Posted inଖେଳ

ଗ୍ରିନରଙ୍କ ଆବେଦନକୁ ରୁଷୀୟ କୋର୍ଟଙ୍କ ଖାରଜ

ମସ୍କୋର, ୨୬।୧୦(ଏପି): ଆମେରିକାର ମହିଳା ଷ୍ଟାର ବାସ୍କେଟବଲ ଖେଳାଳି ବ୍ରିଟ୍‌ନୀ ଗ୍ରୀନରଙ୍କ ଆବେଦନକୁ ଏକ ରୁଷୀୟ କୋର୍ଟ ଖାରଜ କରିଦେଇଛନ୍ତି। ମସ୍କୋର ସେରେମେତ୍‌ୟୋଭ ବିମାନ ବନ୍ଦରରେ ପୋଲିସ ବ୍ରିଟ୍‌ନୀଙ୍କ ଲଗେଜରୁ ଡ୍ରଗ୍ସ ଜବତ କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଗଷ୍ଟ ୪ତାରିଖରେ ତାଙ୍କୁ ୯ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା। ୟୁକ୍ରେନକୁ ରୁଷିଆର ସୈନ୍ୟ ପ୍ରେରଣର କିଛି ଦିନ ପୂର୍ବରୁ ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ଗ୍ରିନରଙ୍କୁ ଫେବୃୟାରୀରେ ଗିରଫ କରାଯାଇଥିଲା। ସେତେବେଳେ ମସ୍କୋ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରୀନର ୟୁଏସ୍‌ ଲିଗ୍‌ର ଅଫ୍‌ ସିଜନରେ ଖେଳିବା ଲାଗି ରୁଷିଆ ଆସିଥିଲେ। ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ନିକଟରୁ ଜବତ ହୋଇଥିବା ଡ୍ରଗ୍ସକୁ ସେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଆଣି ନ ଥିଲେ। ଏହା ଏକ ଯନ୍ତ୍ରଣା ନିବାରକ ଔଷଧ। ଗ୍ରୀନରଙ୍କର ଭିଡିଓ କଲ୍‌ ଜରିଆରେ ମସ୍କୋ ରିଜିଓନାଲ କୋର୍ଟରେ ଶୁଣାଣି ହୋଇଥିଲା। ସେ ମସ୍କୋ ଉପକଣ୍ଠସ୍ଥିତ ଏକ ପେନାଲ କଲୋନୀରେ ଥାଇ ଏଥିରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ କି ସେ ବର୍ତ୍ତମାନ ବନ୍ଦୀ ଅଛନ୍ତି।
ସୂଚନାଯୋଗ୍ୟ, ୟୁଏସ୍‌ ଓ ରୁଷିଆ ମଧ୍ୟରେ ବନ୍ଦୀ ଆଦାନ ପ୍ରଦାନ ହୋଇଥାଏ। ଏହି ପ୍ରକ୍ରିୟା ଜରିଆରେ ଗ୍ରୀନର ରିଲିଜ୍‌ ହୋଇପାରିବେ। ଗତ ଏପ୍ରିଲରେ ମସ୍କୋ ଆମେରିକାର ଭେଟେରାନ ଟ୍ରେଭର ରିଡ୍‌ଙ୍କୁ ରୁଷୀୟ ପାଇଲଟ କୋନଷ୍ଟାନଟିନ୍‌ ୟାରୋସେଙ୍କୋଙ୍କ ବଦଳରେ ରିଲିଜ କରିଥିଲା, ଯିଏକି ଏକ ଡ୍ରଗ୍‌ ଟ୍ରାଫିିକିଙ୍ଗ୍‌ ଷଡ଼ଯନ୍ତ୍ର ଘଟଣାରେ ଦଣ୍ଡିତ ହୋଇଥିଲେ। ଆମେରିକା ହେପାଜତରେ ଥିବା ଅନ୍ୟ ବନ୍ଦୀମାନଙ୍କୁ ରିଲିଜ କରିବା ଲାଗି ରୁଷିଆ ପକ୍ଷରୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri