Posted inଖେଳ

ଋତୁରାଜଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ଗୁଆହାଟୀ,୨୯ା୧୧: ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର କରିଛି। ଗାଏକ୍ୱାଡ ଅପରାଜିତ ୧୨୩ ରନ୍‌ କରିଥିବା ବେଳେ ଭାରତ ୩ ଉଇକେଟରେ ୨୨୨ ରନ୍‌ କରିଛି। ଜବାବରେ ରିପୋର୍ଟ ପ୍ରସ୍ତୁତ ସୁଦ୍ଧା ଅଷ୍ଟ୍ରେଲିଆ ୧୭ ଓଭରରେ ୫ ଉଇକେଟରେ ୧୭୪ରନ୍‌ ସଂଗ୍ରହ କରିଛି। ଭାରତ ଏହି ମ୍ୟାଚ୍‌ରେ ମୁକେଶ କୁମାରଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ଖେଳାଇଥିବା ବେଳେ ଅଷ୍ଟ୍ରେଲିଆ ମାଥ୍ୟୁ ଶର୍ଟ ଓ ସନ୍‌ ଆବୋଟ୍‌ଙ୍କ ସ୍ଥାନରେ ଆରୋନ୍‌ ହାର୍ଡି ଓ କେନ୍‌ ରିଚାର୍ଡସନଙ୍କୁ ଖେଳାଇଥିଲା।
ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନେଇଥିଲା। ଅଧିନାୟକ ମାଥ୍ୟୁ ଓ୍ବେଡଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଥିଲେ କେନ୍‌ ରିଚାର୍ଡସନ୍‌ ଓ ଜାସନ୍‌ ବେର୍ହେଣ୍ଡ୍ରଫ୍‌। ଉଭୟ ଗୋଟିଏ ଲେଖାଏ ଉଇକେଟ ନେଇଥିବା ବେଳେ ଭାରତ ୨୪ ରନ୍‌ରେ ଯଶସ୍ବୀ ଜୟସ୍ବାଲ(୬) ଓ ଇଶାନ କିଶନ୍‌(୦)ଙ୍କ ଉଇକେଟ ହରାଇଥିଲା। ପ୍ରଥମ ସ୍ପେଲରେ ବେର୍ହେଣ୍ଡ୍ରଫ ୩ ଓଭରରେ ୫ ରନ୍‌ ଦେଇ ଜୟସ୍ବାଲଙ୍କୁ ଆଉଟ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୩୯) ଓ ଋତୁରାଜ ଗାଏକ୍ୱାଡ(୧୨୩*) ତୃତୀୟ ଉଇକେଟରେ ୫୭ ରନ୍‌ ଯୋଡି ସ୍ଥିତି ସୁଧାରିଥିଲେ। ଆରୋନ୍‌ ହାର୍ଡିଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇଥିଲେ। ୨୯ ବଲ୍‌ ଖେଳି ସେ ୫ ଚୌକା ଓ ୨ ଛକା ମାରିଥିଲେ। ୮୧ ରନରେ ତୃତୀୟ ଉଇକେଟର ପତନ ପରେ ଗିୟର ବଦଳାଇଥିଲେ ଗାଏକ୍ୱାଡ। ଟି୨୦ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଚତୁର୍ଥ ଉଇକେଟରେ ତିଳକ ବର୍ମା(୩୧)ଙ୍କ ସହିତ ୧୪୧ ରନ୍‌ ଯୋଡିଥିଲେ। ଋତୁରାଜ ୫୭ ବଲ୍‌ ଖେଳି ୧୩ ଚୌକା ଓ ୭ ଛକା ମାରିଥିଲେ। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବୋଲିଂ କରିଥିବା ଶେଷ ଓଭରରୁ ଗାଏକ୍ୱାଡ ୩୦ ରନ ହାସଲ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାର୍ଡସନ୍‌, ଜାସନ୍‌ ବେର୍ହେଣ୍ଡ୍ରଫ ଓ ଆରୋନ୍‌ ହାର୍ଡି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନ୍‌ ଲକ୍ଷ୍ୟରେ ଦୁଇ ଅଷ୍ଟ୍ରେଲୀୟ ଓପନର ଟ୍ରାଭିସ୍‌ ହେଡ୍‌(୩୫) ଓ ଆରୋନ୍‌ ହାର୍ଡି(୧୬) ପ୍ରଥମ ଉଇକେଟରେ ୪୭ ରନ୍‌ ଯୋଡିଥିଲେ। ହାର୍ଡି ୧୬ ରନ୍‌ କରି ଅର୍ଶଦୀପଙ୍କ ବଲରେ ଆଉଟ ହୋଇଥିଲେ। ପାଓ୍ବାର ପ୍ଲେର ଅନ୍ତିମ ଓଭରରେ ହେଡ୍‌ ୩୫ ରନ୍‌ କରି ଆଭେଶ ଖାନ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଖବର ପ୍ରସ୍ତୁତ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୮୩ ଓ ମାଥ୍ୟୁ ଓ୍ବେଡ୍‌ ୪ ରନ୍‌ରେ ବ୍ୟାଟିଂ କରୁଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୨୨୨/୩(ଋତୁରାଜ ଗାଏକ୍ୱାଡ-୧୨୩*, ସୂର୍ଯ୍ୟକୁମାର ଯାଦବ-୩୯, ତିଳକ ବର୍ମା-୩୧*, କେନ୍‌ ରିଚାର୍ଡସନ୍‌-୧/୩୪, ଜାସନ୍‌ ବେର୍ହେଣ୍ଡ୍ରଫ-୧/୧୨, ଆରୋନ୍‌ ହାର୍ଡି -୧/୬୪)।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri