Russia Ukraine War: ଆସିଲା ବଡ଼ ଅଭିଯୋଗ,ରୁଷିଆ ସୈନ୍ୟ ବ୍ୟବହାର କରୁଛନ୍ତି ସ୍ପେସ ଏକ୍ସର ଷ୍ଟାରଲିଙ୍କ, ଏଲନ ମସ୍କ ୟୁକ୍ରେନର ଦାବିକୁ କଲେ ଖଣ୍ଡନ…

କିଭ,୧୨।୨ : ରୁଷିଆ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି। ୟୁକ୍ରେନ ଅଭିଯୋଗ କରିଛି ୟୁକ୍ରେନ ଅଧିକୃତ ଅଞ୍ଚଳରେ ସାଟେଲାଇଟ ଇଣ୍ଟରନେଟ ପାଇଁ ରୁଷିଆ ସୈନ୍ୟମାନେ ଏଲନ ମସ୍କଙ୍କର ସ୍ପେସ ଏକ୍ସ କମ୍ପାନୀର ଷ୍ଟାରଲିଙ୍କ ବ୍ୟବହାର କରୁଛନ୍ତି।

ୟୁକ୍ରେନର ମୁଖ୍ୟ ସାମରିକ ଗୁପ୍ତଚର ସଂସ୍ଥା କହିଛି ଫେବୃଆରୀ ୨୦୨୨ରୁ ରୁଷିଆ ସହିତ ଯୁଦ୍ଧ ପରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଷ୍ଟାରଲିଙ୍କ ଟର୍ମିନାଲ ପଠାଯାଇଥିଲା। ରୁଷିଆ ସୈନ୍ୟମାନେ ଇଣ୍ଟରନେଟ ସେବା ପାଇଁ ଷ୍ଟାରଲିଙ୍କ ବ୍ୟବହାର କରୁଛନ୍ତି।

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ମୁଖପାତ୍ର ଆଣ୍ଡ୍ରେ ୟୁସୋଭଙ୍କ କହିଛନ୍ତି ରୁଷିଆର ଅଧିକୃତ ଅଞ୍ଚଳରେ ଏହି ଉପକରଣଗୁଡିକର ବ୍ୟବହାର ମାମଲା ପଞ୍ଜିକୃତ ହୋଇଛି। ଏଜେନ୍ସି ଏକ ବିବୃତ୍ତିରେ କହିଛି ଏହି ଟର୍ମିନାଲଗୁଡ଼ିକୁ ରୁଷିଆର ୮୩ତମ ଏୟାର ଆସାଲେଟ ବ୍ରିଗେଡ ବ୍ୟବହାର କରୁଛି।

ଏଲୋନ ମସ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଏଥି ସହିତ ଷ୍ଟାରଲିଙ୍କ କହିଛନ୍ତି ଏହା ରୁଷିଆ ସରକାର କିମ୍ବା ସେନା ସହିତ କୌଣସି ପ୍ରକାର ବ୍ୟବସାୟ କରେ ନାହିଁ। ଏକ୍ସରେ ଏକ ପୋଷ୍ଟରେ ମସ୍କ କହିଛନ୍ତି ଷ୍ଟାରଲିଙ୍କ ରୁଷିଆକୁ ବିକ୍ରି ହୋଇନାହିଁ। ଅନେକ ରିପୋର୍ଟ ଦାବି କରିଛି ଯେ ସ୍ପେସ ଏକ୍ସ ରୁଷିଆକୁ ଷ୍ଟାରଲିଙ୍କ ଟର୍ମିନାଲ ବିକ୍ରି କରୁଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ।

ଦୁଇ ୟୁକ୍ରେନ ସରକାରୀ ସୂତ୍ର ସପ୍ତାହେ ପୂର୍ବରୁ ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଥିଲେ ରୁଷିଆ ଦ୍ୱାରା ଅଧିକୃତ ୟୁକ୍ରେନ ଅଞ୍ଚଳରେ ରୁଷିଆ ସୈନ୍ୟମାନେ ଷ୍ଟାରଲିଙ୍କ ବ୍ୟବହାର କରୁଥିବା ଚିହ୍ନଟ ହୋଇଛି। ସୈନ୍ୟମାନେ ବହୁ ପରିମାଣରେ ତଥ୍ୟ ହାସଲ କରିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri