ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ୍‌ ମୋଦିଙ୍କ ସହ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏଥିସହ କୂଟନୈତିକ ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୋଦି କହିଛନ୍ତି। ଏପରିକି ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ସମ୍ମିଳନୀରେ ପରେ ଦୁଇ ନେତା ଶକ୍ତି ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସମୀକ୍ଷା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଜି-୨୦ର ପ୍ରମୁଖ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି ବୋଲି ଶୁକ୍ରବାର ପିଏମ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସାଂଘାଇ ସହଯୋଗ ସଂଗଠନରେ ଭାରତର ଅଧ୍ୟକ୍ଷତା ସମୟରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ ଥିଲେ। ଏନେଇ ପରସ୍ପର ନିୟମିତ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଉଜ୍‌ବେକିସ୍ତାନର ସମରଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍‌ ଏସ୍‌ସିଓ ଶିଖର ସମ୍ମିଳନୀରେ ସାକ୍ଷାତ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ କହିଥିଲେ ଯେ ଏହା ଯୁଦ୍ଧର ଯୁଗ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri