Posted inଖେଳ

କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍‌କେ ବ୍ୟାଟ୍ସମ୍ୟାନ୍‌ ଦେଲେ କିଛି ଏଭଳି…

ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼ିଛି। ଏବେ ସେଭଳି ଜଣେ କ୍ରିକେଟର ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାୟକଓ୍ବାଡ ମରାଠୀ ଅଭିନେତ୍ରୀ ସାୟଲୀ ସଞ୍ଜିବଙ୍କ ପ୍ରେମରେ ବୋଲି କୁହାଯାଉଛି। ହେଲେ ଋତୁରାଜ ଏହା କେବଳ ଗୁଜବ ବୋଲି କହିଛନ୍ତି।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ଅଭିନେତ୍ରୀ ସାୟଲୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ କ୍ରିକେଟର କମେଣ୍ଟ କରିଥିଲେ। ଏହାପରେ ଅଭିନେତ୍ରୀ କମେଣ୍ଟର ଜବାବରେ ତିନୋଟି ହୃଦୟ ଇମୋଜି ଦେଇଥିଲେ। ଏହାପରେ ପ୍ରଶଂସକମାନେ ଉଭୟଙ୍କ ମଧ୍ୟରେ କିଛି ନା କିଛି ଚାଲିଥିବା ଠଉରାଇ ନେଇଥିଲେ।

ସାୟଲୀଙ୍କ ସହ ସମ୍ପର୍କକୁ ନେଇ ଖବର ଆସିବା ପରେ ଋତୁରାଜ ନିଜେ ଆଗକୁ ଆସି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ନିଜର ଇନ୍‌ଷ୍ଟ୍ରାଗ୍ରାମ ଷ୍ଟୋରୀରେ ଏହାକୁ ଗୁଜବ ବୋଲି କହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କେବଳ ବୋଲର୍‌ ହିଁ ତାଙ୍କର ଉଇକେଟ ନେଇପାରିବେ, ଆଉ କେହି ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…

ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ…

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦେଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri