ରୁଷିଆ ଅର୍ଥନୀତି ବିପର୍ଯ୍ୟସ୍ତ

ମସ୍କୋ, ୨୫ା୪ : ଫେବୃୟାରୀ ୨୪ ତାରିଖ ସକାଳେ ୟୁକ୍ରେନ୍‌ ଉପରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇବା ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଥିଲେ। ଏହି ଆକ୍ରମଣକୁ ରବିବାର ଦୁଇ ମାସ ପୂରିଛି। ନାଟୋ ସାମରିକ ମେଣ୍ଟରୁ ୟୁକ୍ରେନ୍‌କୁ ଦୂରେଇ ରଖିବାକୁ ଯାଇ ରୁଷିଆ ସେଠାରେ ଯୁଦ୍ଧର ରାସ୍ତା ବାଛିଥିବାବେଳେ ଏ ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ କରିପାରିନି। ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ରୁଷିଆର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ଶକ୍ତିଶାଳୀ ରୁଷିଆ ସହ ଲଢ଼େଇରେ ମାତ୍ର କେଇଦିନ ୟୁକ୍ରେନ୍‌ ଛିଡ଼ା ହୋଇପାରିବ ବୋଲି ଅନେକେ ଚିନ୍ତା କରୁଥିବାବେଳେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର କିନ୍ତୁ ଅଭୂତପୂର୍ବ ସାହସ ଦେଖାଇ ମସ୍କୋକୁ ଏତେ ଦିନ ରୋକିବାରେ ସମର୍ଥ ହୋଇଛି। ହେଲେ ସଂଘର୍ଷରେ ଯାଇଛି ହଜାର ହଜାର ନୀରିହ ଜୀବନ। ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ସେମାନଙ୍କ ଘର ଛାଡ଼ିଛନ୍ତି। ରାଜଧାନୀ କିଭ୍‌କୁ କବ୍‌ଜା କରିବାରେ ବିଫଳ ହେବା ପରେ ରୁଷିଆ ଏବେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ରେ ଧ୍ୱଂସଲୀଳା ଜାରି ରଖିଛି।

ଦୁଇ ମାସ ହେଲା ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ପାଶ୍ଚାତ୍ୟ କଟକଣା ଯୋଗୁ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ଏହାକୁ କାଉଣ୍ଟର କରିବାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଅଶୋଧିତ ତୈଳ ଏବଂ ଗ୍ୟାସ୍‌କୁ ଅସ୍ତ୍ର କରିଥିଲେ ହେଁ ଧୀରେ ଧୀରେ କଟକଣାର ପ୍ରଭାବ ରୁଷିଆରେ ଅନୁଭୂତ ହେବାରେ ଲାଗିଛି। ସ୍ବିଫ୍ଟରୁ ବ୍ୟାନ୍‌ କରି ମସ୍କୋକୁ ପ୍ରମୁଖ କାରବାରରୁ ବଞ୍ଚିତ କରିବା ସହ ଏହାର ବିଦେଶୀ ମୁଦ୍ରାକୁ ଅକାମୀ କରିବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ କଠୋର ପଦକ୍ଷେପ ନେଇଛନ୍ତି। ପ୍ରମୁଖ ବୈଶ୍ୱିକ କମ୍ପାନୀଗୁଡ଼ିକ ରୁଷିଆରେ ସେବା ବନ୍ଦ କରିଛନ୍ତି। ଆମଦାନୀ ବ୍ୟାହତ ଯୋଗୁ ରୁଷିଆରେ ଅନେକ ଜରୁରୀ ସାମଗ୍ରୀର ଅଭାବ ଦେଖାଯାଇଛି। ଦେଶର ଅର୍ଥନୀତି ବଞ୍ଚାଇବାକୁ ପୁଟିନ୍‌ ସୁଧହାର ବଢ଼ାଇବା ସହ ପୁଞ୍ଜି ନିୟନ୍ତ୍ରଣ ବ୍ୟବସ୍ଥା କରି ରୁଷୀୟ ବ୍ୟବସାୟୀ ସେମାନଙ୍କ ଲାଭକୁ ରୁବଲ(ରୁଷୀୟ ମୁଦ୍ରା)ରେ ପରିଣତ କରିବାକୁ ବାଧ୍ୟ କରାଇଛନ୍ତି। ଏଥିଯୋଗୁ ପ୍ରାରମ୍ଭିକ ସମୟରେ ରୁବଲର ମୂଲ୍ୟ ହ୍ରାସ ପାଇଥିଲେ ହେଁ ପରେ ଏଥିରେ ବୃଦ୍ଧି ଘଟିଛି। ଦୁଇ ଦଶନ୍ଧିରେ ରୁଷିଆରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ପିଇବା ପାଣି ମୂଲ୍ୟରେ ୩୫% ବୃଦ୍ଧି ଘଟିଥିବାବେଳେ ୧ କିଲୋଗ୍ରାମ ଚିନି ଦର ୭୭ ପ୍ରତିଶତ ବଢ଼ିଛି। ସେହିପରି ପନିପରିବା ମୂଲ୍ୟ ୩୦ରୁ ୫୦% ବଢ଼ିଛି। ଗତ ମାସରେ ମୁଦ୍ରାସ୍ଫୀତି ୧୭.୩% ରହିଥିବା ଦେଶର ଇକୋନୋମିକ୍‌ ଷ୍ଟାଟିଷ୍ଟିକ୍ସ ଏଜେନ୍ସି ରୋଷ୍ଟାଷ୍ଟ ପକ୍ଷରୁ କୁହାଯାଇଛି। କଞ୍ଚାମାଲ ଅଭାବରୁ ଅନେକ ରୁଷୀୟ କମ୍ପାନୀ ବନ୍ଦ ପଡ଼ିଛି। ଏକ ଟ୍ୟାଙ୍କ ନିର୍ମାଣକାରୀ କମ୍ପାନୀ ପାର୍ଟସ ଅଭାବରୁ ଉତ୍ପାଦନ ବନ୍ଦ ରଖିଛି। ୩ ଶହରୁ ଊର୍ଦ୍ଧ୍ୱ ବିଦେଶୀ କମ୍ପାନୀଗୁଡ଼ିକ ରୁଷିଆରେ ଆଉଟଲେଟ୍‌ ବନ୍ଦ କରିଛନ୍ତି। ଫଳରେ କେବଳ ମସ୍କୋରେ ବେକାରି ସଂଖ୍ୟା ୨ ଲକ୍ଷ ବଢ଼ିଥିବା ଏହାର ମେୟର କହିଛନ୍ତି। ସେହିପରି ୟୁପିଏସ୍‌, ଡିଏଚ୍‌ଏଲ୍‌ ସହ ଅନ୍ୟ ଟ୍ରାନ୍ସପୋର୍ଟେଶନ ଫାର୍ମ ରୁଷିଆ ଛାଡ଼ିବା ଦ୍ୱାରା ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି।
ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆର ପ୍ରଭୂତ ସାମରିକ କ୍ଷତି ଘଟିଛି। ମସ୍କୋର ପ୍ରାୟ ୨୨ ହଜାର ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦାବି କରିଛନ୍ତି। ଏପ୍ରିଲ ୧୪ରେ ୟୁକ୍ରେନ୍‌ର ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ବୃହତ୍‌ ଯୁଦ୍ଧଜାହାଜ ମସ୍କୋଭା କୃଷ୍ଣସାଗରରେ ବୁଡ଼ିବା ମସ୍କୋ ପାଇଁ ବିରାଟ ବଡ଼ କ୍ଷତି। ଏଥିସହ ୟୁକ୍ରେନ୍‌ରେ ରୁଷିଆ ଏ ପର୍ଯ୍ୟନ୍ତ ପ୍ରାୟ ୧୭୬ ଯୁଦ୍ଧବିମାନ, ୧୫୩ ହେଲିକପ୍ଟର, ୨,୧୬୨ ଯୁଦ୍ଧାସ୍ତ୍ର ପରିବହନକାରୀ ଯାନ, ୩୯୭ ଆର୍ଟିଲାରୀ ସିଷ୍ଟମ, ୬୯ ଆଣ୍ଟାଇ-ଏୟାରକ୍ରାଫ୍ଟ ଓ୍ବାରଫେୟାର ସିଷ୍ଟମ ହରାଇସାରିଥିବା କୁହାଯାଇଛି।

ୟୁକ୍ରେନୀୟ ସହର ବିଧ୍ୱସ୍ତ

ରୁଷିଆ ଆକ୍ରମଣକୁ ଦୃଢ଼ତାର ସହ ସାମ୍‌ନା କରୁଥିଲେ ହେଁ ୟୁକ୍ରେନ୍‌ର ଅନେକ ସହର ଧ୍ୱଂସସ୍ତୂପ ପାଲଟିଛି। ରାଜଧାନୀ କିଭ୍‌ ସମେତ ଅନେକ ସହରର ପ୍ରମୁଖ ପ୍ରତିଷ୍ଠାନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ନଷ୍ଟ ହୋଇଯାଇଛି। ରୁଷିଆ ଟାର୍ଗେଟରେ ହଜାର ହଜାର ୟୁକ୍ରେନୀୟ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ରୁଷୀୟ ସୈନ୍ୟଙ୍କ ଆକ୍ରମଣରେ ପ୍ରାୟ ୨୪ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଶହରୁ ଅଧିକ ଶିଶୁ ରହିଛନ୍ତି। ମାର୍ଚ୍ଚ ୨୫ ପରେ କିଭ୍‌ରୁ ରୁଷୀୟ ସୈନ୍ୟ ଫେରିବା ଦିନଠାରୁ ବହୁସଂଖ୍ୟାରେ ଲୋକଙ୍କ ମୃତଦେହ ଠାବ କରାଯାଇଛି। ବୁଚା ସହର ରାସ୍ତାରୁ ଶହ ଶହ ମୃତଦେହ ମିଳିବା ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ଅନ୍ୟ ସ୍ଥାନରୁ ମଧ୍ୟ ଲୋକଙ୍କ କବର ମିଳୁଛି। ଏବେ ୟୁକେନ୍‌ର ପୂର୍ବ ଓ ଦକ୍ଷିଣ ଭାଗରେ ରୁଷିଆ ଏହାର ଆକ୍ରମଣ ଜୋରଦାର କରିଛି। ଗତ ୨୧ ତାରିଖରେ ପୂର୍ବ ୟୁକ୍ରେନ୍‌ର ମାରିଉପୋଲ ସହର ସମ୍ପୂର୍ଣ୍ଣ ଭାବେ ରୁଷିଆ ନିୟନ୍ତ୍ରଣକୁ ଆସିଥିବା ପୁଟିନ୍‌ ଘୋଷଣା କରିଛନ୍ତି। ଏବେ ଡୋନ୍‌ବାସ୍‌ ସମେତ ଓଡେଶା ଉପରେ ମସ୍କୋ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ରୁଷିଆ ୟୁକ୍ରେନ୍‌ର ୪୨ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ସହରକୁ କବ୍‌ଜା କରିଥିବା ଦାବି କରିଛି।

‘ୟୁକ୍ରେନ୍‌ ପ୍ରତି ମନୋଭାବ ବଦଳାନ୍ତୁ ଏସୀୟ ରାଷ୍ଟ୍ର’

କିଭ୍‌: ୟୁରୋପ ଭଳି ଏସୀୟ ଦେଶଗୁଡ଼ିକ ୟୁକ୍ରେନ୍‌ ପ୍ରତି ଥିବା ମନୋଭାବ ବଦଳାନ୍ତୁ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କେତେକ ନାଟୋ ସଦସ୍ୟ ରାଷ୍ଟ୍ର ପ୍ରତି ମଧ୍ୟ ନିରାଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ୟୁକ୍ରେନ୍‌କୁ ଅଣଦେଖା କରିବାରୁ ନାଟୋ ତାଙ୍କ ଦେଶକୁ ମେଣ୍ଟରେ ସାମିଲ କରିପାରି ନାହିଁ, ଯାହା କି ଏକ ବଡ଼ ଭୁଲ୍‌ ବୋଲି ସେ କହିଛନ୍ତି। ଏସୀୟ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନ୍‌ ପ୍ରତି ସକାରାତ୍ମକ ମନୋଭାବ ରଖନ୍ତୁ ବୋଲି ଜେଲେନ୍‌ସ୍କି ଚାହାନ୍ତି। ସୂଚନାଯୋଗ୍ୟ, ଜାତିସଂଘରେ ରୁଷିଆ ବିରୋଧୀ ପ୍ରସ୍ତାବ ଉପରେ ଭାରତ ସମେତ ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ଅନେକ ଥର ଭୋଟ୍‌ ଦେବାରୁ ବିରତ ରହିଛନ୍ତି। ରୁଷିଆଠାରୁ ଭାରତକୁ ଦୂରେଇ ରଖିବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶ ଉଦ୍ୟମ ଜାରି ରଖିଥିବାବେଳେ ଜେଲେନ୍‌ସ୍କି ଏହା କହିଛନ୍ତି। ଆମେରିକା ଏବେ ଭାରତ ସହ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା କ୍ଷେତ୍ର ସମେତ ସୁରକ୍ଷା ସାମଗ୍ରୀ ଯୋଗାଣରେ ସବୁଠାରୁ ପସନ୍ଦର ଅଂଶୀଦାର ହେବାକୁ ଇଚ୍ଛୁକ ଏବଂ ସକ୍ଷମ ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି।

ଜେଲେନ୍‌ସ୍କିଙ୍କୁ ଭେଟିବେ ବ୍ଲିଙ୍କେନ୍‌

କିଭ୍‌: ରୁଷିଆ ଆକ୍ରମଣ ପରଠାରୁ ୟୁକ୍ରେନ୍‌ରେ ପ୍ରଥମ କରି ଆମେରିକାର ଦୁଇ ପ୍ରମୁଖ ଅଧିକାରୀ କିଭ୍‌ ଗସ୍ତରେ ବାହାରିଛନ୍ତି। ପୂର୍ବ ୟୁକ୍ରେନ୍‌ର ଓଡେସାରେ ରୁଷିଆ ଆକ୍ରମଣ ତୀବ୍ର କରିଥିବାବେଳେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏବଂ ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ରବିବାର କିଭ୍‌ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଏ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୂଚନା ଦେଇଛନ୍ତି। ଆଲୋଚନାବେଳେ ଜେଲେନ୍‌ସ୍କି ଆମେରିକାକୁ ଅଧିକ ସାମରିକ ସହାୟତା ମାଗିବା ସହ ରୁଷିଆ ବିରୋଧରେ ଅଧିକ କଟକଣା ଲଗାଇବାକୁ ଦାବି ରଖିବେ। କିଭ୍‌କୁ ଅସ୍ତ୍ର ଯୋଗାଣ ବଢ଼ିଲେ ରୁଷିଆ କବ୍‌ଜା କରିଥିବା ଅଞ୍ଚଳକୁ ୟୁକ୍ରେନ୍‌ ମୁକ୍ତ କରିପାରିବ ବୋଲି ଜେଲେନ୍‌ସ୍କି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?