ଅଜେୟ ୟୁକ୍ରେନ୍‌

କିଭ୍‌,୨୫ା୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ୍‌ରେ ଲଢ଼ାଯାଉଛି ୟୁରୋପର ସବୁଠୁ ଲମ୍ବା ଲଢ଼େଇ। ରୁଷିଆର ଏହି ଆକ୍ରମଣକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି। ସଂଘର୍ଷର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ଆମ ଦେଶ ସାରା ବିଶ୍ୱକୁ ପ୍ରେରଣା ଦେଇଛି। ୟୁକ୍ରେନ୍‌ ପୃଥିବୀକୁ ଏକାଠି କରିଛି। ବୁଚା, ଇରପିନ୍‌ ଓ ମାରିଉପୋଲ୍‌ ଭଳି ସହର ଆଜି ‘ଦୁର୍ଜୟ ରାଜଧାନୀ’ ସାଜି ରୁଷିଆର ଯୁଦ୍ଧ ଅପରାଧ ବିରୋଧରେ ପ୍ରତିରୋଧର ପ୍ରତୀକ। ରୁଷୀୟ ହତ୍ୟାକାରୀଙ୍କୁ ଦଣ୍ଡିତ ନ କରିବା ଯାଏ ଆମେ ବିଶ୍ରାମ ନେବୁ ନାହିଁ ବୋଲି ଜେଲେନ୍‌ସ୍କି ସୋସିଆଲ ମିଡିଆରେ ଏକ ଭିଡିଓ ମେସେଜ୍‌ ଦେଇଛନ୍ତି।
ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରଠାରୁ ଉଭୟ ପକ୍ଷର ୧,୫୦,୦୦୦ ଜଣ ନିହତ ହେଲେଣି। ଅନେକ ଲକ୍ଷ ୟୁକ୍ରେନୀୟ ବିସ୍ଥାପିତ ହେଲେଣି। ଏଥିରେ କ୍ଷୁବ୍ଧ ପାଶ୍ଚାତ୍ୟ ରୁଷିଆ ଉପରେ କଠୋର କଟକଣା ଜାରି କରିଛି। ୟୁକ୍ରେନ୍‌କୁ ମାନବୀୟ ସହାୟତା ପଠାଇବା ସହ ମସ୍କୋକୁ କଡ଼ା ଚେତାବନୀ ମଧ୍ୟ ଦେଇଛି। ଆମେରିକା ଏବଂ ଏହାର ଜି୭ ସହଯୋଗୀ ରାଷ୍ଟ୍ର ସମୂହ ଶୁକ୍ରବାର ଆହୁରି ଅନେକ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜେକ୍‌ ସୁଲିଭାନ୍‌ କହିଛନ୍ତି, ଓ୍ବାଶିଂଟନ ୟୁକ୍ରେନ୍‌କୁ ଆହୁରି ୨ ବିଲିୟନ ଡଲାର ମୂଲ୍ୟର ସାମରିକ ସହାୟତା ପ୍ୟାକେଜ ପଠାଇବ। ଗତ ୨୦ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଅଚାନକ କିଭ୍‌ ଗସ୍ତ କରି ବିଶ୍ୱକୁ ଚକିତ କରିଦେଇଥିଲେ। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ସହ ଆମେରିକା ସର୍ବଦା ଛିଡ଼ାହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ଷକ ପରେ ବି କିଭ୍‌ ତିଷ୍ଠିରହିଛି। ଗଣତନ୍ତ୍ର ତିଷ୍ଠିଛି। ଆମେରିକା ଓ ବିଶ୍ୱ ୟୁକ୍ରେନ୍‌ ସହ ରହିଥିବା ବାଇଡେନ୍‌ ଟୁଇଟ୍‌ କରିଥିଲେ। ଯୁଦ୍ଧର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ୍‌ ଉପରେ ବିଶ୍ୱବାସୀ ସହଯୋଗ, ସହାନୁଭୂତି ଓ ସମର୍ଥନ ଅଜାଡ଼ି ଦେଇଛନ୍ତି। ପ୍ୟାରିସ୍‌ର ଇଫେଲ୍‌ ଟାଓ୍ବାରକୁ ୟୁକ୍ରେନୀୟ ପତାକା ରଙ୍ଗ(ହଳଦିଆ ଓ ନୀଳ)ର ଆଲୋକମାଳାରେ ସଜ୍ଜିତ କରାଯାଇଛି। ଲଣ୍ଡନସ୍ଥିତ ଏକ ୟୁକ୍ରେନୀୟ ଚର୍ଚ୍ଚରେ ବ୍ରିଟିଶ୍‌ ଏମ୍‌ପି ଏବଂ କୂଟନୀତିଜ୍ଞମାନେ ପ୍ରାର୍ଥନା କରିଛନ୍ତି। ପୁଟିନ୍‌ ନିଜ ବିସ୍ତାରବାଦୀ ଲକ୍ଷ୍ୟ ହାସଲ କରିପାରିବେ ନାହିଁ ବୋଲି ଜର୍ମାନୀ ଚାନ୍ସଲର ଓଲାଫ୍‌ ସ୍କୋଲ୍‌ଜ କହିଥିବାବେଳେ ଆକ୍ଟିଭିଷ୍ଟମାନେ ବର୍ଲିନ୍‌ସ୍ଥିତ ମସ୍କୋର ଦୂତାବାସ ସମ୍ମୁଖରେ ୟୁକ୍ରେନ୍‌ରୁ ଅଣାଯାଇଥିବା ଏକ ଧ୍ୱସ୍ତ ରୁଷୀୟ ଟ୍ୟାଙ୍କ ରଖି ପ୍ରତିବାଦ ଜଣାଇଛନ୍ତି। ୟୁକ୍ରେନ୍‌ ପ୍ରତି ଜର୍ମାନୀର ସମର୍ଥନକୁ ସାରା ବିଶ୍ୱ ସ୍ବୀକୃତି ପ୍ରଦାନ କରିଥିବା ଜଣେ ଆୟୋଜକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri