ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ…

କିଭ,୧୦।୯: ରୁଷିଆ ରବିବାର ଭୋର ସମୟରେ ୟୁକ୍ରେନ ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି।
ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣା ପଡି ନାହିଁ। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ କିଭରେ ଅତି କମରେ ପାଞ୍ଚଟି ବିସ୍ଫୋରଣ ଶବ୍ଦ ଶୁଣାଯାଇଛି ଏବଂ ୟୁକ୍ରେନ ମିଡିଆ ଫୁଟେଜରେ ଅନେକ କାର ନଷ୍ଟ ହୋଇଥିବା ଦେଖାଯାଇଛି।

ଐତିହାସିକ ପୋଡିଲ ପଡୋସରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ସହରର ଏକ ପାର୍କ ନିକଟରେ ଅଗ୍ନିକାଣ୍ଡ ଘଟିଥିବା କିଭର ମେୟର ଭିଟାଲି କ୍ଲିଚକୋ କହିଛନ୍ତି।

କ୍ଲିଚକୋ ଏବଂ ସହରର ସାମରିକ ପ୍ରଶାସନ କହିଛନ୍ତି ଡ୍ରୋନିଟକି ସୋଲୋମିଆନସ୍କି, ଶେଭଚେଙ୍କିସ୍କି, ସ୍ବିୟାତୋସିନସ୍କି ଏବଂ ପୋଡିଲ ଜିଲା ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଶେଭେଞ୍ଚିଭସ୍କି ଜିଲାରେ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା ଯାହା ଶୀଘ୍ର ନିୟନ୍ତ୍ରଣକୁ ଆସିଥିଲା। କୌଣସି କ୍ଷତବିକ୍ଷତ ସମ୍ପର୍କରେ ତୁରନ୍ତ ଖବର ଆସିନାହିଁ ବୋଲି ଟେଲିଗ୍ରାମ ମେସେଜିଂ ଆପରେ କିଭର ସାମରିକ ପ୍ରଶାସନର ମୁଖ୍ୟ ସେରହି ପୋପକୋ କହିଛନ୍ତି।

ଏହି ଆକ୍ରମଣ ସମ୍ପର୍କରେ ରୁଷିଆ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇନାହିଁ। ମସ୍କୋ ପ୍ରାୟ ରାତି ସମୟରେ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ବୁଧବାର ପୂର୍ବ କୋଷ୍ଟିଆଣ୍ଟିନିଭକୋ ସହରରେ ରୁଷିଆର ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri