ଆରମ୍ଭରୁ ରୁଷିଆର ଶତ୍ରୁତା

ଲଣ୍ଡନ,୬।୯: ଲିଜ୍‌ ଟ୍ରସ୍‌ ନୂଆ ନେତା ଭାବେ ଦାୟିତ୍ୱ ନ ନେଉଣୁ ରୁଷିଆ ଶତ୍ରୁତାପୂର୍ଣ୍ଣ ଆଚରଣ କରିଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଟ୍ରସ୍‌ ମସ୍କୋ ବିରୋଧରେ ବିଷୋଦ୍‌ଗାର କରିଥିଲେ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାର୍ଚ୍ଚ ୩୧ରେ ଭାରତ ଆସିଥିବାବେଳେ ତତ୍କାଳୀନ ବ୍ରିଟେନ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ଦିଲ୍ଲୀ ଗସ୍ତ କରିଥିଲେ। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିସହ ରୁଷିଆ ବିରୋଧରେ କଟକଣା ଜାରି କରିବାରେ ଭାରତ ମଧ୍ୟ ସାମିଲ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ବର୍ଷ ଆରମ୍ଭରେ ଟ୍ରସ୍‌ଙ୍କ ସହ ଆଲୋଚନା ବେଳର ତିକ୍ତ ଅନୁଭୂତିକୁ ଲାଭ୍ରୋଭ୍‌ ମନେପକାଇ କହିଛନ୍ତି, ସାକ୍ଷାତ ସମୟରେ ଦୁଇଜଣ ମୂକ ଓ ବଧିରଙ୍କ ଭଳି ଆଲୋଚନା ହୋଇଥିଲା। ରାଜନୈତିକ ସମୀକ୍ଷକଙ୍କ ମତରେ ଟ୍ରସ୍‌ ରୁଷିଆ ପ୍ରତି ବ୍ରିଟେନର ପୂର୍ବ ଆଭିମୁଖ୍ୟକୁ ବଜାୟ ରଖି ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ ଜାରି ରଖିବେ। ତେଣୁ କ୍ରେମ୍‌ଲିନ ବିରୋଧୀ ଟ୍ରସ୍‌ଙ୍କୁ ଅପଦସ୍ଥ କରିବା ଲାଗି ରୁଷିଆ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

କଡ଼ା ଜବାବ ଦେବୁ: ଇରାନ

ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri