦର ସୁନ୍ଦର ଝଲକ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ମନକୁ ମୋହିଲା ଭଳି ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି ଏଠାରେ। ମୁଖ୍ୟତଃ ବୌଦ୍ଧ ଧର୍ମ ସମ୍ପର୍କିତ ଅନେକ ତଥ୍ୟ ଏଠାରୁ ଜାଣିବାକୁ ମିଳିଥାଏ।

କ’ଣ ଦେଖିବେ
ଧର୍ମ, ସଂସ୍କୃତି ତଥା ବହୁ ଐତିହାସିକ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା ବୈଶାଳୀରେ ପର୍ଯ୍ୟଟକ ଖୁବ୍‌ ସୁନ୍ଦର ସୁନ୍ଦର ପର୍ଯ୍ୟଟକସ୍ଥଳୀ ବୁଲି ଦେଖିବାର ସୂଯୋଗ ପାଇପାରିବେ। ଯେମିତିକି: ଅଶୋକ ପିଲାର୍‌, ବିଶ୍ୱ ଶାନ୍ତି ସ୍ତୁପ, ବୌଦ୍ଧ ସ୍ତୁପ, ବିଶାଳ ଦୁର୍ଗ, ବୈଶାଳୀ ସଂଗ୍ରହାଳୟ, ବିଶ୍ୱ ଶାନ୍ତି ଶିବାଳୟ ଇତ୍ୟାଦି।

ଅର୍ଥନୀତି
ଏଠାକାର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭର କରିଥାଏ। ତା’ଛଡ଼ା କିଛି ଲୋକ ବିଭିନ୍ନ ପ୍ରକାରର ସାଂସ୍କୃତିକ କଳାକୁ ଆପଣାଇ ନିଜ ରୋଜଗାର ଚିନ୍ତା କରିଥାନ୍ତି। ଏପରିକି ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଉଚ୍ଚ ଉଚ୍ଚ ପଦବୀରେ ରହି ଏଠାକାର ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ବେଶ୍‌ ମନୋନିବେଶ ମଧ୍ୟ କରୁଥିବାର ଦେଖିବାକୁ ମିଳିଥାଏ।

ପ୍ରିୟ ଖାଦ୍ୟ
ବୈଶାଳୀରେ ଯେହେତୁ କଳା, ସଂସ୍କୃତିକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ, ତେଣୁ ଏଠାକାର ଅଧିକାଂଶ ଲୋକେ ସାତ୍ତ୍ୱିକ ଭୋଜନ କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ତା’ଛଡ଼ା ସତ୍ତୁ ଯେହେତୁ ବିହାରର ଏକ ପ୍ରିୟ ଖାଦ୍ୟ, ତେଣୁ ଏଠାରେ ବି ଏହି ଖାଦ୍ୟର ବେଶ୍‌ ଚାହିଦା ରହୁଥିବା ଦେଖିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ବୈଶାଳୀକୁ ବର୍ଷର ଯେ କୌଣସି ସମୟରେ ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଅକ୍ଟୋବରରୁ ମାର୍ଚ୍ଚ ହେଉଛି ଏଠାକୁ ଯିବାପାଇଁ ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ତିନୋଟି ମାର୍ଗର ଉତ୍ତମ ବ୍ୟବସ୍ଥା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଁଞ୍ଚତ୍ପାରିବେ।

ଅନ୍ୟାନ୍ୟ ଆକର୍ଷଣ
ଏଠାରେ କଦଳୀ ଚାଷ ଭଲ ହୋଇଥାଏ ବୋଲି ସୂଚନା ରହିଛି। ପର୍ଯ୍ୟଟକ ବହୁ ଶସ୍ତାରେ ଏଠାରୁ କଦଳୀ କିଣିପାରିବେ। ତା’ଛଡ଼ା ଏଠାରେ ଲାଖରେ ତିଆରି ଖେଳନା ତଥା ଚୁଡ଼ିର ବି ଭଲ ଚାହିଦା ରହିଥାଏ। ପର୍ଯ୍ୟଟକ ଚାହିଁଲେ ଏହିସବୁ ଜିନିଷ ବି ବେଶ୍‌ ସୁଲଭ ଦରରେ ଏଠାରୁ କିଣି ଆଣିପାରିବେ। ଏସବୁ ବାଦ୍‌ ଫଟୋଗ୍ରାଫି ପାଇଁ ବି ଏଠି ଭଲ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?