କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ

ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ୨୦୧୯ରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକ ସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ କରିଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନ ସକାଶେ ୧୪୭ ବିଧାନସଭା କ୍ଷେତ୍ରରୁ ୨,୫୦୦ରୁ ଅଧିକ ଓ ୨୧ ଲୋକ ସଭା ଆସନ ପାଇଁଁ ୬୭୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି। କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରାର୍ଥୀ ବାଛିବା ଓ ଟିକେଟରେ ସ୍ବଚ୍ଛତା ଆଣିବା ପାଇଁ ଗତ ୪ ତାରିଖରେ ‘ପ୍ରଗମନ’ ଓ୍ବେବ୍‌ସାଇଟ ଦ୍ୱାରା ଟିକେଟ ଆବେଦନ କରିବା ଲାଗି ଦଳ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ କରାଯାଇଥିଲା। ରାଜ୍ୟର ଅନେକ ଆଶାୟୀ ପ୍ରାର୍ଥୀ ଏହି ପଦ୍ଧତିକୁ ପସନ୍ଦ କରିଛନ୍ତି। ଏଥିପାଇଁ ରାଜ୍ୟବାସୀଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି।
କଂଗ୍ରେସ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଉଭୟ ବିଜେଡି ଓ ଭାଜପାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଟିକେଟ ବଣ୍ଟନରେ ସ୍ବଚ୍ଛତା ନାହିଁ। କିନ୍ତୁ କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ଟିକେଟ ବଣ୍ଟନକୁ ଗ୍ରହଣ କରେ। ଏହି ଆଧାରରେ କାର୍ଯ୍ୟକ୍ରମ ଚାଲିଛି ଏବଂ ଆସନ୍ତା ୧୪ରେ ପ୍ରଗମନ ୨ୟ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ। କଂଗ୍ରେସ ପୂର୍ବରୁ ବ୍ଲକ ସଭାପତି ଓ ଜିଲା ସଭାପତିଙ୍କ ଜରିଆରେ ଆଶାୟୀଙ୍କ ରିପୋର୍ଟ ସଂଗ୍ରହ କରିଥିଲା। ଏହିସବୁ ରିପୋର୍ଟକୁ ଭିତ୍ତିକରି ପ୍ରଦେଶ ଇଲେକ୍‌ଶନ କମିଟି(ପିଇସି) ବୈଠକ ବସିବ। ଏଆଇସିସି ସ୍କ୍ରିନିଙ୍ଗ୍‌ କମିଟି ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ଯାଞ୍ଚ କରିବ। ଏହାପରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ। ‘ପ୍ରଗମନ’ର ଅଧ୍ୟକ୍ଷ ପ୍ରବୀଣ ପାଠକ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହି ପ୍ରୋଜେକ୍ଟକୁ କଂଗ୍ରେସ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ଗ୍ବାଲିଅରରେ ପ୍ରୟୋଗ କରିଥିଲା। ମେୟର ନିର୍ବାଚନରେ ସଫଳତା ସ୍ବରୂପ ମେୟର ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ଏହି ସଫଳତାକୁ ଆଧାର କରି ଓଡ଼ିଶାରେ କଂଗ୍ରେସ ଆଗକୁ ବଢ଼ିବ ଏବଂ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରି ସରକାର ଗଢ଼ିବ। ରାଜ୍ୟ କଂଗ୍ରେସ ସହପ୍ରଭାରୀ କ୍ରିଷ୍ଟୋଫର ତିଲକ କହିଛନ୍ତି, କଂଗ୍ରେସ ନୂଆ ପ୍ରଯୁକ୍ତି ବିଦ୍ୟା ଆପଣାଇଛି। ପୂର୍ବରୁ କମ୍ପ୍ୟୁଟର ଆଧାରର ସଫଳତା ଦୋହରାଇବା ସହ ପ୍ରଗମନ ଆଗାମୀ ସରକାର ଗଢ଼ିବାରେ ସହାୟକ ହେବ। ସମୟ ସହିତ ନୂଆ ଟେକ୍ନୋଲୋଜି ଆପଣାଇ ଦଳକୁ ବିଜୟ କରିବା କଂଗ୍ରେସର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଆସନ୍ତା ୧୯ ତାରିଖରେ ପ୍ରଦେଶ ଇଲେକଶନ୍‌ କମିଟି(ପିଇସି) ବୈଠକ ଅନୁଷ୍ଠିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri