ଆରମ୍ଭରୁ ରୁଷିଆର ଶତ୍ରୁତା

ଲଣ୍ଡନ,୬।୯: ଲିଜ୍‌ ଟ୍ରସ୍‌ ନୂଆ ନେତା ଭାବେ ଦାୟିତ୍ୱ ନ ନେଉଣୁ ରୁଷିଆ ଶତ୍ରୁତାପୂର୍ଣ୍ଣ ଆଚରଣ କରିଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଟ୍ରସ୍‌ ମସ୍କୋ ବିରୋଧରେ ବିଷୋଦ୍‌ଗାର କରିଥିଲେ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାର୍ଚ୍ଚ ୩୧ରେ ଭାରତ ଆସିଥିବାବେଳେ ତତ୍କାଳୀନ ବ୍ରିଟେନ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ଦିଲ୍ଲୀ ଗସ୍ତ କରିଥିଲେ। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିସହ ରୁଷିଆ ବିରୋଧରେ କଟକଣା ଜାରି କରିବାରେ ଭାରତ ମଧ୍ୟ ସାମିଲ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ବର୍ଷ ଆରମ୍ଭରେ ଟ୍ରସ୍‌ଙ୍କ ସହ ଆଲୋଚନା ବେଳର ତିକ୍ତ ଅନୁଭୂତିକୁ ଲାଭ୍ରୋଭ୍‌ ମନେପକାଇ କହିଛନ୍ତି, ସାକ୍ଷାତ ସମୟରେ ଦୁଇଜଣ ମୂକ ଓ ବଧିରଙ୍କ ଭଳି ଆଲୋଚନା ହୋଇଥିଲା। ରାଜନୈତିକ ସମୀକ୍ଷକଙ୍କ ମତରେ ଟ୍ରସ୍‌ ରୁଷିଆ ପ୍ରତି ବ୍ରିଟେନର ପୂର୍ବ ଆଭିମୁଖ୍ୟକୁ ବଜାୟ ରଖି ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ ଜାରି ରଖିବେ। ତେଣୁ କ୍ରେମ୍‌ଲିନ ବିରୋଧୀ ଟ୍ରସ୍‌ଙ୍କୁ ଅପଦସ୍ଥ କରିବା ଲାଗି ରୁଷିଆ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲେଖକ ମିଲେନ କୁନ୍ଦେରାଙ୍କ ୯୪ବର୍ଷରେ ଦେହାନ୍ତ

ପ୍ୟାରିସ,୧୩।୭:କମ୍ୟୁନିଷ୍ଟ ବିରୋଧରେ ଲେଖି ନିଜ ଦେଶଚେକୋସ୍ଲୋଭାକିଆରୁ ବତାଡିତ ହୋଇଥିଲେ ଲେଖକ ମିଲେନ କୁନ୍ଦେରା। ବୁଧବାର ପ୍ୟାରିସରେ ତାଙ୍କର ମୃତ୍ୟୁ ହୋଇଛି। ସର୍ବାଧିକାରୀବାଦୀ ଶାସନରେ ମିଲେନ ନିର୍ବାସିତ...

ରକେଟ୍‌ ମାଡ଼ରେ ୩ ମୃତ

ଇସ୍ତାନବୁଲ,୨୧।୧୧: ସିରିଆ ରକେଟ୍‌ ମାଡ଼ରେ ତୁର୍କିର ସୀମାବର୍ତ୍ତୀ ସହର କାରକାମିସରେ ସୋମବାର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି।...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

ଖୁସି ଖବର: କରୋନା ଟୀକା ପ୍ରସ୍ତୁତିରେ ଆମେରିକାକୁ ସଫଳତା

ଓ୍ବାଶିଂଟନ, ୧୫।୭: ଆମେରିକାରୁ ଖୁସି ଖବର ମିଳିଛି। କରୋନା ସଂକ୍ରମଣ ରୋକିବା ପାଇଁ ଆମେରିକା ଟୀକା ପ୍ରସ୍ତୁତିରେ ସଫଳତା ହାସଲ କରିଛି। ଏହାର ପ୍ରୟୋଗ ମନୁଷ୍ୟଙ୍କଠାରେ...

ନେପାଳ ରାସ୍ତାରେ ପାକିସ୍ତାନ: ଭାରତର ଏସବୁ ଅଞ୍ଚଳକୁ କହିଲା ନିଜର; ଜାରି କଲା ନୂଆ ମାନଚିତ୍ର

ନୂଆଦିଲ୍ଲୀ,୪।୮: ନେପାଳର ପଥ ଅନୁସରଣ କରୁଛି ପାକିସ୍ତାନ। ପାକିସ୍ତାନର ଇମ୍ରାନ ଖାନ ସରକାର ଦେଶର ବିବାଦୀୟ ମାନଚିତ୍ରକୁ ଅନୁମୋଦନ କରିଛନ୍ତି। ମାନଚିତ୍ରରେ ପାକିସ୍ତାନ କାଶ୍ମୀରକୁ ନିଜର...

୮୦ ବର୍ଷ ପରେ ମାଲ୍ଟାରେ ମିଳିଲା ଆମେରିକା ବାୟୁସେନା ଯବାନଙ୍କ ମୃତ ଶରୀର, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯୁଦ୍ଧ ବିମାନ

ମାଲ୍ଟା,୧୬।୯: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମେରିକୀୟ ଯୁଦ୍ଧ ବିମାନ ଏବଂ ଆମେରିକା ବାୟୁସେନାର ଅବଶିଷ୍ଟାଂଶ ୟୁରୋପୀୟ ଦେଶ ମାଲ୍ଟାରେ ମିଳିଛି। ୮୦ ବର୍ଷ...

ସିଓଲ୍‌କୁ ଧ୍ୱଂସ କରିଦେବି, କିମ୍‌ଙ୍କ ଧମକ…

ପୋଙ୍ଗାଙ୍ଗ୍‌, ୩।୪ : ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଉତ୍ତର କୋରିଆ ନିନ୍ଦା କରିଛି ଯେଉଁଥିରେ ଦେଶର ସାମରିକ ଦକ୍ଷତା ବିଷୟରେ ସେ କହିଛନ୍ତି।...

ପୂର୍ବତନ ଏମ୍‌ପିଙ୍କୁ ହତ୍ୟା, ଭାଇ ଗୁରୁତର

କାବୁଲ,୧୫।୧: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୂର୍ବତନ ଏମ୍‌ପି ମୁର୍ସାଲ ନାବିଜାଦାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଘଟଣାରେ ମୁର୍ସାଲଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର...

Advertisement
Archives

Model This Week