ରୁଷିଆ-ୟୁକ୍ରେନ ଯୁଦ୍ଧ: କିଭ୍‌ ଆକାଶରେ ରହସ୍ୟମୟ ଆଲୋକ…

କିଭ୍‌,୨୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍‌ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍‌ ବାଜି ଉଠିଥିଲା। ତେବେ ଏହି ଆଲୋକ ଏକ ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା କାରଣରୁ ଦେଖାଯାଇଥିବା ଜଣାପଡ଼ିଛି।

କିଭ୍‌ର ସାମରିକ ପ୍ରଶାସନର ମୁଖ୍ୟ ସେର୍ଗି ପୋପକ କହିଛନ୍ତି, ଅନୁସନ୍ଧାନ ପରେ ନାସା ମହାକାଶ ଉପଗ୍ରହ ପୃଥିବୀକୁ ଖସିଯିବା କାରଣରୁ ଆକାଶରେ ଆଲୋକ ଦେଖା ଯାଇଥିବା ଜଣାପଡିଛି।

ଉଲ୍ଲେଖନୀୟ କଥା ହେଉଛି, ଆମେରିକାର ସ୍ପେସ ଏଜେନ୍ସି (ନାସା) ପୂର୍ବରୁ ଘୋଷଣା କରିସାରିଥିଲା, ୬୬୦ପାଉଣ୍ଡ (୩୦୦ କିଲୋଗ୍ରାମ) ଓଜନର ଏକ ପୁରୁଣା ଉପଗ୍ରହ ବୁଧବାର ପୁଣିଥରେ ପୃଥିବୀକୁ ଫେରି ଆସିବ।

ନାସା କହିଥିଲା ରେଭେନ ରାମାଟି ଉଚ୍ଚ ଶକ୍ତି ସୌର ସ୍ପେକ୍ଟ୍ରସ୍କୋପିକ ଇମେଜର୍‌ ମହାକାଶଯାନ ଯାହା ସୌର ପ୍ରଜ୍ୱଳନକୁ ଦେଖିବା ପାଇଁ ବ୍ୟବହୃତ ହେଉଥିଲା। ତାହା ୨୦୦୨ରେ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହୋଇଥିଲା ଏବଂ ୨୦୧୮ ରେ ଅକାମୀ ହେବାରୁ ସେବାମୁକ୍ତ ହୋଇଥିଲା।

ପୋପକ କହିଛନ୍ତି, ରାତି ପ୍ରାୟ ୧୦ ଟା ସମୟରେ କିଭ ଉପରେ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକ ଦେଖାଯାଇଥିଲା। ଏହା ପରେ ସୁରକ୍ଷା ଆଲର୍ଟ ପାଇଁ ସାଇରନ ବାଜି ଉଠିଥିଲା। ନାସା ସୋମବାର କହିଥିଲା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳିଯିବ ବୋଲି ଆଶା କରାଯାଉଛି। ଯଦିଓ କିଛି ଅବଶେଷ ରହିବାର ଆଶା କରାଯାଏ। ତେବେ ଏହା ଦ୍ୱାରା ପୃଥିବୀରେ କାହାରି କିଛି କ୍ଷତି ହେବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri