ଭିନିତ୍‌ସିଆରେ ରୁଷିଆର ମିଶାଇଲ ମାଡ଼: ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି, ଏବେବି ୩୯ ନିଖୋଜ

କିଭ୍‌,୧୫ା୭: କେନ୍ଦ୍ରୀୟ ୟୁକ୍ରେନ୍‌ର ଭିନିତ୍‌ସିଆ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ଼ କରାଯାଇଛି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ୬ ମୃତକଙ୍କ ପରିଚୟ ମିଳିଥିବା ବେଳେ ଏବେବି ୩୯ ଜଣ ନିଖୋଜ ଥିବା କୁହାଯାଇଛି। ରୁଷୀୟ ସୈନ୍ୟ ଜାଣିଶୁଣି ଜନବସତି ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ ଆଣିଛନ୍ତି।

ଉପରେ ରୁଷିଆର ଆକ୍ରମଣ ୨୦ସପ୍ତାହରେ ପହଞ୍ଚିଥିବା ବେଳେ ବ୍ଲାକ୍‌ ସିକୁ ଟାର୍ଗେଟର ମାଧ୍ୟମ କରିଛି ମସ୍କୋ। କୃଷ୍ଣ ସାଗରରେ ରୁଷିଆର ଏକ ବୁଡ଼ାଜାହାଜରୁ କାଲିବର କ୍ରୁଜ୍‌ ମିଶାଇଲ ଉତ୍‌କ୍ଷେପଣ କରାଯାଇଥିଲା। କିଭ୍‌ରୁ ୨୬୮ କି.ମି. ଦୂରରେ ଥିବା ଭିନିତ୍‌ସିଆ ଅଞ୍ଚଳକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛଡ଼ାଯାଇଥିବା ବେଳେ ସେଥିରୁ ୨ଟିକୁ ୟୁକ୍ରେନ୍‌ ଖସାଇ ଦେଇଥିବା ଦାବି କରିଛି। ମାଡ଼ ହୋଇଥିବା ଅନ୍ୟ ୨ ମିଶାଇଲ ଯୋଗୁ ୨୩ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାମାସରେ ତାଣ୍ଡବ ରଚିଲା ପରେ ଫ୍ଲୋରିଡା ମୁହାଁ ହେଉଛି ‘ଡୋରିଆନ୍‌’

ଓ୍ବାଶିଂଟନ,୩।୯: ସାମୁଦ୍ରିକ ଝଡ଼ ଡୋରିଆନ ବାହାମାସରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହେବା ସହ...

କରୋନାକୁ ପତ୍ନୀ ସହ ତୁଳନା କଲେ ଇଣ୍ଡୋନେସିଆ ମନ୍ତ୍ରୀ !

ଜାକର୍ତ୍ତା,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ...

ନିର୍ବାଚନ ଘୁଞ୍ଚାଇବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତାବ

ଓ୍ବାଶିଂଟନ, ୩୧ା୭:ମେଲ୍‌ ଜରିଆରେ ଭୋଟ ହେଲେ ଜାଲିଆତି ସମ୍ଭାବନା ଥିବା ଆଶଙ୍କା କରି ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି...

କରୋନାରେ ପୀଡ଼ିତ ନଓ୍ବାଜଙ୍କ ଭାଇ ଶେହବାଜ

ଇସଲାମାବାଦ,୧୧।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ ତଥା ପିଏମ୍‌ଏଲ୍‌-ଏନ୍‌ର ଅଧ୍ୟକ୍ଷ ଶେହବାଜ ଶରିଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଦଳର ପ୍ରବକ୍ତା ମରିୟମ...

ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବ ମୁଖ୍ୟ ବିରୋଧୀ ଦଳ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଲାଗିରହିଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରଙ୍କୁ ସର୍ତ୍ତମୂଳକ...

ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ବଳ ମାନସିକତାର ପରିଚୟ, ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ କହିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଏବେ ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ରାଷ୍ଟ୍ରପତି ଜୋ...

ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ୍‌,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା।...

ଭାରତର ବୈଦେଶିକ ନୀତିକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ୍‌,୨୮।୧୦: ପାକିସ୍ତାନରେ ଇମ୍ରାନ ଖାନ୍‌ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ଦିନକୁ ଦିନ ବଢିିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ...

Advertisement
Archives

Model This Week