ଏକ ଘରିକିଆ ହୋଇଯାଇଛନ୍ତି ପୁଟିନ୍‌

ମସ୍କୋ, ୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଯୁଦ୍ଧ ଛାଡ଼ି ଅହିଂସା ଉପାୟରେ ସମାଧାନର ବାଟ ଫିଟାଇବା ଦିଗରେ ଯାହା କିଛି ଆବଶ୍ୟକ, ଭାରତ ତାହା କରିବ ବୋଲି ମୋଦି ଜେଲେନ୍‌ସ୍କିଙ୍କୁ କହିଛନ୍ତି। ଏହାର ଦିନକ ପରେ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରୀ କ୍ୟାରିନ୍‌ ଜିନ୍‌-ପିଏରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଅନ୍ତର୍ଜାତୀୟ ସମୁଦାୟ ଏକ ଘରିକିଆ କରିଦେଇଛନ୍ତି। ରୁଷିଆର ଆକ୍ରମଣ ବିରୋଧରେ ମୁହଁ ଖୋଲିବା ଏବଂ କୂଟନୈତିକ ଉପାୟରେ ମସ୍କୋ ଉପରେ ଚାପ ପକାଇବା ପାଇଁ ଆମେ ବିଭିନ୍ନ ରାଷ୍ଟ୍ରକୁ ଆରମ୍ଭରୁ କହିଆସିଛୁ। ପୁଟିନ୍‌ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଉଛନ୍ତି। ତାଙ୍କ ନିଷ୍ପତ୍ତି କୌଣସି ସହାନୁଭୂତି ପାଇବା ଯୋଗ୍ୟ ନୁହେଁ। ୟୁକ୍ରେନ୍‌ ନିଜ ସାର୍ବଭୌମତ୍ୱ ପାଇଁ ଲଢ଼େଇ କରୁଛି। କେବଳ ଆମେରିକା ନୁହେଁ, ସାରା ବିଶ୍ୱରେ ଆମ ସହଯୋଗୀ ଦେଶଗୁଡ଼ିକ କିଭ୍‌ ସହ ଛିଡ଼ା ହୋଇଛନ୍ତି। ପ୍ରକାଶ ଯେ, ଏହା ପୂର୍ବରୁ ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନ୍‌ଙ୍କୁ ‘ଏହା ଯୁଦ୍ଧର ଯୁଗ ନୁହେଁ’ ବୋଲି ପରାମର୍ଶ ଦେଇଥିଲେ। ସେତେବେଳେ ମଧ୍ୟ ଆମେରିକା ମୋଦିଙ୍କ ମନ୍ତବ୍ୟକୁ ପ୍ରଶଂସା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବତରଣ ବେଳେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ମୃତ

ନୂଆଦିଲ୍ଲୀ,୧୩।୩: କାଜାଖସ୍ତାନର ଆଲ୍‌ମାଟି ବିମାନବନ୍ଦରରେ ଶନିବାର ସେନାବାହିନୀର ଏକ ଯୁଦ୍ଧ ବିମାନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କୁ ଭାରତର କଡ଼ା ଜବାବ: ଦୟାକରି ଆମକୁ ଉପଦେଶ ଦିଅନ୍ତୁ ନାହିଁ

ନ୍ୟୁୟର୍କ,୬।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି। ଅନେକ ଦେଶ ରୁଷିଆ ଉପରେ କଟକଣା ଲଗାଉଛନ୍ତି।...

ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…

ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି।...

ତାଇୱାନ: ଚାଇନାଠାରୁ ବିପଦ ଆଶଙ୍କା, ଏଫ୍‌-୧୬ ଫାଇଟର ଜେଟର ଡେଲିଭରି ଯେତେଶୀଘ୍ର କରାଯାଉ

ତାଇପେ,୧୭ ।୧୦: ଚାଇନା ତାଇୱାନ ଉପରେ ଦାଦାଗିରି କରିବା କିଛି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ଚାଇନା ଲଗାତାର ଭାବେ...

ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି।...

କାଠଗଣ୍ଡିର ଜୀବଜନ୍ତୁ

କାଠଗଣ୍ଡିର ଅନେକ ସ୍ଥାପତ୍ୟ ଦେଖିଥିବେ। ସ୍ପେନର କଳାକାର ଗେରାର୍ଡ ମାସ୍‌ କରିଥିବା କଳାକୃତିର କଥା କିନ୍ତୁ ଭିନ୍ନ। ବଡ଼ ବଡ଼ ଗଛର ଗଣ୍ଡି କାଟି ତାକୁ...

ଆମେରିକା-ଚାଇନା ବିବାଦର ସମାଧାନ କରିବାକୁ ଚାହାନ୍ତି ଇମ୍ରାନ

ଇସଲାମାବାଦ,୬ା୨: ଆମେରିକା-ଚାଇନା ମଧ୍ୟରେ ବିବାଦର ସମାଧାନ ପାଇଁ ପାକିସ୍ତାନ ଏହାର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ପାକିସ୍ତାନର ଫେଡେରାଲ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧୁରୀ...

ବଳାତ୍କାର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଉ: ଇମ୍ରାନ ଖାନ୍‌

ଇସଲାମାବାଦ,୧୫।୯: ପାକିସ୍ତାନରେ ଜଣେ ବିଦେଶୀ ମହିଳାଙ୍କୁ ବଳାତ୍କାର ଘଟଣାକୁ ନେଇ ବିରୋଧ ଲାଗିରହିଛି। ଏହି ଘଟଣାକୁ ନେଇ ଇମ୍ରାନ ସକରକାରଙ୍କୁ ସମାଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ...

Advertisement
Archives

Model This Week